ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ ସମୟରେ ପୋଲିସ ହାବୁଡ଼ରେ ପଡ଼ିଛି କୋଟିପତି ଚୋର। ଏହି ଚୋର ର ଦିଲ୍ଲୀ ରୁ ନେପାଳ ପର୍ଯ୍ୟନ୍ତ ରହିଛି ଧନ ସମ୍ପତ୍ତି। ଆଉ ଏହି ଚୋର ମଧ୍ୟ ମିଛ କହି ଦୁଇ ମହିଳା କୁ ବିବାହ କରିଥିଲା।
ଚୋରି କରି କରିଛି ବଡ଼ ବଡ଼ ବଙ୍ଗଳା ସହ କୋଟି କୋଟି ଟଙ୍କାର ସମ୍ପତ୍ତି। କେହି ପାଉ ନଥିଲେ ଏହି ଧନୀ ଚୋର ର ଏତେ ମାତ୍ରାରେ ଧନୀ ହେବା ପଛରେ କଣ ସତ୍ୟତା ରହିଛି।
ହେଲେ ଏବେ ସବୁ ସତ ଆସି ଯାଇଛି ସାମ୍ନାକୁ। ଆପଣ ମାନେ ମଧ୍ୟ ଅନେକ ଚୋର ମାନଙ୍କ ସମ୍ପର୍କରେ ଶୁଣିଥିବେ ଆଉ ଜାଣି ମଧ୍ଯ ଥିବେ ହେଲେ ଆମେ ଏବେ ଆପଣଙ୍କୁ ଯେଉଁ ଚୋର ସମ୍ପର୍କରେ କହିବାକୁ ଯାଉଛୁ ସେଭଳି ଚୋର ମାନଙ୍କ ସମ୍ପର୍କରେ ନା ଆପଣ ମାନେ କେବେ ଜାଣି ଥିବେ ନା କେବେ ଶୁଣି ଥିବେ।
ଦିଲ୍ଲୀ ପୋଲିସ ଏବେ ଏଭଳି ଏକ ଚୋର କୁ ଗିରଫ କରିଛି ଯିଏକି କେବଳ ଚୋରୀ କରି କରି କୋଟି କୋଟି ଟଙ୍କା ସମ୍ପତ୍ତି ର ମାଲିକ ହୋଇଛି।
ଏହି ଚୋର ର ମଧ୍ୟ ଦିଲ୍ଲୀ ଠାରୁ ନେପାଳ ପର୍ଯ୍ୟନ୍ତ ରହିଛି ସମ୍ପତ୍ତି। ଦିଲ୍ଲୀ ରେ ୨୦୦ ଚୋରୀ ଏକା ଦିନରେ ହିଁ କରିଥିଲା ଆଉ ସେ ଏଥିରେ ସଫଳ ମଧ୍ୟ ହୋଇଥିଲା।
ଏହି ଚୋର ମଧ୍ୟ ୨୫ ବର୍ଷ ଧରି ଚୋରୀ କରି ଆସୁଛି। ଆଉ ଚୋରୀ ପଇସା ର ମାଲିକ ହୋଇଥିଲା ଏହି ଯୁବକ ଜଣକ। ପୂର୍ବରୁ ଭିନ୍ନ ଭିନ୍ନ ଚୋରୀ କରି ମଧ୍ୟ ନଅ ଥର ଗିରଫ ହୋଇ ସାରିଛି। ଏତେ ପରେ ମଧ୍ୟ ଏହି ଚୋର ଚୋରୀ କରିବା ଆଦୌ ଛାଡ଼ି ନଥିଲା।
ନେପାଳ ରେ ହୋଟେଲ୍ କରିବା ସହ ଦିଲ୍ଲୀରେ ଘର ମଧ୍ଯ କରିଥିଲା। ଏହାପରେ ସେ ନିଜର ମିଛ ପରିଚୟ ଦେଇ ଜଣେ ଜଳ ସେଚନ ବିଭାଗର କର୍ମଚାରୀ ର ଝିଅକୁ ମଧ୍ୟ ବିବାହ କରିଥିଲା।
ସ୍ତ୍ରୀ ନାମରେ ସିଦ୍ଧାର୍ଥ ନଗର ରେ ଆଲିଶାନ୍ ଘର କରିବା ସହ ପରିବାର ପାଇଁ ଲକ୍ଷ୍ନୌ ରେ ଆଉ ଏକ ଘର ମଧ୍ୟ କରିଥିଲା। ପୁଣି ମିଛ କଥା କହି ଜଣେ ନେପାଳୀ ମହିଳା କୁ ମଧ୍ଯ ସେ ବିବାହ କରିଥିଲା। ହେଲେ ଜୁଲାଇ ୧୦ ତାରିଖରେ ମନୋଜ ଙ୍କ ସବୁ ସତ ସାମ୍ନା କୁ ଆସି ଯାଇଥିଲା।