ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆଜିକାଲି ପ୍ରେମ ପ୍ରତାରଣା ଓ ଧୋକା ପ୍ରତ୍ୟେକ କ୍ଷେତ୍ରରେ ଦେଖିବାକୁ ମିଳୁଛି। ଆଜିକାଲି ଏହାର ମାତ୍ରାରେ ଏତେ ବଢ଼ିବାରେ ଲାଗିଛି ଏଥିରୁ ଛୋଟ ଛୋଟ ପିଲା ମାନେ ମଧ୍ଯ ବାଦ ପଡୁ ନାହାଁନ୍ତି।

ସେମାନେ ଏହି ଦୁନିଆ ବିଷୟରେ କିଛି ଜାଣି ନାହାଁନ୍ତି ହେଲେ ଏଭଳି ଭୁଲ୍ କରି ବସୁ ଛନ୍ତି ଯାହାକି କ୍ଷମା ଯୋଗ୍ୟ ନୁହେଁ। ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ କି ପ୍ରତ୍ୟେକ କ୍ଷେତ୍ରରେ ନିନ୍ଦା କରାଯାଉଛି।
ଯୁବତୀ ଜଣକ ନିଜର ପ୍ରେମିକ ଘରକୁ ୧୫ କିଲୋମିଟର ରାସ୍ତା ଚାଲି ଚାଲି ଚାଲି ଯିବା ସହ ତାଙ୍କର ପ୍ରେମିକ ଙ୍କ ଉପରେ ଆରୋପ ମଧ୍ଯ ଲଗାଇଛନ୍ତି। ଆଉ ସେ ନିଜର ପ୍ରେମିକ ଘର ସାମ୍ନାରେ ଯାଇ ହଙ୍ଗାମା କରିଥିଲେ।
ହେଲେ ପ୍ରେମିକର ଘର ଲୋକେ ଉକ୍ତ ଯୁବତୀ ଜଣଙ୍କ କଥାକୁ କିଛି ଖାତିର କରି ନଥିଲେ। ମାତ୍ର ଏହି ଘଟଣାରେ ଯୁବତୀ ଜଣକ ଏଭଳି ହଙ୍ଗାମା କରିଥିଲେ କି ଘଟଣା ସ୍ଥଳରେ ପୋଲିସ ଆସି ପହଞ୍ଚି ଥିଲେ।

ଆଉ ଯୁବତୀ ଜଣକ ଅଭିଯୋଗ କରିଥିଲେ କି ସେ ଜଣେ ଯୁବକ ଯିଏକି ତାର ମାମୁଁ ଘରେ ରହି ପାଠ ପଢ଼ୁଥିଲା ଥିଲା ସେତେବେଳେ ଯୁବତୀ ଙ୍କ ଉକ୍ତ ଯୁବକ ଜଣକ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଆଉ ଏହାପରେ ଦୁହିଁଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ମଧ୍ୟ ରହିଥିଲା।
ହେଲେ ଏହାପରେ ଯୁବକ ଜଣକ ଉକ୍ତ ଯୁବତୀ ଙ୍କୁ ଧୋକା ଦେଇ ଚାଲି ଆସିଥିଲେ। ଆଉ ଯୁବତୀଙ୍କ ଘର ଲୋକ ଏହି ଘଟଣା ସମ୍ପର୍କରେ ଜାଣିବା ପରେ ତାଙ୍କୁ ଘରୁ ବାହାର୍ କରି ଦେଇଥିଲେ।

ଏହାପରେ ଯୁବତୀ ଜଣକ ଆସି ଯୁବକଙ୍କ ଘରେ ହାଜିର୍ ହୋଇଥିଲେ। ଏବଂ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସମସ୍ତଙ୍କୁ ପୋଲିସ ଷ୍ଟେସନ ନେଇ ଯାଇଥିଲା। ଆଉ ଯେତେବେଳେ ଯୁବତୀ ଙ୍କ ଘର ଲୋକଙ୍କୁ ଏହାର ସମାଧାନ ପାଇଁ ଡାକିଥିଲେ।

ସେତେବେଳେ ତାଙ୍କ ଘର ଲୋକେ ଉଭୟ ଙ୍କ ବିବାହ କରାଇ ଦେବା ପାଇଁ କହିଥିଲେ। ମାତ୍ର ଯୁବତୀ ଙ୍କ ବୟସ କମ୍ ଓ ସେ ଜଣେ ନାବାଳିକା ଥିବାରୁ ପୋଲିସ ବିବାହ ପାଇଁ ବାରଣ କରି ଦେଇଥିଲା।