ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ଯେ ଲୋକ ମାନେ ଏବେ ପ୍ରେମ ପାଇଁ କିଭଳି ପାଗଳ ଭଳି ହେଉଛନ୍ତି।ନିଜ ପରିବାର ପିଲା ଛୁଆ ଙ୍କୁ ଭୁଲି ଆଜିର ମହିଳା ମାନେ ଅନ୍ୟ ପୁରୁଷ ଙ୍କ ସହିତ ଚାଲି ଯାଉଛନ୍ତି। ଥରେ ବି ସେମାନେ ନିଜ ସମ୍ମାନ ବିଷୟ ରେ ଭାବୁ ନାହାଁନ୍ତି।
ଏହି କିଛି ଦିନ ତଳେ ପାକିସ୍ଥାନୀ ମହିଳା ସୀମା ଙ୍କ ବିଷୟରେ ଆପଣ ମାନେ ସବୁ କିଛି ଜାଣି ଥିବେ।ସେ ନିଜର ଚାରି ପିଲା ଙ୍କୁ ନେଇ ସଚିନ ଙ୍କ ପ୍ରେମ ପାଇଁ ଭାରତ କୁ ଚାଲି ଆସିଥିଲେ।ଏବେ ସେହିଭଳି ଆଉଏକ ଖବର ସାମନା କୁ ଆସିଚି।ନିଜ ପ୍ରେମ ପାଇଁ ନେପାଳ ର ଝିଅ ସଂଗୀତା ନିଜ ସ୍ଵାମୀ ଓ ପିଲା କୁ ଛାଡି ଭାରତ ଚାଲି ଆସିଛି।

ପ୍ରେମ ସଂଗୀତା ଙ୍କୁ ଏଭଳି ପାଗଳ କରି ଦେଲା ଯେ ନେପାଳ ରେ ସେ ତାଙ୍କର ଦୁଇ ସନ୍ତାନ ଙ୍କୁ ଛାଡି ଚାଲି ଆସିଲେ।ସେ ଭାରତ ରେ ଜଣେ ବ୍ୟାଙ୍କ କର୍ମଚାରୀ ଙ୍କ ପ୍ରେମ ରେ ପଡ଼ି ଥିଲେ।ତାଙ୍କ ନାମ ହେଉଛି ଗୋବିନ୍ଦ।ଏବେ ଜଣା ପଡ଼ୁଚି ଯେ ଗୋବିନ୍ଦ ଆଗରୁ ବିବାହ କରିଥିଲେ।ତାଙ୍କର ମଧ୍ୟ ଦୁଇଟି ସନ୍ତାନ ଅଛନ୍ତି।ଏହା ଜାଣିବା ପରେ ମହିଳା ଙ୍କ ପାଦ ତାକୁ ମାଟି ଖସି ଯାଇଚି।ସେ ଏବେ କଣ କରିବେ ନିଜେ ମଧ୍ୟ ଜାଣି ପାରୁ ନାହାଁନ୍ତି।ସେଥିପାଇଁ ଗୋବିନ୍ଦ ଙ୍କ ଦୁଇ ପତ୍ନୀ ଏବେ ଥାନା ର ଦ୍ବାରସ୍ଥ ହୋଇ ଛନ୍ତି।
ସୂଚନା ଅନୁସାରେ ଗୋବିନ୍ଦ ଓ ସଂଗୀତା ଗତ କିଛି ଦିନ ତଳେ ପରସ୍ପର ସହିତ କଥା ହୋଇ ଥିଲେ।ଏହା ପରେ ସେମାନେ ପରସ୍ପର କୁ ପ୍ରେମ କରିବାକୁ ଲାଗିଲେ।ସଂଗୀତା ତାଙ୍କର ଦୁଇଟି ସନ୍ତାନ ଅଛି ବୋଲି କହିଥିଲେ।
ହେଲେ ଗୋବିନ୍ଦ କିଛି ବି କହି ନ ଥିଲେ।ସଂଗୀତା ନେପାଳ ରୁ ଆସିବା ପରେ ଗୋବିନ୍ଦ ତାଙ୍କୁ ବିବାହ କରି ଅନ୍ୟ ସ୍ଥାନ ରେ ନେଇ ରଖିଥିଲେ।ହେଲେ ଯେବେ ଗୋବିନ୍ଦ ଙ୍କ ବଦଳି ଅନ୍ୟତ୍ର ହେଲା।ସେ ଆଉ ସଂଗୀତା ଙ୍କ ପାଖକୁ ଆସିଲେ ନାହିଁ।ସଂଗୀତା ତାଙ୍କର ଖୋଜ ନେବା ପାଇଁ ତାଙ୍କ ଗାଁ କୁ ଗଲେ।ଓ ଜାଣିଲେ ତାଙ୍କର ସେଠାରେ ପତ୍ନୀ ଓ ଦୁଇ ପିଲା ଅଛନ୍ତି।

ସବୁ ସତ ଜଣା ପଡ଼ିବା ପରେ ଗୋବିନ୍ଦ ଦୁଇ ପତ୍ନୀ ଙ୍କୁ ଘରୁ ବାହାର କରି ଦେଇଛନ୍ତି।ଏବେ କାହାକୁ ସେ ନିଜର ପତ୍ନୀ ଭାବେ ପରିଚୟ ଦେବେ ତାହା ଜଣା ପଡି ନାହିଁ।ଅନ୍ୟପଟେ ଦୁଇ ପତ୍ନୀ ଏବେ ଥାନା ର ଦ୍ବାରସ୍ଥ ହୋଇଛନ୍ତି।ଏହି ଘଟଣା ଟି ବିହାର ଠାରେ ଘଟିଛି।