ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ମାହାଙ୍ଗା ରେ ମାଟ୍ରିକ ନାବାଳିକା ଙ୍କ ମୃ-ତ୍ୟୁ ମିଷ୍ଟ୍ରି ଏବେ ଦିନକୁ ଦିନ ବଢିବାକୁ ଲାଗୁଛି। ଅନରକିଲିଂ କୁ ଆ-ତ୍ମ-ହ-ତ୍ୟା ର ରୂପ ଦେବା ପଛରେ ହୋଇଛି ବଡ଼ ଚକ୍ରାନ୍ତ। ଏବେ ଏହା ପ୍ରଶ୍ନ ଉଠିଛି କି ଚକ୍ରାନ୍ତ ପଛରେ ଅଛନ୍ତି ମହଙ୍ଗା ବିଧାୟକ ପ୍ରତାପ ଜେନା କି?
ପ୍ରତାପ ଙ୍କ ଖାସ ଶରତ ନାୟକ ଙ୍କୁ ବଞ୍ଚାଇବା ପାଇଁ ଏବେ ହୋଇଛି କି ପ୍ଲାନ୍? ମାମଲାକୁ ଚାପି ଥିବା ପୋଲିସ ବିରୁଦ୍ଧରେ କାହିଁକି ହେଲା ନାହିଁ ତଦନ୍ତ?
ଆଉ ଭାଇରାଲ ଚିଠି କୁ ନେଇ ଏବେ କାହିଁକି ଚୁପ୍ କଟକ ଗ୍ରାମାଞ୍ଚଳ ଏସପି? ଏବେ ଶରତ ନାୟକ ଓ ଅନୁପମ ନାୟକ ଉଭୟ ଙ୍କୁ ଗିରଫ କରା ଯାଇଛି। ଗୋକନ ସ୍କୁଲ୍ ଶିକ୍ଷକ ଅନୁପମ ଙ୍କ ଗିରଫ ଦାବୀ କୁ ନେଇ ପ୍ରଶ୍ନ ଉଠାଇଛନ୍ତି ତାଙ୍କର ମାଆ।
ସେ କହିଛନ୍ତି କି ସେହି ନାବାଳିକା ଙ୍କ ମୃ-ତ୍ୟୁ ତାଙ୍କ ପୁଅ ର କୌଣସି ପ୍ରକାରର ଭୂମିକା ନାହିଁ। ତାଙ୍କୁ ନ୍ୟାୟ ମିଳୁ ବୋଲି ମଧ୍ୟ ଅନୁପମ ଙ୍କ ମାଆ ମିଡିଆ ସାମ୍ନାରେ ଏହା ଦାବୀ କରିଛନ୍ତି।
ସେ କହିଛନ୍ତି କି ତାଙ୍କର ପୁଅ ହେଉଛି ସଂପୂର୍ଣ୍ଣ ନିର୍ଦ୍ଦୋଷ ଆଉ ଏହି ଘଟଣାର ପ୍ରକୃତ ତଦନ୍ତ କରାଯାଉ। ଆଉ ଏହି ଘଟଣା ପଛରେ ଥିବା ପ୍ରକୃତ ଦୋଷୀ କିଏ ତାକୁ ମଧ୍ୟ ଧରା ଯାଉ ଆଉ ତାଙ୍କର ପୁଅ ଙ୍କ ଏଥିରେ କୌଣସି ପ୍ରକାରର ଭୁଲ୍ ନାହିଁ ବୋଲି ତାଙ୍କର ମାଆ କହିଛନ୍ତି।
ନାବାଳିକା ଙ୍କୁ ମୃ-ତ୍ୟୁ ମାମଲାରେ ମଧ୍ୟ ଏବେବି ଅନେକ ପ୍ରଶ୍ନ ଉଙ୍କି ମାରିବା ରେ ଲାଗିଛି। ଏକ ଭାଇରାଲ ଚିଠି କୁ ନେଇ ଏହା ଅନର କିଲିଂ ବୋଲି ମଧ୍ୟ ସନ୍ଦେହ କରାଯାଇ ଥିଲା।
ଆଉ ଏଥିରେ ଲେଖା ଥିଲା " ମୋ ବାପା ମତେ ବିଷ ପିଆଇ ଦେଇଛନ୍ତି"। ସେଥିରେ ଅନୁପ ବୋଲି ମଧ୍ୟ ଲେଖା ଥିଲା। ଆଉ ଏହି ଚିଠି କୁ ମାହାଙ୍ଗା ର ସେହି ନାବାଳିକା ର ବୋଲି କୁହା ଯାଇଥିଲା। ହେଲେ ଏହି ଚିଠି କୁ ନେଇ ଚୁପ୍ ରହିଥିଲା ପୋଲିସ୍।ଏହି ଘଟଣା ପଛରେ ପ୍ରକୃତରେ ଯାହା ହାତ ତାହା ଜଣା ପଡି ପାରି ନାହିଁ। ଆଉ ସେଥିପାଇଁ ଏବେ ଏହି ଘଟଣାର ସଠିକ ଭାବରେ ତଦନ୍ତ ହେବା ନିହାତି ଭାବରେ ଆବଶ୍ୟକ ଅଟେ।