ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ।

ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି। ବନ୍ଧୁଗଣ ପ୍ରେମ କରି ଯୁବକ ଜଣଙ୍କ ଜଣେ କିନ୍ନରଙ୍କ ହାତଧରି ଥିଲେ।
ଏବଂ ସମଲେଶ୍ବର ମନ୍ଦିରରେ ପରସ୍ପର ରୀତିନୀତି ଅନୁସାରେ ବିବାହ ମଧ୍ୟ କରିଥିଲେ। ହେଲେ ଧିରେ ଧିରେ ଯୁବକଙ୍କ ସତ ସାମ୍ନାକୁ ଆସିଥିଲା। ଆଉ ଶେଷରେ ଅଭିଯୋଗ ଆଣିଥିଲେ କିନ୍ନର ଜଣଙ୍କ।

ଏନେଇ କିନ୍ନର ଜଣଙ୍କ ବଲାଙ୍ଗୀର ଟାଉନ ଥାନାରେ ଅଭିଯୋଗ କରିଛନ୍ତି।ଅଭିଯୋଗକାରୀ କିନ୍ନର ଜଣଙ୍କ ହେଉଛନ୍ତି ସମ୍ବଲପୁର ଜିଲ୍ଲା ରେଙ୍ଗାଲିର ରମାକାନ୍ତ ସାହୁ। ଆଉ ଡ଼ାକ ନାଁ ହେଉଛି ପ୍ରିୟା। ପ୍ରିୟାଙ୍କ କହିବା ଅନୁଯାଇ ୨୦୧୩ ମସିହାରୁ ସମ୍ବଲପୁରରେ ତାଙ୍କର ଏକ ଯୁବକଙ୍କ ସହିତ ବନ୍ଧୁତା ହୋଇଥିଲା।
ସେହି ଯୁବକ ଜଣଙ୍କ ହେଲା ବଲାଙ୍ଗୀର ଟାଉନ ଥାନା ଅନ୍ତର୍ଗତ ଜୁନାଢିପଡ଼ାର ପ୍ରଫୁଲ୍ଲ ପାତ୍ର ତାକ ନାଁ ହେଉଛି ପିଣ୍ଟୁ ଦୁଇଜଣ ବିବାହ ପରେ ସ୍ବାମୀ ସ୍ତ୍ରୀ ଭାବରେ ବଲାଙ୍ଗୀର ଜୁନାଢିପଡ଼ାରେ ରହି ଆସିଥିଲେ।
ହେଲେ ପିଣ୍ଟୁଙ୍କ ପରିବାର ଏହି ବିବାହକୁ ସ୍ବୀକୃତି ଦେଉନଥିଲେ। ଏପଟେ ଶାରିରୀକ ନି-ର୍ଯା-ତ-ନା ଦେବା ସହ ପିଣ୍ଟୁ ପାତ୍ର ତାଙ୍କୁ ବିଭିନ୍ନ ସମୟରେ ଟଙ୍କା ଓ ସୁନା ଅଳଙ୍କାର ସହିତ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ ଆଣିଛନ୍ତି କିନ୍ନର ଜଣଙ୍କ।
ପ୍ରଫୁଲ୍ଲ କିନ୍ନର ଜଣଙ୍କୁ ଗତ ଏକବର୍ଷ ହେବ ଶାରୀରିକ ନି-ର୍ଯା-ତ-ନା ଦେବା ସହିତ ଗାଳି ଗୁଲଜ ମଧ୍ୟ କରୁଥିଲା। ପ୍ରଫୁଲ୍ଲ ନିଶାଶକ୍ତ ଅବସ୍ଥାରେ ଥିବା ସମୟରେ କିନ୍ନର ଜଣଙ୍କୁ ଘରୁ ବାହାର କରି ଦେବା ସହିତ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲା।