Updated: Mar 13, 2024, 19:27 IST

ଭଲପାଇବାକୁ ଅଟକାଇ ପାରିଲାନି ଶାରୀରିକ ଅକ୍ଷମତା ଦେଖନ୍ତୁ ଏହି ନୂଆ ବୋହୂଙ୍କ ସ୍ବାଗତଯୋଗ୍ୟ ପଦକ୍ଷେପ

Viral video

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
Viral
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି।
ତେବେ ବନ୍ଧୁଗଣ ଏକ ନିଆରା ପ୍ରେମ ସାମ୍ନାକୁ ଆସିଛି ବାଲେଶ୍ୱର ଜିଲ୍ଲା ଶିମିଳା ବ୍ଲକ ଅଣ୍ଡିରୀ ପଂଚାୟତ ସେରପୁର ଅଞ୍ଚଳରେ। ସେହି ଅଞ୍ଚଳର ବସନ୍ତ ପାଣିଗ୍ରାହୀ ଯିଏକି ଦୀର୍ଘ ଦିନ ହେଲା ତିହିଡି ଅଂଚଳର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ।
Viral
ଏବଂ ଭଲ ପାଇବା ଭିତରେ ବସନ୍ତଙ୍କ ଦୁର୍ଘଟଣା ଘଟିଥିଲା। ଯାହାଫଳରେ ତାଙ୍କର ଦୁଇଟି ଗୋଡ଼ ଅକ୍ଷମତା ହୋଇଯାଇଛି। ଏହି କଥା ଜାଣିସାରି ମଧ୍ୟ ସେହି ଯୁବତୀ ଜଣଙ୍କ ତାଙ୍କ ପରିବାରଙ୍କୁ ମନେଇ ବସନ୍ତଙ୍କୁ ବିବାହ କରିଛନ୍ତି।
ତେବେ ବନ୍ଧୁଗଣ ବର୍ତମାନ ଦୁହେଁ ପ୍ରେମୀ ଯୁଗଳ ଗଣମାଧ୍ୟମ ସାକ୍ଷାତକାରରେ ଅଛନ୍ତି। ତେବେ କିପରି ଭାବରେ ତାଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା ସେହି ବିଷୟରେ ଆସନ୍ତୁ ଜାଣିବା। ଉଭୟଙ୍କ ପ୍ରେମ ୨୦୧୬ ରୁ ଗଢି ଉଠିଥିଲା।
ଉଭୟଙ୍କର ଏକ ମିଟିଙ୍ଗ ରେ ଦେଖା ହେଇଥିଲା। ଆଉ ଉଭୟଙ୍କ ଭଲ ପାଇବା ସେହିଠାରୁ ଆରମ୍ଭ ହୋଇଥିଲା। ଏହାପରେ ଉଭୟଙ୍କର ଘରର ଅସୁବିଧା ଆସିଥିଲା।
ଯାହାଫଳରେ ବସନ୍ତ ତାଙ୍କ ପ୍ରେମିକା କୁ ବାହାହେବା ପାଇଁ କିଛି ଦିନ ଆପେକ୍ଷା କରିବାକୁ କହିଥିଲେ। ଆଉ ଏହାପରେ ଚାକିରୀ ପାଇଁ ବସନ୍ତ ବାଙ୍ଗଲୋର ଚାଲିଯାଇଥିଲେ। ଏହାରି ଭିତରେ ବସନ୍ତଙ୍କ ଗାଡି ଦୁର୍ଘଟଣା ହୋଇଯାଇଥିଲା। ତେବେ ଯୁବତୀ ଜଣକ ତାଙ୍କ ସ୍ୱାମୀଙ୍କୁ ନେଇ କହିଛନ୍ତି "ତାଙ୍କର ଗୋଡ଼ ନଥାଉ ,ମୋର ତ ଗୋଡ ଅଛି। ମୁଁ ରୋଜଗାର କରି ତାଙ୍କୁ ପୋଷିବି। କେବଳ ପ୍ରେମ ଥିଲେ ଯଥେଷ୍ଟ"।

Advertisement