Updated: Aug 30, 2023, 19:36 IST

ଏମିତି ଭୟଙ୍କର ଘଟଣା ଆଗରୁ କେବେ ଦେଖି ନଥିବେ ଦେଖନ୍ତୁ ଚାହୁଁ ଚାହୁଁ କଣ ହେଇଗଲା

Viral news

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ କିଛି ଦିନ ତଳେ ସହିଦ ନଗର ଅଂଚଳରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଖୋଲାଖୋଲି ଗଣ୍ଡଗୋଳ ଓ ମାରପିଟ୍ ହୋଇଥିଲା। ଏପରିକି ମାରଣାସ୍ତ୍ର ଧରି ଉପସ୍ଥିତ ଲୋକଙ୍କୁ ଭୟଭୀତ କରାଇଥିଲେ ଦୁ-ର୍ବୃ-ତ୍ତ। ତେବେ ବନ୍ଧୁଗଣ ବର୍ତ୍ତମାନ ଦେଖିବାକୁ ମିଳିଛି ଭୁବନେଶ୍ୱର ଶିଶୁପାଳ ଗଡ଼ରେ ଆତଙ୍କରାଜ।
ହାତରେ ମା-ର-ଣା-ସ୍ତ୍ର ଧରି ଗୋଡାଇ ଗୋଡାଇ ଆ-କ୍ର-ମ-ଣ କରୁଛନ୍ତି ଦୁ-ର୍ବୃ-ତ୍ତ। ଯାହାକୁ ପାଇଲେ ତାକୁ ଅତି ନିର୍ଦ୍ଦୟ ଭାବେ ହା-ଣି ପକାଇଛନ୍ତି । ନା କାହାର ଭୟ ନା କାହାକୁ ଖାତିର ସେମାନଙ୍କର। 
Viral
ସିସିଟିଭିରେ କଏଦ ଏହି ଦୃଶ୍ୟ ଗତକାଲି ରାତିର। ରାଜଧାନୀର ଶିଶୁପାଳଗଡ଼ରେ ହାତରେ ମାରଣାସ୍ତ୍ର ଧରି ୩ଟି ବାଇକରେ ମାଡ଼ି ଆସୁଛନ୍ତି ୯ ଜଣ ଆସାମାଜିକ ଯୁବକ। ଆଉ, ରାସ୍ତା କଡ଼ରେ ଠିଆ ହୋଇଥିବା ଜଣେ ଯୁବକଙ୍କୁ ଅତର୍କିତ ଆ-କ୍ର-ମ-ଣ କରୁଛନ୍ତି। ନୃଶଂସତା ଏତେ ଭରି ରହିଛି ଯେ, ଯୁବକ ଜଣକ ଦୌଡି ପଳାଇବା ପରେ ତାଙ୍କ ଗାଡ଼ିକୁ ଖ-ଣ୍ଡାରେ ହା-ଣି ପକାଉଛନ୍ତି। 
ଅ-ଶ୍ଳୀ-ଳ ଭାଷାରେ ଗାଳିଗୁଲଜ କରିବା ସହ ଆତଙ୍କ ଖେଳାଇଛନ୍ତି ସମଗ୍ର ଅଂଚଳରେ। ସକାଳେ ଦେଖିଆ ବେଳକୁ ଦୁର୍ବୃତ୍ତଙ୍କ ଆ-କ୍ର-ମ-ଣ-ରେ ନଷ୍ଟ ହୋଇଯାଇଛି ଏକାଧିକ ଗାଡି।
ଶିଶୁପାଳଗଡ କ୍ଲବ ସାମନାରେ ବ୍ୟାପକ ଭଙ୍ଗାରୁଜା ବି ହୋଇଛି। ଦୁର୍ବୃତ୍ତଙ୍କ ଆ-କ୍ର-ମ-ଣରେ ୩ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଅସାମାଜିକ ଯୁବକଙ୍କ ଆତଙ୍କରାଜକୁ ନେଇ ସ୍ଥାନୀୟ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଛି । 
ଏପରିକି ସେମାନଙ୍କ ଗିରଫ ଦାବିରେ ଗତକାଲି ରାତିରେ ଭୁବନେଶ୍ୱର-ପୁରୀ ରାସ୍ତାକୁ ଅବରୋଧ କରିଥିଲେ ସ୍ଥାନୀୟ ବାସିନ୍ଦା। ଦୁର୍ବୃତ୍ତଙ୍କ ନାଁରେ ପୂର୍ବରୁ ବି ଅନେକ ମାମଲା ରହିଥିବା ଜଣାପଡିଛି।
ଏଭଳି ସ୍ଥିତିରେ ଭାଇରାଲ ହେଉଛି, ଗତକାଲି ଆତଙ୍କରାଜ ଖେଳାଇଥିବା ଦୁର୍ବୃତ୍ତଙ୍କ କିଛି ରିଲ୍ସ ଭିଡିଓ। ଯାହାକୁ ତଦନ୍ତ ପରିସରକୁ ନେଇଥିବା ପୋଲିସ କହୁଛି। ରାଜଧାନୀରେ ଆତଙ୍କରାଜର ଏଭଳି ଘଟଣା ନୂଆ ନୁହେଁ। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଘଟଣାଟି ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି।

Advertisement