ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ବର୍ତ୍ତମାନ ସମୟ ରେ ଲୋକ ଙ୍କ ମଧ୍ୟ ରେ ମଣିଷ ପଣିଆ ନାହିଁ।କେବଳ ନିଜ ସ୍ୱାର୍ଥ ଛଡା ଆଉ କିଛି ବି ଦେଖା ଯାଉ ନାହିଁ।ଆଜି ଆମେ ଆପଣ ମାନଙ୍କୁ ଏକ ଛୋଟ ଝିଅ ବିଷୟ ରେ କହିବାକୁ ଯାଉଛୁ।ଯିଏ କି ଏବେ ତାର କାମ ପାଇଁ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି।
ତାର ଏଭଳି କାର୍ଯ୍ୟ ପାଇଁ ସେ ଆଜି ସାରା ଓଡ଼ିଶା ରେ ପରିଚିତ।ତା ବଡ ବଡ ଲୋକ ମାନେ ବି କିଛି ନୁହେଁ।ବର୍ତ୍ତମାନ ଯଦି କୌଣସି ଲୋକ ଅନ୍ୟ ମାନଙ୍କ ଭଲ କରୁଛି ତାକୁ ସାଙ୍ଗେ ସାଙ୍ଗେ ଭିଡିଓ କରି ସୋସିଆଲ ମିଡିଆରେ ଅପଲୋଡ଼ କରୁଚି।

କିନ୍ତୁ ଏହି ଛୋଟ ଝିଅ ଟି ର ମନ ରେ ସେମିତି କିଛି ବି ନ ଥିଲା।ତାର କେବଳ ଇଚ୍ଛା ଥିଲା ସେ ପାଗଳ କୁ ସାହାର୍ଯ୍ୟ କରିବା।ସୂଚନା ଅନୁସାରେ ଏହି କିଛି ଦିନ ତଳେ ରାସ୍ତା ରେ ଏକ ପାଗଳ ବୁଲୁଥିଲା।ଅଧା ଡ୍ରେସ୍ ପିନ୍ଧି ଉଲଗ୍ନ ଅବସ୍ଥା ରେ ସେ ରାସ୍ତା ରେ ଲୋକ ଙ୍କୁ ହଇରାଣ କରୁଥିଲା।
ଟ୍ରାଫିକ ପୋଲିସ ଭାବେ ସେଠାରେ ସେ ପାଗଳ ସିଗନାଲ ଦେଉଥିଲା।ଗୋଟିଏ ଛୋଟ ପୁଅ ଟି ଆସି ସେ ପାଗଳ ସହିତ ଲାଗୁଥିଲା।ତା ଗାମୁଛା ଟାଣି ଦେଉଥିଲା।ତାକୁ ବହୁତ ହଇରାଣ କରୁଥିଲା।
ଏହି ସମୟ ରେ ଗୋଟିଏ ଛୋଟ ଝିଅ ଟି ଏହି ସମୟ ରେ ତା ର ବାପା ଙ୍କ ସହିତ ସ୍କୁଟି ରେ ଟିଉସନ ରୁ ଫେରୁ ଥିଲା।ସମୟ ସକାଳ ୯ ଟା।ତାର ନଜର ପଡ଼ିଲା ସେ ପାଗଳ ଉପରେ।
ସାଙ୍ଗେ ସାଙ୍ଗେ ସେ ଗାଡ଼ି ରୁ ଆସି ନିଜ ଓଢ଼ନି ଆଣି ପାଗଳ କୁ ପିନ୍ଧାଇ ଦେଇଥିଲା।ତା ବାପା ଙ୍କୁ ଦେହ ରୁ ପୋଷାକ କାଢିବା ପାଇଁ କହିଥିଲା।ତା ବାପା ଙ୍କ ପୋଷାକ ଆଣି ପାଗଳ କୁ ପିନ୍ଧାଇ ଦେଇଥିଲା।ଏହାପରେ ସେ ତା ବାପା ଙ୍କୁ କହିଲା ପାଗଳ କୁ ହସ୍ପିଟାଲ୍ କୁ ନେଇ କରି ଯିବାକୁ।
ତାର ବାପା ତାକୁ ଜବରଦସ୍ତି ଏ କାମ ନ କରିବା ପାଇଁ କହିଥିଲେ।ହେଲେ ଛୋଟ ଝିଅ ଟି ଶୁଣି ନ ଥିଲା।ତାର ଜିଦ୍ ଯୋଗୁ ତା ବାପା ସେ ପାଗଳ କୁ ହସ୍ପିଟାଲ୍ କୁ ନେଇକରି ଗଲେ। ଏହି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଚି।ଆଜିର ସମାଜ ରେ ଏଭଳି ଦୃଶ୍ୟ ଦେଖିଲେ ଆଶ୍ଚର୍ଯ୍ୟ ଲାଗୁଚି।ଛୋଟ ଝିଅ ଟି ର ଏଭଳି କାର୍ଯ୍ୟ ଦେଖି ସମସ୍ତେ ତାର ପ୍ରଶଂସା କରିଛନ୍ତି।