ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ୧୯ ବର୍ଷର ଝିଅକୁ ୧୪ ବର୍ଷ ଧରି ଗୋଟିଏ କୋଠରୀରେ ଦୁ-ଷ୍କ-ର୍ମ। ଖାକି ଆଗରେ ଜଣେ ଯୌ-ନ ଦାସୀ ବଖାଣୁଛନ୍ତି ଛାତି ତଳର କୋହକୁ। ମାସେ କି ବର୍ଷେ ନୁହେଁ ଦୀର୍ଘ ୧୪ ବର୍ଷ ଧରି ତାଙ୍କ ସହ ଘଟି ଯାଇଥିବା ନର୍କ ଯନ୍ତ୍ରଣାକୁ ସେ କହିବା ସମୟରେ ବି ଆଖିରୁ ଲୁହ ବାହାରି ଯାଉଚି ।

ସମସ୍ତେ ତାଙ୍କ କଥା ଶୁଣି ମଧ୍ୟ ଆଶ୍ଚର୍ଯ୍ୟ ହେଇ ଯାଉଛନ୍ତି। ତାଙ୍କୁ ଯେତେବେଳେ ମାତ୍ର ୧୯ ବର୍ଷ ହୋଇଥିଲା ସେତେବେଳେ ତାଙ୍କୁ ଜଣେ ବୟସ୍କ ବ୍ୟକ୍ତି ଅ-ପ-ହ-ର-ଣ କରି ନେଇଥିଲେ।
ଏହାପରେ ଦୀର୍ଘ ୧୪ ବର୍ଷ କାଳ ତାଙ୍କୁ ଦେଇ ଚାଲୁଥିଲା ଅକଥନୀୟ ନି-ର୍ଯା-ତ-ନା। ଏହି ଯୌ-ନ ରାକ୍ଷସ କେତେବେଳେ ନିଜ ଇଚ୍ଛା ଅନୁସାରେ ଦେହର ଭୋକ ମେଣ୍ଟାଉଥିଲା ତ ଆଉ କେତେବେଳେ ନି-ର୍ଯା-ତ-ନା ଦେବାକୁ ବି ପଛାଉନଥିଲା।

ଦୀର୍ଘ ୧୪ ବର୍ଷ ଧରି ଏକ କୋଠରୀ ମଧ୍ୟରେ ଯୌ-ନ ଯନ୍ତ୍ରଣା ସହିଥିବା ଏହି ଯୁବତୀ ଏବେ ବନ୍ଦ କୋଠରୀ ମଧ୍ୟରୁ କୌଶଳ କର୍ମେ ଖସି ଆସିଛନ୍ତି। ଆଉ ନିଜେ ବଖାଣିଛନ୍ତି ତାଙ୍କ ସହ ଘଟି ଯାଇଥିବା ହୃଦୟ ବିଦାରକ କାହାଣୀ। ଏହି ଘଟଣାଟି ଦେଖିବାକୁ ମିଳିଛି ଋଷିଆରେ।
ପୀଡିତାଙ୍କୁ ତାଙ୍କ ଗାଁରୁ ଅ-ପ-ହ-ର-ଣ କରିନେଇଥିଲା ଅଭିଯୁକ୍ତ ଯୁବକ ଜଣକ। ଏହାପରେ ୫୧ ବର୍ଷୀୟ ଋଷ ନାଗରିକ ଜଣକ ନିଜ ଘର ଭିତରେ ବନ୍ଦ ରଖି ଯୁବତୀଙ୍କୁ ଯୌ-ନ ଦାସୀ ସଜାଇ ଦେଇଥିଲା। ୧୯ ବର୍ଷ ବୟସରେ ଯୁବତୀଙ୍କୁ ଅ-ପ-ହର-ଣ କରାଯାଇଥିବା ବେଳେ ଏବେ ତାଙ୍କୁ ଆସି ହେଲାଣି ୩୩ ବର୍ଷ।

ଏହି ସମୟ ସୀମା ମଧ୍ୟରୁ ସେ ୧୦୦୦ରୁ ଅଧିକ ଥର ତାଙ୍କୁ ଦୁ-ଷ୍କ-ର୍ମ କରାଯାଇଥିବା ଜଣା ପଡ଼ିଛି। ଖାଲି ସେତିକି ନୁହେଁ ଚେସ୍କି ଡୋ ୨୦୧୧ ମସିହାରେ ଆଉ ଜଣେ ମହିଳାଙ୍କୁ ମଧ୍ୟ ସେହି କୋଠରୀ ମଧ୍ୟରେ ହ-ତ୍ୟା କରିଥିଲା।
ପୋଲିସ ଏବେ ୧୪ ବର୍ଷ ହେଲା ଯୌ-ନ ଦାସୀ ଭାବରେ ନର୍କ ଯନ୍ତ୍ରଣା ଭୋଗୁଥିବା କଥା ଏହି ପୀ-ଡ଼ି-ତଙ୍କ ବୟାନ ଆଧାରରେ ଚେସ୍କି ଡୋଙ୍କୁ ଗିରଫ କରିଛି।
ସବୁଠାରୁ ବଡ଼ କଥା ହେଉଛି ଚେସ୍କି ଡୋ ୧୪ ବର୍ଷ ହେଲା ଯେଉଁ ଯୁବତୀଙ୍କୁ ଯୌ-ନ ଦାସୀ ଭାବରେ କୋଠରୀରେ ବନ୍ଦୀ କରି ରଖିଥିଲା ତାଙ୍କୁ ଜଣେ ମହିଳା ହିଁ ଖସିବାରେ ସହାୟତା କରିଛନ୍ତି। ଆଉ ସେହି ମହିଳା ପୀଡ଼ିତାଙ୍କୁ ସହାୟତା କରିଥିବା ମହିଳା ଜଣକ ଆଉ କେହି ନୁହେଁ ସେ ହେଉଛନ୍ତି ଚେସ୍କି ଡୋଙ୍କ ନିଜ ମାଆ।