ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ଓଲିଉଡ, ବଲିଉଡ ଆଦି ଅନେକ ସିନେମା ଜଗତକୁ ନେଇ ଆସୁଥିବା ଖବର ସବୁ ଜାଣି ପାରୁଥିବେ ।ଏହି କଳାକାର ଆଉ ଏବେ ଏହି ଦୁନିଆଁ ରେ ନାହାଁନ୍ତି।
ଦୁନିଆଁ ଛାଡି ସବୁ ଦିନ ପାଇଁ ଚାଲି ଯାଇଛନ୍ତି ଆରପାରିକୁ। ଆପଣମାନେ ଜାଣିଥିବେ ଆମ ଦେଶ ହେଲା କଳାକାର ଏବଂ ସଂସ୍କୃତିର ଦେଶ ଏଠାରେ ଅନେକ କଳାକାର ରହିଛନ୍ତି , ଏବଂ ତାଙ୍କର କଳାକୁ ଲୋକ ମାନଙ୍କ ନିକଟରେ ପଦର୍ଶନ କରୁଛନ୍ତି।

ତେବେ ବନ୍ଧୁଗଣ ମାଲାୟାଲମ୍ ଟିଭି ଇଣ୍ଡଷ୍ଟ୍ରୀର ଜଣାଶୁଣା ଅଭିନେତ୍ରୀ ଅପର୍ଣ୍ଣା ନାୟରଙ୍କ ନିଧନ ହୋଇଛି। ଅଭିନେତ୍ରୀଙ୍କ ମୃ-ତଦେହ ତାଙ୍କ ଘର ଭିତରୁ ସନ୍ଦେହଜନକ ଅବସ୍ଥାରେ ମିଳିଛି। ଅଭିନେତ୍ରୀ ୩୧ ବର୍ଷର ଥିଲେ।
ହଠାତ୍ ତାଙ୍କ ପରଲୋକରେ ତାଙ୍କ ଫ୍ୟାନ୍ମାନଙ୍କୁ ଗଭୀର ଝଟ୍କା ଲାଗିଛି। ଅଭିନେତ୍ରୀଙ୍କ ମୃ-ତ୍ୟୁରେ ଟିଭି ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳିଯାଇଛି। ରିପୋର୍ଟ ଅନୁସାରେ, ଅପର୍ଣ୍ଣା ଗୁରୁବାର ରାତିରେ ଥିରୁଅନନ୍ତପୁରମ୍ର କରମନାସ୍ଥିତ ନିଜ ଘରେ ବେହୋସ୍ ଅବସ୍ଥାରେ ମିଳିଥିଲେ।

ଏହାପରେ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତରମାନେ ତାଙ୍କୁ ମୃ-ତ ଘୋଷଣା କରିଥିଲେ। ତେବେ ବନ୍ଧୁଗଣ ଅପର୍ଣ୍ଣା ‘ଚନ୍ଦନମାଞ୍ଝା’, ‘ଆତ୍ମସାଖୀ’, ‘ମେଥିଲି ଭିନ୍ଦୁମ୍ ବରୁମ୍’, ‘ଦେବସ୍ପର୍ଶମ୍’ ଭଳି ଟିଭି ଶୋ’ରେ ସୁନ୍ଦର ଅଭିନୟ ପାଇଁ ଘରେ ଘରେ ପରିଚିତ ଥିଲେ।
ଏହା ବ୍ୟତୀତ ସେ ‘ମେଘତୀର୍ଥମ୍’, ‘ମୁଥୁଗୋ’, ‘ଅଚୟନ୍ସ’, ‘କୋଡଥି ସକ୍ଷମମ୍ ବାଲନ୍ ଭକିଲ୍’, ‘କଲ୍କି’ ଭଳି ଫିଲ୍ମରେ ନଜର ଆସିଥିଲେ। ଅପର୍ଣ୍ଣାଙ୍କ ପରିବାରରେ ତାଙ୍କ ସ୍ୱାମୀ ଏବଂ ଦୁଇ ପିଲା ଅଛନ୍ତି।
ଏହା ଏକ ଆ-ତ୍ମ-ହ-ତ୍ୟା ଘଟଣା ଏବଂ ପାରିବାରିକ ସମସ୍ୟା ଯୋଗୁ ସେ ଏପରି ଚରମ ନିଷ୍ପତ୍ତି ନେଇଥିବା ପୋଲିସ କହିଛି। ପୋଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।
ଏହା ଆତ୍ମହତ୍ୟା ବୋଲି ପୋଲିସ୍ ସନ୍ଦେହ କରୁଛି ଓ ଏହା ପଛରେ ପାରିବାରିକ କଳହ ଥାଇପାରେ। ଯେଉଁଥିପାଇଁ ଅଭିନେତ୍ରୀ ଜଣକ ଏଭଳି ଚରମ ପଦେକ୍ଷେପ ନେଲେ। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଦୁଃଖଦ ଘଟଣାଟି ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି।