Apr 1, 2024, 20:16 IST

ଆରମ୍ଭ ହେଲା ୯୦ ଟଙ୍କିଆ କଏନ ଦେଖନ୍ତୁ କେବେ ଆସିବ ବଜାରକୁ !!

Viral

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ଅର୍ଥାତ୍ ତାଙ୍କର କିଛି ନୂଆ ଘୋଷଣାକୁ ନେଇ ଆସିଛି କିଛି ଖବର ।
ଆଗକୁ ନିର୍ବାଚନ ହେବାକୁ ଯାଉଛି ଆଉ ଏହି ଖବର ତ ଆପଣମାନେ ସମସ୍ତେ ଜାଣିଥିବେ । ଆଗାମୀ ଦିନରେ ନିର୍ବାଚନ ହେବାକୁ ଯାଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଲେ ନୂଆ ଭେଟି । ଏବେ ସାମ୍ନାକୁ ଆସିଲା କିଛି କଏନ ।
Viral
ସାମ୍ନାକୁ ଆସିଲା କଳା ରଙ୍ଗର କଏନ ଆଉ ଏହି ୯୦ ଟଙ୍କିଆ ମୁଦ୍ରା ଏବେ ସମସ୍ତଙ୍କ ଆଖିରେ ଲାଖି ଯାଇଛି । ନିର୍ବାଚନ ପୂର୍ବରୁ ମାର୍କେଟକୁ ଆସିଛି ନୂଆ ଏକ କଏନ । ଆପଣମାନେ ଏକ ଟଙ୍କିଆ କଏନ, ଦୁଇ ଟଙ୍କିଆ କଏନ ଏବଂ ୫ ଟଙ୍କିଆ କଏନ ଆଦି ବ୍ୟବହାର କରୁଥିବେ ।
ଆଉ ଏହାସହ ଆପଣମାନେ ୧୦ ଟଙ୍କିଆ ଆଉ ୨୦ ଟଙ୍କିଆ କଏନ ମଧ୍ୟ ଦେଖିଥିବେ । କିନ୍ତୁ ଆପଣ କେବେ କଣ ୯୦ ଟଙ୍କିଆ କଏନ ଦେଖିଛନ୍ତି କି ? ଆଗରୁ ଏହି କଏନ ହୁଏତ ଦେଖି ନଥିବେ ।
ତାହେଲେ ଜାଣି ରଖନ୍ତୁ ଏବେ ସାମ୍ନାକୁ ଆସିଲା ୯୦ ଟଙ୍କିଆ କଏନ ଯାହାର ରଙ୍ଗ ହେଉଛି କଳା । ଏବେ ମାର୍କେଟକୁ ଆସିଛି ୯୦ ଟଙ୍କିଆ କଏନ । ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କ ତାର ୯୦ ବର୍ଷ ପ୍ରତି ଉତ୍ସବ ପାଳନ କରୁଛି ।
Viral
ଆଉ ଏହି ଅବସରରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୯୦ ଟଙ୍କିଆ କଏନ ବାହାର କରିଛି । ଏହି ଦୃଶ୍ୟ ଆପଣମାନେ ଦେଖି ପାରୁଥିବେ । ଏହି ଉତ୍ସବ ମୁମ୍ବାଇରେ ପାଳିତ ହେଉଥିଲା । ଅର୍ଥମନ୍ତ୍ରୀ ନିର୍ମଳ ସିତାରମଣ, ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସତିକାନ୍ତ ଦାସ ଏବଂ ରିଜର୍ଭ ବ୍ୟାଙ୍କର ଅନ୍ୟ ସଦସ୍ୟମାନେ ଯୋଗ ଦେଇଛନ୍ତି। 
ଏହି କଏନ ୯୯. ୯୯ ପ୍ରତିଶତ ଶୁଦ୍ଧ ରୂପାରେ ନିର୍ମିତ ହୋଇଛି । ପ୍ରାୟ ୪୦ ଗ୍ରାମ ଓଜନ ଏହି କଏନର ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାରି କରିଥିବା ଏହି କଏନର କେନ୍ଦ୍ର ଆଉ ମଧ୍ୟ ଭାଗରେ ଅର୍ବିଆଇର ପ୍ରତୀକ ରହିଛି ।
ଏହି ୯୦ ଟଙ୍କିଆ କଏନ ତଳେ ଆରବିଆଇ ଆଟ ଦ ରେଟ ୯୦ ଲେଖା ହୋଇଛି । ଯାହାର ଦୃଶ୍ୟ ଆପଣମାନେ ଦେଖି ପାରୁଛନ୍ତି । ଅଶୋକ ଚିହ୍ନ ମଧ୍ୟ ରଖାଯାଇଛି । ଏଭଳି ଅନେକ କିଛି ଜିନିଷ ଆପଣମାନେ ଏହି କଏନ ଦ୍ଵାରା ଦେଖିପାରିବେ । ଏବେ ଏହାକୁ ନେଇ ଚର୍ଚ୍ଚା ହେଉଛି।

Advertisement