ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ସବୁ ଅଞ୍ଚଳର ଖବର ପାଇପାରିବେ।
ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ରାତିରେ ଘଟିଥିବା ଘଟଣା ବିଷୟରେ ଜାଣିପାରିବେ । ଶୀତ ଦିନରେ ରାତିରେ କୁହୁଡି ଥିବା ଯୋଗୁଁ କିଛି ଦେଖାଯାଏ ନାହିଁ । ରାତିରେ କିଟ୍ କିଟ୍ ଅନ୍ଧାର ହୋଇଛି । କିଛି ରାସ୍ତା ଦେଖାଯାଉ ନାହିଁ ।
ଆଉ ଏହି ସମୟରେ ଘଟି ଯାଇଛି କିଛି ଅଘଟଣ । ରାତି ୧୨ ଟା ସମୟ ହୋଇଥିଲା । ସେତେବେଳେ ଲୋକମାନେ ଶୋଇଥିବା ସମୟରେ ନଦୀ ପଠାରେ ହୁତୁ ହୁତୁ ହୋଇ ଜଳିବାର ଦେଖା ଯାଇଥିଲା । ସ୍ଥାନୀୟ ଲୋକମାନେ ଏହି ଦୃଶ୍ୟ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ।
ଏହି ଦୃଶ୍ୟ ଆଉ କିଛି ନଥିଲା ଏହା ଥିଲା ଦୁଇଟି ହାଇୱା ଜଳିବାର ଦୃଶ୍ୟ । ଏହି ଦୁଇଟି ହାଇୱା ବାଲି ନେଉଥିଲା । ଦୁଇଟି ବାଲି ବୁହା ହାଇୱା ଜଳି ଯିବା ସମୟରେ ଲୋକମାନେ ନିଆଁକୁ ଲିଭାଇବାକୁ ଚେଷ୍ଟା କରିଥିଲେ ।
କିନ୍ତୁ ନିଆଁକୁ ଆୟତ କରି ପାରିନଥିଲେ । ସ୍ଥାନୀୟ ଲୋକମାନଙ୍କ ମନରେ ଏହାକୁ ଦେଖି ଭୟଭୀତ ହୋଇ ଯାଇଥିଲେ ଲୋକମାନେ । ଲୋକମାନେ ଭାବିଥିଲେ କି ହାଇୱା ଡ଼୍ରାଇଭରଙ୍କ ଜୀବନ ଚାଲି ଯାଇଥିବ କିନ୍ତୁ ଏହା ହୋଇ ନଥିଲା । ବାଲି ଚାଲାଣ ବେଳେ ଘଟି ଯାଇଥିଲା ଦୁର୍ଘଟଣା ।
ଏହି ସମୟରେ ଜଳି ଯାଇଥିଲା ଏହି ଦୁଇଟି ଗାଡ଼ି । ଦୁଇଟି ହାଇୱାର ଡ୍ରାଇଭର ଗାଡ଼ି ଛାଡ଼ି ଫେରାର ହୋଇ ଯାଇଛନ୍ତି । ଗତ ଶୁକ୍ରବାର ରାତି ୧୨ ସମୟରେ ଦୁଇ ହାଇୱା ମହାନଦୀରୁ ବାଲି ବୋଝେଇ କରି ଆଠମଲ୍ଲିକ ଅଭିମୁଖେ ଆସୁଥିଲେ ।
ଏହି ସମୟରେ ପଛରେ ଆସୁଥିବା ଏକ ହାଇୱା ଧକ୍କା ଦେବାରୁ ଏଭଳି ଘଟଣା ଘଟିଥିଲା । ଏହି ଦୁର୍ଘଟଣା ବହୁତ ଭୟଙ୍କର ଥିଲା । ଏହି ଦୁର୍ଘଟଣା ଦ୍ଵାରା ଦୁଇଟି ହାଇୱା ଜଳି ଯାଇଥିଲା । ଏହାକୁ ଦେଖି ଡ୍ରାଇଭର ଦୁଇଜଣ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଆଉ ଭୟଭୀତ ହୋଇ ଯାଇଥିଲେ । ସେଥିପାଇଁ ସେମାନେ ସେଠାରୁ ଫେରାର ହୋଇ ଯାଇଥିଲେ ।
ଏହାପରେ ଏହି ଡ୍ରାଇଭର ଦୁଇଜଣ ସେଠାରୁ ଯିବା ପରେ ଗାଡ଼ି ଦୁଇଟି ଜଳି ଯାଇଥିଲା । ସ୍ଥାନୀୟ ଲୋକମାନେ ଅଗ୍ନିଶମ ବିଭାଗକୁ ଫୋନ କରିଥିଲେ । ଅଗ୍ନିଶମ ବିଭାଗ ନିଆଁ ଲିଭାଇବା ପରେ ଜଣାପଡିଥିଲା କି ହାଇୱା ସମ୍ପୂର୍ଣ୍ଣ ଜଳିପୋଡି ଯାଇଥିଲା ।