ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ଯେ ଏବେ କିଭଳି ଭାବେ ଲୋକମାନେ ଠକାମୀ ର ଶିକାର ହେଉଛନ୍ତି।ଲୋକ ମାନେ କିଛି ଜାଣିବା ଆଗରୁ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ରୁ ପଇସା କଟି ଯାଉଛି।ନିକଟ ରେ ଉତ୍ତର ପ୍ରଦେଶର ଆଲିଗଡ ଠାରେ ଜଣେ ମହିଳା ଙ୍କ ସହିତ ଏପରି ଘଟିଛି।

ତାଙ୍କ ପାଖକୁ ଏକ କଲ୍ ଆସିଥିଲା।ତାଙ୍କୁ କିଛି ଶୁଣା ଯାଇ ନ ଥିଲା।ସେ ବାରମ୍ବାର ହାଲୋ ହାଲୋ ହେଉଥିଲେ।ପ୍ରାୟ ୨୦ ସେକେଣ୍ଡ ଯାଏଁ କଥା ହେଲେ।ଏହା ପରେ ସେ ଦେଖିଲେ ତାଙ୍କ ଆକାଉଣ୍ଟ ରୁ ୧ ଟଙ୍କା କଟି ଗଲା।ସେ ଏହା ପରେ ଫୋନ୍ କାଟିବା ପାଇଁ ଚେଷ୍ଟା କଲେ।ତାହା ହୋଇ ପାରିଲା ନାହିଁ।
ଧୀରେ ଧୀରେ ତାଙ୍କ ଆକାଉଣ୍ଟ ରୁ ୯୯୯୯୯ ଟଙ୍କା କଟି ଗଲା।ଏହା ପରେ ସେ ବ୍ୟାଙ୍କ ରେ ଏ ବିଷୟ ରେ ଅଭିଯୋଗ କଲେ।ପୋଲିସ କୁ ଜଣାଇଲେ।ପୋଲିସ ମାନେ କହିଲେ କି ଏହା ହେଉଛି ସାଇବର ଠକ ମାନଙ୍କ କାମ।ସେମାନେ ଆପଣ ଙ୍କ ପାଖକୁ କଲ୍ କରି ଆପଣ ଙ୍କ ଆକାଉଣ୍ଟ ରୁ ସବୁ ପଇସା ଲୁଟି ନେଇଛନ୍ତି।

ଆଗରୁ ସେମାନେ ଓଟିପି ମାଧ୍ୟମ ରେ ଟଙ୍କା ଲୁଟ କରୁଥିଲେ।କିନ୍ତୁ ଏବେ ସମୟ ବଦଳି ଯାଇଚି।ସେମାନେ ନୂତନ ଜ୍ଞାନ କୌଶଳ ମାଧ୍ୟମ ରେ ଏପରି କାମ କରୁଛନ୍ତି।ଆପଣ ଏଥି ପ୍ରତି ସଚେତନ ହୁଅନ୍ତୁ।କେବଳ ଭାରତୀୟ କଲ୍ ଗୁଡିକ ରିଶିଭ କରନ୍ତୁ।
ଭାରତୀୟ ନମ୍ୱର୍ ଗୁଡ଼ିକ ରେ ପ୍ରଥମ ୯୧ ଲେଖା ଯାଇଥାଏ।ସେମାନେ ଆପଣ ଙ୍କୁ କଲ୍ କରି ଓଟିପୀ ନେଇ ଟଙ୍କା ଲୁଟ କରିବେ।କିନ୍ତୁ ବିଦେଶୀ ସାଇବର କ୍ରାଇମର ମାନେ କେବଳ କଲ୍ ମାଧ୍ୟମ ରେ ସବୁ ଅର୍ଥ ନେଇ ଯିବେ।ସେଥିପାଇଁ ଏଭଳି କଲ୍ କୁ ଆପଣ ମାନେ ରିଶିଭ୍ କରନ୍ତୁ ନାହିଁ।

ଏବେ ଏପରି କିଛି ମୋବାଇଲ ଆସୁଛି ଯେଉଁଥି ରେ କୌଣସି ଅଲଗା ଦେଶ ରୁ କଲ ଆସିଲେ ସେଥିରେ ଜଙ୍କ କଲ୍ ଲେଖା ହେଉଛି।ଯାହାକି ଲୋକ ଙ୍କୁ ବହୁତ ସୁବିଧା ହେଉଚି।ଆପଣ ଙ୍କ ଆକାଉଣ୍ଟ କୁ ସୁରକ୍ଷିତ ରଖନ୍ତୁ।କାହାରି ସହିତ ଆପଣ ସଂଯୋଗ ରେ ରୁହନ୍ତୁ ନାହିଁ।
ଆଗରୁ ମଧ୍ୟ ଏମିତି ଅନେକ ଘଟଣା ସାମ୍ନା କୁ ଆସିଚି।ଯଦି ଆପଣ ଥରେ କରେ ଫୋନ୍ ଉଠେଇବେ ନାହିଁ ତେବେ ସେମାନେ ବାରମ୍ବାର କଲ୍ କରନ୍ତି।ଏମାନଙ୍କ ଠାରୁ ଦୂରେଇ ରୁହନ୍ତୁ।କଲ୍ ଉଠାନ୍ତୁ ନାହିଁ।ଏମାନଙ୍କ ଠାରୁ ଯେତେ ଦୂରରେ ରହିବେ ସେତେ ଭଲ ହୋଇ ଥାଏ।