Updated: Aug 26, 2023, 21:08 IST

ଇତିହାସ ରଚିଲେ ଟ୍ରକ୍ ଡ୍ରାଇଭରଙ୍କ ପୁଅ ଦେଖନ୍ତୁ ରହିଛି କେତେ ବଡ଼ ଅବଦାନ

Viral news

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଚନ୍ଦ୍ର ପୃଷ୍ଠରେ ସଫଳତାର ସହ ଲ୍ୟାଣ୍ଡ କରିଛି ଚନ୍ଦ୍ରୟାନ-3 ର ଲ୍ୟାଣ୍ଡର ବିକ୍ରମ ଓ ପ୍ରଜ୍ଞାନ ରୋଭର। ତେବେ ବନ୍ଧୁଗଣ କଥାରେ ଅଛି କଷ୍ଟ କଲେ କୃଷ୍ଣ ମିଳେ। ଦୃମ ମନୋବଳ ଓ ଇଚ୍ଛା ଶକ୍ତି ଆଗରେ ଆର୍ଥିକ ଅନଟନ ବାଧା ସୃ୍ଷ୍ଟି କରିପାରେନି।
Viral news
ଏପରି ଘଟଣା ଘଟିଛି ଝାଡ଼ଖଣ୍ଡର ଜଣେ ଟ୍ରକ ଡ୍ରାଇଭରଙ୍କ ପରିବାରରେ। ଯାହାକି ବନ୍ଧୁଗଣ ବାପା ଥିଲେ ଟ୍ରାକ ଡ୍ରାଇଭର, ଆଉ ପୁଅ ହେଲା ଚନ୍ଦ୍ରଯାନ ହିରୋ। ତେବେ ଝାଡ଼ଖଣ୍ଡ ନିବାସୀ ସୋହନ ଯାଦବ ଜଣେ ଟ୍ରକ ଡ୍ରାଇଭରଙ୍କ ପୁଅ। 
ସତରେ ମନୋବଳ ଓ ତା ସହ ଧର୍ଯ୍ୟ ଶକ୍ତି ଥିଲେ ସବୁ କିଛି ସମ୍ଭବ, ଯାହାକି ସୋହନଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି। ଚନ୍ଦ୍ରଯାନ ୩ର ସଫଳତା ରେ ସୋହନଙ୍କର ମଧ୍ୟ ପ୍ରମୁଖ ଭୂମିକା ରହିଛି। ଛୋଟବେଳୁ ସୋହନ ପରିବାରରେ ଆର୍ଥିକ ସମସ୍ୟା ଦେଖିଆସୁଥିଲେ।
Viral
ସୋହନ ପିଲାବେଳୁ ଶାନ୍ତ ସ୍ୱଭାବର ଥିଲେ। ଆଉ ସେ ଛୋଟବେଳୁ ଭଲ ପାଠ ମଧ୍ୟ ପଢ଼ୁଥିଲେ। ପରିବାର କଥା କହିଲେ ବାପା ଜଣେ ଟ୍ରକ୍ ଡ୍ରାଇଭର। ମା’ ଜଣେ ଗୃହିଣୀ। ୪ ଭାଇ ଭଉଣୀଙ୍କ ମଧ୍ୟରେ ତୃତୀୟ ସନ୍ତାନ ହେଉଛନ୍ତି ସୋହନ। ଟ୍ରକ୍ ଚଳାଇ ୬ ପ୍ରାଣୀ କୁଟୁମ୍ବ ପାଳିବା ବହୁତ କଷ୍ଟ ହେଉଥିଲା। 
ବାପା ଧୁରା ଯାଦବ ଟ୍ରକ୍ ଚଳାଇ ଯାହା ରୋଜଗାର କରନ୍ତି ତାହା ପରିବାର ପ୍ରତିପୋଷଣ ପାଇଁ ଲାଗେ। କିନ୍ତୁ ସେତ ବାପା ମା’ ନିଜ ପୁଅର ଭବିଷ୍ୟତ ଥିଲା ତାଙ୍କ ପାଇଁ ସବୁକିଛି। ତେଣୁ ବଡ କଷ୍ଟ ରେ ସେ ନିଜ ପୁଅ କୁ ପାଠ ପଢ଼ିଲେ।
Viral
ପ୍ରଥମେ ପଞ୍ଚମ ଶ୍ରେଣୀ ଯାଏଁ ଗାଁ ପାଖ ସରସ୍ୱତୀ ବିଦ୍ୟା ମନ୍ଦିରରେ ପଢିବା ପରେ ପ୍ରବେଶିକା ପରୀକ୍ଷା ଉତ୍ତିର୍ଣ୍ଣ ହୋଇ ନବୋଦୟରେ ପଢିଲେ। ସେଠାରୁ ଶିକ୍ଷା ସରିବା ପରେ ଡିଏଭି ରୁ ଦ୍ୱାଦଶ ଶେଷ କଲେ। ଜାଣିଲେ ଆଶ୍ଚର୍ଯ୍ୟ ହେବେ ବାପାଙ୍କ ରୋଜଗାର ମାତ୍ର ୩ ହଜାର ଟଙ୍କା ଥିବାବେଳେ କେବଳ ସୋହନଙ୍କ ପାଇଁ ୨,୫୦୦ ଟଙ୍କା ଖର୍ଚ୍ଚ ହେଉଥିଲା। 
ଆଇଆଇଟିରେ ସ୍ଥାନ ପାଇବା ପରେ ସମସ୍ତେ ଖୁସି ଥିଲେ। କଷ୍ଟ କରି ୨୦୧୬ ରେ ସୋହନ ଇସ୍ରୋରେ ଜଏନ କରିଥିଲେ। ସେତେବେଳେ ତାଙ୍କ ବର୍ଷ ୨୧ ବୟସ ହୋଇଥିଲା।
ଆଉ ସେବେଠୁ ତାଙ୍କୁ ଚନ୍ଦ୍ରଯାନର ମୁଖ୍ୟ ପ୍ରୋଜେକ୍ଟରେ ସାମିଲ କରାଯାଇଥିଲା। ୨୮ ବର୍ଷୀୟ ସୋହନଙ୍କ ଏହି ସଫଳତା ରେ ତାଙ୍କ ପୁରା ପରିବାର ଆଜି ଗର୍ବିତ। ସୋହନଙ୍କ ମା’ ପୁଅର ଏହି ଅଭିଯାନ ସଫଳ ହେଉ ବୋଲି ମାନସିକ କରି ବ୍ରତ ମଧ୍ୟ ରଖିଥିଲେ। ଆଉ ଠିକ୍ ୬ଟା ୪ ମିନିଟରେ ଯେତେବେଳେ ସଫଳତାର ସହ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ଡି କଲା ସମସ୍ତେ ଖୁସି ହୋଇ ଯାଇଥିଲେ।

Advertisement