Updated: Apr 2, 2024, 00:54 IST

ସୋସିଆଲ ମିଡିଆରେ ଘୁରି ବୁଲୁଛି ଆଶ୍ଚର୍ୟ୍ଯ ଜନକ ଦୃଶ୍ୟ ଦେଖନ୍ତୁ ଗଛ ହାଣିଲେ ବାହାରୁଛି ପିଚକାରୀ ଭଳି ପାଣି

Viral

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Viral
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି।
ତେବେ ବନ୍ଧୁଗଣ ବର୍ତମାନ ଏକ ଆଶ୍ଚର୍ଯ୍ୟ ଘଟଣା ସାମ୍ନାକୁ ଆସିଛି। ବନ୍ଧୁଗଣ ପୃଥିବୀରେ ଅନେକ ରହସ୍ୟ ବୃକ୍ଷ ଲତା ଠାରେ ଲୁଚି ରହିଛି ଅଦ୍ଭୁତ ଦୃଶ୍ୟ। ଏଭଳି ଏକ ଘଟଣା ଆନ୍ଧ୍ରପ୍ରଦେଶର ଏଏସଆର ଜିଲ୍ଲାର ପାପିକୋଣ୍ଡା ଜାତୀୟ ଉଦ୍ୟାନରେ ଦେଖାଦେଇଛି। 
VIRAl
ଯେତେବେଳେ ବନ ଅଧିକାରୀ ଇଣ୍ଡିଆନ ଲରେନ୍ସ ନାମକ ଏକ ବୃକ୍ଷର ଛାଲକୁ କାଟିଲେ ସେତେବେଳେ ସେହି ଗଛରୁ ଏକ ପାଇପ ପରି ପାଣିର ଧାର ବାହାରିବାକୁ ଲାଗିଲା। ଏହାକୁ ଇଣ୍ଡିଆନ ଲାରେଲ ଟ୍ରି କୁହାଯାଏ। ଯାହା ଗ୍ରୀଷ୍ମ ଋତୁରେ ନିଜ ଭିତରେ ପାଣି ଗଚ୍ଛିତ କରିଥାଏ।
ଏହି ଗଛକୁ ବୌଦ୍ଧ ଧର୍ମର ଲୋକେ ମଧ୍ୟ ଏହି ଗଛକୁ ଧାର୍ମିକ ଭାବେ ଦେଖିଥାଆନ୍ତି। ଏହା ଖାସକରି ଗୋଦାବରୀ କ୍ଷେତ୍ରରେ ପାହାଡ଼ ଅଞ୍ଚଳରେ ରହୁଥିବା ଜନଜାତି ସମୁହ କୋଣ୍ଡା ରେଡ୍ଡୀ ସମୁଦାୟ ଏହି ଗଛ ବିଷୟରେ ସୂଚନା ଦେଇଥିଲେ। ଯେଉଁମାନେ ଏହାର ଛାଲକୁ କାଟି ନିଜର ଶୋଷ ମେଣ୍ଟାଇଥାନ୍ତି।
ଶନିବାର ମାର୍ଚ୍ଚ ୩୦ ତାରିଖରେ ଆନ୍ଧ୍ରପ୍ରଦେଶ ଜଙ୍ଗଲ ବିଭାଗର ଅଧିକାରୀମାନେ ଆଲୁରି ସୀତାରାମ ରାଜୁ ଜିଲ୍ଲାର ରାମ୍ପା ଏଜେନ୍ସିର ପାପିକୋଣ୍ଡା ନ୍ୟାସନାଲ ପାର୍କରେ ମିଳିଥିବା ଏକ ଭାରତୀୟ ଲରେଲ ଗଛର ଛାଲକୁ କାଟି ଦେଖିଥିଲେ ଯେ ସେଥିରୁ ପାଣି ବାହାରୁଛି ନା ନାହିଁ।
ଏବେ ଏକ ଭିଡିଓ ସାମ୍ନାକୁ ଆସିଛି, ସେଥିରେ ଦେଖାଯାଉଛି ଯେ, ଗଛ କାଟିବା ମାତ୍ରେ ସେଥିରୁ ଜଳ ସ୍ରୋତ ବାହାରିବା ଆରମ୍ଭ ହେଇଛି। ବିଭାଗୀୟ ବନ ଅଧିକାରୀ ଜି. ନରେନ୍ଦ୍ରନ୍ ବନ ବିଭାଗ ଦଳର ନେତୃତ୍ୱ ନେଉଥିଲେ।

Advertisement