Nov 16, 2023, 17:56 IST

ପୁଣି ଟ୍ରେନରେ ଲାଗିଲା ଭୟଙ୍କର ନିଆଁ ଦେଖନ୍ତୁ କଣ ହେଲା ହଠାତ୍ ଶୋଇଥିଲେ ଲୋକେ ଅଚାନକ ହେଲା ଏମିତି

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ନୂଆଦିଲ୍ଲୀ-ଦରଭଙ୍ଗା କ୍ଲୋନ ସ୍ପେସାଲ ଏକ୍ସପ୍ରେସରେ ଭୟାବହ ଅଗ୍ନିକାଣ୍ଡ । ହୁହୁ ହୋଇ ଜଳିଗଲା ଟ୍ରେନ। ନୂଆଦିଲ୍ଲୀ-ଦରଭଙ୍ଗା ଏକ୍ସପ୍ରେସରେ ଅଗ୍ନିକାଣ୍ଡ।
Special report
ଉତ୍ତର ପ୍ରଦେଶର ସରାଇ-ଭୋପତ ଷ୍ଟେସନ ଅତିକ୍ରମ କଲା ବେଳେ S1କୋଚରେ ନିଆଁ ଲାଗି ଯାଇଥିଲା। ହୁତୁହୁତ ହୋଇ ଜଳିଥିଲା କୋଚ୍। ଷ୍ଟେସନ ମାଷ୍ଟର ଧୂଆଁ ଦେଖିବା ପରେ ଟ୍ରେନକୁ ଅଟାଇଥିଲେ। 
ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା। ଅଗ୍ନିକାଣ୍ଡରେ ଭୟାବହ ଥିଲେ ବି କେହି ମୃତାହତ ହୋଇ ନଥିବା ନର୍ଥ ସେଣ୍ଟ୍ରାଲ ରେଳବାଇର ସିପିଆରଓ ସୂଚନା ଦେଇଛନ୍ତି। ସୁଚନା ଅନୁଯାୟୀ, ବୁଧବାର ହୋଇଥିବା ଅଗ୍ନିକାଣ୍ଡ ପରେ ଏହି ଟ୍ରେନ୍ ର ସମସ୍ତ ତିନୋଟି ବଗି ପୋଡ଼ି ପାଉଁଶ ହୋଇଯାଇଥିଲା।
Special report
ଏହି ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଗ୍ନିକାଣ୍ଡ ପରେ ସମୟ ଥାଉ ଥାଉ ନିଆଁ ବ୍ୟାପିବା ବନ୍ଦ ହୋଇଯାଇଥିଲା। 
ଏନେଇ ଉତ୍ତର-କେନ୍ଦ୍ରୀୟ ରେଳବାଇ କେନ୍ଦ୍ରୀୟ ଲୋକସମ୍ପର୍କ ଅଧିକାରୀ କହିଛନ୍ତି ଯେ ଯେତେବେଳେ ଟ୍ରେନ୍ ନମ୍ବର ୦୨୫୭୦ ନୂଆଦିଲ୍ଲୀ-ଦରଭଙ୍ଗା କ୍ଲୋନ ଏକ୍ସପ୍ରେସ ଉତ୍ତର ପ୍ରଦେଶର ସରାୟ ଭୋପତ ରେଳ ଷ୍ଟେସନ ଅତିକ୍ରମ କରୁଥିଲା,
Special report
ସେତେବେଳେ ସ୍ଥାନୀୟ ଷ୍ଟେସନ ମାଷ୍ଟର ତୁରନ୍ତ S1 କୋଚ୍ ରେ ଧୂଆଁ ଦେଖିବା ପରେ ଟ୍ରେନ ଅଟକାଇ ଦେଇଥିଲେ। ତେବେ ବନ୍ଧୁଗଣ ଛଟ୍ ପୂଜା ପାଇଁ ଏହି ଟ୍ରେନ୍ ର ତିନୋଟି କୋଚ୍ ଯାତ୍ରୀଙ୍କ ସହିତ ଭର୍ତ୍ତି ହୋଇଥିଲେ।
ଅଗ୍ନିକାଣ୍ଡ କାରଣରୁ ପ୍ରାୟ ୨୫୦ ଜଣ ଯାତ୍ରୀଙ୍କ ସମସ୍ତ ଅସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି। ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଥିଲା। ଏହି ଅଗ୍ନିକାଣ୍ଡ କାରଣରୁ କୌଣସି କ୍ଷୟକ୍ଷତି ହୋଇନାହିଁ।
ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଖୁବ ଶ୍ରୀଘ୍ର ଟ୍ରେନ୍ ଏହାର ଗନ୍ତବ୍ୟସ୍ଥଳ ଅଭିମୁଖେ ପୁନର୍ବାର ଯାତ୍ରା ଆରମ୍ଭ କରିବାକୁ ଯାଉଛି। ସେପଟେ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ନିଆଁ ଲାଗିବାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

Advertisement