Updated: Mar 19, 2024, 10:15 IST

ଏଇ ସେଇ ଦୁଇ ଦୁଇଟା ପ୍ରେମିକ ରଖିଥିବା ଝିଅ..ଯାହା ପାଇଁ ଗଲା ନିରୀହ ଯୁବକ ଜୀବନ..

Yy

ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ଗିରଫ ହୋଇଛନ୍ତି ହ-ତ୍ୟା-କା-ରୀ ପ୍ରେମୀ ଯୁଗଳ ପୀଙ୍କୁ ଏବଂ ନୀହାରିକା।ନୀହାରିକା ଙ୍କ ପାଇଁ ଗତ ୨ ଦିନ ପୂର୍ବରୁ ଲକ୍ଷ୍ମୀ ସାଗର ଥାନା ଚିନ୍ତାମଣି ସ୍ଵର ଅଞ୍ଚଳ ରେ ଏକ ହ-ତ୍ୟା-କା-ଣ୍ଡ ହୋଇଥିଲା।
ଜଣେ ଯୁବକ ଙ୍କୁ ଡାକି ତାଙ୍କୁ ଖଣ୍ଡା ରେ ଆକ୍ରମଣ କରିଥିଲେ।ଦୁଇ ଦିନ ପୂର୍ବରୁ କେବଳ ନୀହାରିକା ଏବଂ ପିଙ୍କୁ ନୁହଁନ୍ତି ଅନ୍ୟ ଚାରି ଜଣ ସାଙ୍ଗ ମିଶି ଏଭଳି ଘଟଣା ଘଟାଇ ଥିଲେ।
Hh
ଏବଂ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ।ଆଜି ଲକ୍ଷ୍ମୀ ସାଗର ପୋଲିସ ପ୍ରେମୀ ଯୁଗଳ ପିଙ୍କୁ ଏବଂ ନୀହାରିକା ଙ୍କୁ ସାଲିଆ ସାହି ରୁ ଗିରଫ କରିଛନ୍ତି।ଗିରଫ କରିବା ପରେ ଯେଉଁ ତଥ୍ୟ ସାମ୍ନାକୁ ଆସିଛି ତାହା ବିସ୍ପୋରକ ବୟାନ।
କାହିଁକି ନା ନୀହାରିକା ପ୍ରଥମେ ଗୌତମ ନାମକ ଜଣେ ଯୁବକ ଙ୍କୁ ଭଲ ପାଉଥିଲେ।ତାପରେ ପିଙ୍କୁ ଙ୍କ ସହିତ ସମ୍ପର୍କ ରଖିଥିଲେ।ବାରମ୍ବାର ତାଙ୍କର ଝଗଡ଼ା ହେଇଥିବା କାରଣ ରୁ ତ୍ରିକୋଣିୟ ପ୍ରେମ ର ସମାଧାନ ପାଇଁ ପିଙ୍କୁ,ନୀହାରିକା ଗୌତମ ଙ୍କୁ ଡାକି ଥିଲେ।
Yh
ଯେହେତୁ ରାତି ୨ ଟା ପାଖାପାଖି ହୋଇ ଯାଇଥିଲା ସେଥିପାଇଁ ଗୌତମ ତାଙ୍କ ସାଙ୍ଗ ଅଞ୍ଜନ ଙ୍କୁ ଡାକିଥିଲେ।କିନ୍ତୁ ସମାଧାନ ର ବାଟ ବାହାରି ନଥିଲା।ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପିଙ୍କୁ ରାଗିଯାଇ ନୀହାରିକା ଙ୍କ କଥା ରେ ପରିଚାଳିତ ହୋଇ ଆକ୍ରମଣ କରିଥିଲେ।
ଗୌତମ ଯେତେବେଳେ ଜୀବନ ବଞ୍ଚାଇବା ପାଇଁ ଦୌଡ଼ି କି ଚାଲି ଆସିଥିଲେ ସେ ସମୟରେ ଧାରୁଆ ଅସ୍ତ୍ର ଖଣ୍ଡା ଚୋଟ ରେ ଅଞ୍ଜନ ଙ୍କ ମୃ-ତ୍ୟୁ ହୋଇଥିଲା।ଏହାପରେ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିଲେ।
ବିଭିନ୍ନ ଦିଗ କୁ ନେଇ ତଦନ୍ତ କରିବା ପରେ ଆଜି ଦୁଇ ଜଣ ପ୍ରେମୀ ଯୁଗଳ ଙ୍କୁ ଲକ୍ଷ୍ମୀ ସାଗର ଥାନା ପୋଲିସ ଗିରଫ କରିଛନ୍ତି।ଅନ୍ୟ ଚାରି ଜଣ ସହଯୋଗୀ ବର୍ତମାନ ଫେରାର ଅଛନ୍ତି।ସେମାନଙ୍କୁ ଖୋଜିବା ପାଇଁ ବର୍ତମାନ ବିଭିନ୍ନ ଜାଗା ରେ ଚଢାଉ କରୁଛି ପୋଲିସ।

Advertisement