ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଖରାବେଳେ ବଗିଚା ଭିତରେ ଗାମୁଛା ଘୋଡାଇ ହୋଇ ବୁଲୁଥିଲେ ତିନି ତିନୋଟି ନାବାଳିକା ଝିଅ। ବୟସ ସେମାନଙ୍କର ପାଖାପାଖି ୧୨ ରୁ ୧୫ ବର୍ଷ ମଧ୍ୟରେ ହୋଇଥିବ। ହେଲେ ଏହି ସମୟରେ ସେମାନେ ବଗିଚା ଭିତରେ କଣ କରୁଛନ୍ତି ସେନେଇ ମନରେ ସନ୍ଦେହ ବଢିଲା।
ସେହି ସମୟରେ ଚାରିଆଡ଼େ ଖୁବ୍ ଶୁନଶାନ୍ ମଧ୍ୟ ଥିଲା। ସେହି ସମୟରେ ଏକା ପରି ଦେଖା ଯାଉଥିବା ତିନୋଟି ଝିଅ କେଉଁ ଆଡୁ ଆସିଲେ ତାହାକୁ ନେଇ ପ୍ରଶ୍ନ ବଢିଲା।
ଯେତେବେଳେ ସେମାନଙ୍କୁ ଏହି ସମ୍ପର୍କରେ ପଚରା ଯାଇଥିଲା ସେତେବେଳେ ସେମାନେ ଉତ୍ତର ଦେବା ବଦଳରେ ସେମାନଙ୍କ ମୁହଁ ଲୁଚାଇବାକୁ ଲାଗିଲେ। କିଏ ମୁହଁ ବୁଲାଇ ଚାଲି ଯାଇଥିଲା ତ ଆଉ କିଏ ନିଜ ମୁହଁ କୁ ଲୁଚାଇ ଦେଇଥିଲା।
ହେଲେ ସେମାନଙ୍କ ଏହି ନିରବତା ପଛରେ କେଉଁ କାରଣ ଲୁଚି ରହିଥିଲା ତାହା କାହାକୁ ହେଲେ ମଧ୍ୟ ଆଦୌ ଜଣା ନଥିଲା। ଏହି ସମ୍ପର୍କରେ ସେଠାରେ ଥିବା ମହିଳା ମାନେ ମଧ୍ୟ କୌଣସି ପ୍ରତିକ୍ରିୟା ଦେଇ ନଥିଲେ।
ସେମାନେ ସମସ୍ତେ ନିଜ ନିଜ କାମରେ ବ୍ୟସ୍ତ ଥିବା ଭଳି ଅଭିନୟ କରିଥିଲେ। ହେଲେ ଅସହାୟ ଖରାରେ ଏଭଳି ନାବାଳିକା ଝିଅ କଣ ପାଇଁ ତାଙ୍କ ମୁହଁ ଲୁଚାଉ ଥିଲେ ତାହାର କିଛି ହେଲେ ମଧ୍ୟ ଖବର ମିଳୁ ନଥିଲା।
ହେଲେ ଏହି ଘଟଣାକୁ ତଦନ୍ତ କରିବା ପରେ ଯାହା କିଛି ସାମ୍ନା କୁ ଆସିଥିଲା ତାହା ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇ ଯିବେ। ଏହି ଘଟଣା ହେଉଛି କନ୍ଧମାଳ ଜିଲା, ତୁମୁଡ଼ିବନ୍ଧ ଅଞ୍ଚଳର।
ସେଠାରେ ଏକ ବଗିଚା ହୋଇଥିବା ବେଳେ ସେହି ବଗିଚାରେ ନାବାଳିକା ଝିଅ ମାନଙ୍କୁ କାମରେ ଲଗାଉଛନ୍ତି ଏଠିକାର ଫରେଷ୍ଟର ବାବୁ ଜଣକ। ସେ ନାବାଳିକା ମାନଙ୍କୁ ଟଙ୍କା ଲୋଭ ଦେଖାଇ ସେମାନଙ୍କ ଠାରୁ ଟଙ୍କା ହଡ଼ପ କରିବାରେ ଲାଗି ପଡିଛନ୍ତି।
ଏତେ ଖରାରେ ନାବାଳିକା ଝିଅଙ୍କୁ ବଗିଚାରେ ପାଣି ଦେବା କାମରେ ଲଗାଇ ଥିଲେ ଏହି ଫରେଷ୍ଟର ବାବୁ ଜଣକ। ଯେଉଁ ସମୟରେ ସେ ପାଠ ପଢି ଭବିଷ୍ୟ ଗଢ଼ିବା କଥା ସେହି ସମୟରେ ସେମାନେ କାମ କରୁଛନ୍ତି।