Apr 4, 2024, 18:05 IST

ଏମିତି ସ୍ତ୍ରୀ ଜଗତେ ନାହିଁ ଦେଖନ୍ତୁ ସ୍ଵାମୀଙ୍କ ଲିଭର ଖରାପ ଜାଣିବା ପରେ ନିଜ ପେଟ କାଟି ଦେଇଦେଲେ ଅଧା ଲିଭର - Exclusive

Hh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Hh
ତେବେ ବନ୍ଧୁଗଣ ତିଗିରିଆର ଜଣେ ରୋଗୀଙ୍କଠାରେ ଆଜି ସଫଳତାର ସହ ଲିଭର ପ୍ରତିରୋପଣ ସମ୍ଭବ ହୋଇଛି। ସ୍ତ୍ରୀଙ୍କର ଲିଭର ସ୍ବାମୀଙ୍କ ଶରୀରରେ ସଫଳତାର ସହ ପ୍ରତିରୋପିତ ହୋଇଛି।
ଲିଭର ପ୍ରତିରୋପଣ ପରେ ଭଭୟ ସ୍ବାମୀ-ସ୍ତ୍ରୀ ସୁସ୍ଥ ଥିବା କୁହାଯାଉଛି। ଉଭୟଙ୍କୁ କିନ୍ତୁ ଅନୁଧ୍ୟାନ ପାଇଁ ଆଇସିୟୁରେ ରଖାଯାଇଥିବା ଏସ୍‌ସିବି ଅଧୀକ୍ଷକ ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ମିଶ୍ର ସୂଚନା ଦେଇଛନ୍ତି। 
ଗତକାଲିଠାରୁ ହାଇଦ୍ରାବାଦ୍‌ସ୍ଥିତ ଏଆଇଜିର ଟିମ୍‌ ଓ ଏସ୍‌ସିବିର ଡାକ୍ତରମାନଙ୍କ ମିଳିତ ଉଦ୍ୟମରେ ଏହି ପ୍ରତିରୋପଣ ସମ୍ଭବ ହୋଇପାରିଛି। ଦୀର୍ଘ ୧୨ବର୍ଷ ଧରି ଲିଭର ପ୍ରତିରୋପଣ କ୍ଷେତ୍ରରେ ଯେଉଁ ଅନିଶ୍ଚିତତା ଲାଗି ରହିଥିଲା ତାହାର ଅନ୍ତ ଘଟିଛି।
Hh
ସୂଚନା ଅନୁଯାୟୀ ତିଗିରିଆର ଏହି ୪୫ ବର୍ଷୀୟ ବ୍ୟକ୍ତିଙ୍କର ଦୀର୍ଘ ୬ବର୍ଷ ହେଲା ଲିଭର ସମସ୍ୟା ରହିଥିଲା। ବଞ୍ଚିବା ପାଇଁ ତାଙ୍କର ଲିଭର ପ୍ରତିରୋପଣର ନିହାତି ଆବଶ୍ୟକତା ଥିଲା। ସେ ଏସସିବିରେ ଦେଢମାସ ହେଲା ଚିକିତ୍ସିତ ହେଉଥିଲେ। 
ସକାଳ ସାଢେ ୭ଟାରୁ ଅପରାହ୍ମ ୪ଟା ପର୍ଯ୍ୟନ୍ତ ଉଭୟ ଦାତା ଓ ଗ୍ରହୀତାଙ୍କ ଅସ୍ତ୍ରୋପଚାର କରାଯାଇ ଲିଭର ପ୍ରତିରୋପଣ କରାଯାଇଛି। ଦୀର୍ଘ ୮ଘଣ୍ଟାର ଅସ୍ତ୍ରୋପଚାରରେ ଏସ୍‌ସିବି ଅଧୀକ୍ଷକ ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ଷଡ଼ଙ୍ଗୀ ନିଜେ ଉପସ୍ଥିତ ରହି ସମସ୍ତ ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ।
ଏଆଇଜିର ୯ ଜଣିଆ ଟିମ୍‌ ଗତକାଲି ଏସ୍‌ସିବିରେ ପହଞ୍ଚିଥିଲେ। ପୂର୍ବରୁ ଲିଭର ଦାନ କରିବା ପାଇଁ ରାଜି ଥିବା ସଂପୃକ୍ତ ରୋଗୀଙ୍କ ପତ୍ନୀଙ୍କୁ ଏସ୍‌ସିବିରେ ଭର୍ତ୍ତି କରାଯାଇ କାଉନସେଲିଙ୍ଗ କରାଯାଇଥିଲା।

Advertisement