Mar 7, 2024, 10:48 IST

ବିବାହ ବାର୍ଷିକୀ ରେ ସ୍ତ୍ରୀ ପାଇଁ ଆଣିଲାନି ସୁନା ହାର..ଶୋଇଥିଲା ବେଳେ ମୁଣ୍ଡ ରେ ଛୁରୀ ଭୂଷି ମାରିଲା ସ୍ତ୍ରୀ..

Yu

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି।ତେବେ ବନ୍ଧୁଗଣ ମିଳିଲାନି ବିବାହ ବାର୍ଷିକୀ ଉପହାର, ସ୍ୱାମୀକୁ ଛୁରୀ ଭୁସି ଦେଲା ସ୍ତ୍ରୀ। ସ୍ୱାମୀ ଶୋଇଥିବା ବେଳେ ରୋଷେଇ ଘରର ଛୁରୀ ନେଇ ସ୍ୱାମୀ ହାତରେ ଭୁସି ଦେଲା ସ୍ତ୍ରୀ। ଆହତ ହୋଇଥିବା ୩୭ ବର୍ଷିୟ ସ୍ୱାମୀ ଏକ ଘରୋଇ କମ୍ପାନୀର କର୍ମଚାରୀ ଭାବରେ କାମ କରନ୍ତି।
Ty
ତେବେ ଘଟଣାଟି ବେଙ୍ଗାଲୁରୁ ଅଞ୍ଚଳରେ ଘଟିଥିବା ନେଇ ସୂଚନା ରହିଛି। ଆହତ ହୋଇଥିବା ସ୍ୱାମୀ ପୋଲିସକୁ କହିଛନ୍ତି ଯେ ଫେବୃଆରୀ ୨୭ ତାରିଖରେ ରାତି ପ୍ରାୟ ୧.୩୦ ସମୟରେ ସେ ଶୋଇଥିଲେ।
ସେତିକିବେଳେ ତାଙ୍କ ସ୍ତ୍ରୀ ରୋଷେଇ ଘରର ଛୁରୀରେ ତାଙ୍କ ହାତକୁ ଭୁସି ଦେଇଥିଲେ। ଏହି ଘଟଣା ଘଟିବା ପରେ ହତ୍ୟା ଉଦ୍ୟମ ମାମଲାରେ ବେଲାଣ୍ଡୁର ପୋଲିସ ଷ୍ଟେସନରେ ଏକ ମାମଲା ମଧ୍ୟ ରୁଜୁ ହୋଇଛି।
Tt
ତାଙ୍କ ସ୍ୱାମୀଙ୍କ କହିବା ଅନୁଯାୟୀ ଏଭଳି ଘଟଣା ଘଟିବା ପରେ ସେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଘର ଭିତରେ ତାଙ୍କ ସ୍ତ୍ରୀକୁ ଠେଲି ବାହାରକୁ ପଲେଇ ଆସିଥିଲେ। ପରେ ପଡ଼େଶୀମାନଙ୍କ ସହାୟତାରେ ସେ ଏକ ଘରୋଇ ଡାକ୍ତରଖାନାକୁ ଯାଇ ଚିକିତ୍ସା ହୋଇଥିଲେ।
ଏହା ଏକ ଛୁରାମାଡ଼ ଘଟଣା ହୋଇଥିବାରୁ ଡାକ୍ତରମାନେ ମେଡିକୋ ଲିଗାଲ୍ କେସ୍ ରିପୋର୍ଟ କରିବାକୁ ପୋଲିସକୁ ପଠାଇଥିଲେ। ସୂଚନା ଅନୁସାରେ ତାଙ୍କ ସ୍ୱାମୀଙ୍କର ଜେଜେବାପାଙ୍କ ମୃତ୍ୟୁ ତାଙ୍କ ବିବାହ ବାର୍ଷିକୀର ଗୋଟିଏ ଦିନ ପୂର୍ବରୁ ହେଇଥିଲା।
ଫଳରେ ତାଙ୍କ ସ୍ତ୍ରୀଙ୍କ ପାଇଁ ସେ ଉପହାର କିଣି ପାରିନଥିଲେ। ସେ ପ୍ରଥମ ଥର ତାଙ୍କୁ ଉପହାର ଦେଇ ନ ଥିବାରୁ ସେ ଏଭଳି ରାଗି ଯାଇଥିଲେ। ଯାହାଫଳରେ ସେ ତାଙ୍କ ସ୍ୱାମୀଙ୍କୁ ଛୁରୀ ଭୁସି ଦେଇଥିଲେ।

Advertisement