Mar 15, 2024, 11:39 IST

ଲିଭିଗଲା ମଥାର ସିନ୍ଦୂର... ଚୋବେଇ ଖାଇଗଲା କୁମ୍ଭୀର...

Hh

ବର୍ତମାନ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି।କେନ୍ଦ୍ରାପଡ଼ା ଜିଲ୍ଲାର ରାଜ ନଗର ଥାନା ଅନ୍ତର୍ଗତ ଚାନ୍ଦି ବାଉଁଶ ମୂଳ ପଞ୍ଚାୟତ ଦକ୍ଷିଣ ଭେଡା ଗ୍ରାମ ରୁ ଆସିଛି ଏକ ଲୋମ ଟାଙ୍କୁରା ଘଟଣା।ସକାଳ ୮ ଟା ୩୦ ମିନିଟ ସମୟରେ ଘର ପାଖ ଥିବା ଚାଷ ଜମି କୁ ବାହାରି ଥିଲେ ପାଣି ଦେବାକୁ ନିମାଇ ମଲ୍ଲିକ।
ସାଙ୍ଗ ରେ ଥିଲେ ସ୍ତ୍ରୀ ରେଖା ଏବଂ ବଡ଼ ଭାଇ।ଜମି ରେ ପାଣି ମଡ଼େଇବା ପାଇଁ ହଂଶୁଆ ନଦୀ ର ମୁଁହାଣ ଏକ ନାଳ ରୁ ସେ ପାଣି ଉଠାଉ ଥାନ୍ତି।ହଠାତ୍ ଡାକ ଛାଡ଼ିଲେ କୁମ୍ଭୀର ଟାଣି ନେଇଗଲା ଦୌଡ଼ି ଆସ।
Hh
ସ୍ତ୍ରୀ ଓ ପାଖରେ ଥିବା ବଡ଼ ଭାଇ ଦୌଡ଼ି ଆସିଲା ବେଳକୁ କୁମ୍ଭୀର ଟାଣି ନେଇ ଯାଉଥିବାର ଦେଖିଲେ।କିନ୍ତୁ ସେତେବେଳେ କୁ ନିରୁପାୟ ହୋଇ ଯାଇଥିଲେ ସ୍ତ୍ରୀ,ପରିବାର ଓ ଆଖପାଖ ଲୋକେ।ସମସ୍ତେ ଏହା ଦେଖି ସ୍ତବ୍ଦ ହୋଇ ଯାଇଥିଲେ। ନା କିଛି କରିବାର ଶକ୍ତି ଥାଏ, ନା ରୋକିବାର ଉପାୟ।
ଖବର ପାଇ ଘଟଣା ସ୍ଥଳରେ ସ୍ଥାନୀୟ ପୋଲିସ ଓ ବନ ବିଭାଗ କର୍ମଚାରୀ ପହଞ୍ଚିଥିଲେ। ବହୁ ଖୋଜାଖୋଜି ଚାଲିଲା।ଶେଷରେ ନିମାଇଁ ଙ୍କ ମୃ-ତ-ଦେ-ହ କୁମ୍ଭୀର ନେଇଥିବା ସ୍ଥାନ ରୁ ୧୦ ମିଟର ଦୂରରେ ଖୋଜାଖୋଜି କରୁଥିବା ଲୋକେ ଜାଲ ପକାଇବା ପରେ ଜାଲ ରେ ମିଳିଲା।
Gh
ରାଜ ନଗର ର ସହାୟକ ବନ ସଂରକ୍ଷକ ଗଗନ ବିହାରୀ ମଲ୍ଲିକ ଗଣମାଧ୍ୟମ ସାମ୍ନାରେ କହିଛନ୍ତି ଯେ ନିମାଇଁ ଙ୍କ ହାତ ଦୁଇଟିକୁ ଧରି କୁମ୍ଭୀର ପାଣି ଭିତର କୁ ଟାଣି ନେଇ ଯାଇଥିଲା।
ଯେଉଁ ଜାଗା ରୁ ଟାଣି ଥିଲେ ତାର ୧୦ ମିଟର ଦୂରରେ ମୃ-ତ-ଦେ-ହ ପାଇଲେ।ସ୍ଥାନୀୟ ବାସିନ୍ଦା କହିଛନ୍ତି ଯେ ତାଙ୍କ ସ୍ତ୍ରୀ ଶିବରାତ୍ରି ଦିନ ଗାଧେଇ ସାରି ମନ୍ଦିର ଯାଇଥିଲେ।ତାଙ୍କ ଛୁଆ ଏବଂ ସ୍ବାମୀ ଙ୍କ ପାଇଁ ଠାକୁର ଙ୍କ ପାଖରେ ମାନସିକ କରିଥିଲେ।
ଏହା ଦେଖି ଗ୍ରାମର ଲୋକମାନେ ଏବଂ ନିମାଇଁ ଙ୍କ ପରିବାର ଲୋକେ ଏହି ଘଟଣା ଦେଖିବା ପରେ ଦୁଃଖ ରେ ଭାଙ୍ଗି ପଡିଛନ୍ତି।ଏହି ଖବରଟି ବର୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି।

Advertisement