Apr 1, 2024, 11:28 IST

ବନ୍ଦ୍ କଲେଜ୍ ଘରେ ଛାତ୍ରୀ ଙ୍କୁ ଜବରଦସ୍ତି.. ବହୁବାର ବ-ଳା-ତ୍କା-ର କଲା କିଏ...

Hh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବିଶାଖାପାଟନମରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଆନକପଲ୍ଲେ ସ୍ଥିତ ଚୈତଣ୍ୟ କଲେଜ ଛାତରୁ ଜଣେ ଡିପ୍ଲୋମା ଛାତ୍ରୀ ତଳକୁ ଡେଇଁ ଆ-ତ୍ମ-ହ-ତ୍ୟା କରିଛନ୍ତି। ଏହାପୂର୍ବରୁ ସେ ତାଙ୍କ ପିତାଙ୍କୁ ତଥା ପରିବାର ଲୋକଙ୍କୁ ଏକ ମେସେଜ ପଠାଇଥିଲେ।
ଯେଉଁଥିରେ ସେ କିଛି ଛାତ୍ର ଓ ଶିକ୍ଷକଙ୍କ ବିରୋଧରେ ଯୌ-ନ ନି-ର୍ଯା-ତ-ନାର ଅଭିଯୋଗ କରିଛନ୍ତି। ଛାତ୍ରୀ ଜଣକ ମେସେଜ୍‌ରେ କହିଛନ୍ତି ଯେ କଲେଜର ତାଙ୍କ ସହ କିଛି ଛାତ୍ର ଓ ଶିକ୍ଷକ ଦୁ-ଷ୍କ-ର୍ମ କରିଛନ୍ତି। 
Bb
ଆଉ ସେହି ସମୟର ଫଟୋ ଭିଡିଓ ମଧ୍ୟ ରେକର୍ଡ କରିଛନ୍ତି। ପୋଲିସରେ ଅଭିଯୋଗ କଲେ, ସେମାନେ ଫେସବୁକରେ ଭାଇରାଲ କରିଦେବେ ବୋଲି ମଧ୍ୟ ଧମକ ଦେଇଛନ୍ତି। ମେସେଜ୍‌ରେ ସେ ଆ-ତ୍ମ-ହ-ତ୍ୟା କରିବାକୁ ଯାଉଥିବାରୁ ପିତା ଓ ଭଉଣୀଙ୍କୁ କ୍ଷମା ମାଗିଛନ୍ତି।
ସେ ଲେଖିଛନ୍ତି, ‘ସରି ଦିଦି, ଆଇ ହାଭ୍‌ ଟୁ ଗୋ’। ଅର୍ଥାତ୍ ‘ମୋତେ କ୍ଷମା କରିଦେବ ଦିଦି, ମୁଁ ଏବେ ଯାଉଛି’। ସେ ଆହୁରି କହିଛନ୍ତି ଯେ ତାଙ୍କ ପାଖରେ ବଞ୍ଚିବାର ଆଉ ଅନ୍ୟ କୌଣସି ରାସ୍ତା ନାହିଁ। 
ଅନ୍ୟ କିଛି ଝିଅ ମଧ୍ୟ ତାଙ୍କୁ ହଇରାଣ କରୁଛନ୍ତି। ପିତାଙ୍କ ନିକଟକୁ ପଠାଇଥିବା ମେସେଜ୍‌ରେ ଛାତ୍ରୀ ଜଣକ କହିଛନ୍ତି ଯେ, ଏହି ଯୌ-ନ ନି-ର୍ଯା-ତ-ନା ସମ୍ପର୍କରେ ପୋଲିସରେ ଅଭିଯୋଗ କଲେ, ସେମାନେ ଅ-ଶ୍ଲୀ-ଳ ଫଟୋ ଓ ଭିଡିଓ ଭାଇରାଲ କରିଦେବେ।
Gh
ଫଟୋ ଗୁଡ଼ିକୁ ସୋସିଆଲ ମିଡିଆରେ ପୋଷ୍ଟ କରିବେ ବୋଲି ଧମକ ଦେଉଛନ୍ତି। ଛାତ୍ରୀ ଜଣକ ଆହୁରି କହିଛନ୍ତି, "ଏହି ସବୁ କାରଣ ପାଇଁ ମୁଁ ଆ-ତ୍ମ-ହ-ତ୍ୟା କରିବାକୁ ଯାଉଛି। 
କାରଣ ମୁଁ ଯଦି ଜୀବନ ହାରିଦିଏ ତେବେ ଆପଣଙ୍କୁ ମାତ୍ର କିଛି ସମୟ ପାଇଁ ଦୁଃଖ ଲାଗିବ, ଆଉ କିଛି ଦିନ ପରେ ଆପଣ ଭୁଲି ଯିବେ। କିନ୍ତୁ ମୁଁ ଯଦି ଏମିତି ବଞ୍ଚି ରହିଲି, ତେବେ ସବୁବେଳେ ଆପଣଙ୍କୁ ଏହା ଦୁଃଖ ଦେବ। ଆପଣ ସବୁବେଳେ ଏଥିପାଇଁ ଯନ୍ତ୍ରଣା ଅନୁଭବ କରିବେ।
ଯାହାକି ଅଧିକ କଷ୍ଟଦାୟକ ହେବ।" ତେବେ ମହିଳା ସଂଗଠନ ଏହି ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କରିବା ସହ ଶୀଘ୍ର ତଦନ୍ତ ଦାବି କରିଛନ୍ତି। ଏହି ମାମଲାରେ ସମ୍ପୃକ୍ତ ପ୍ରତ୍ୟେକ ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ସେମାନେ ଦାବି କରିଛନ୍ତି।

Advertisement