Mar 13, 2024, 10:28 IST

ହେ ଭଗବାନ୍ : ପୋଲିସ ବି ହୋଇଗଲେ ଆଶ୍ଚର୍ଯ୍ୟ ନଳକୂଅ ରୁ ବାହାରୁଚି ବିଦେଶୀ ବ୍ରାଣ୍ଡ ର ମଦ..

Gh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି।ବନ୍ଧୁଗଣ ଘଟଣାଟି ହେଉଛି ପୁଣି ଝାନସୀରେ ହ୍ୟାଣ୍ଡପମ୍ପରୁ ପାଣି ବଦଳରେ ବାହାରିଲା ମଦ। ବେଆଇନ ମଦ କାରବାରକୁ ନେଇ ତଦନ୍ତ ଚାଲିଥିବା ବେଳେ ସାମ୍ନାକୁ ଆସିଛି ଏଭଳି ଘଟଣା।
Hj
ମାଟି ତଳେ ଡ୍ରମରେ ଲୁଚାଯାଇ ରଖାଯାଇଥିବା ମଦକୁ ବାହାର କରି ଜବତ କରିଛି ପୋଲିସ। ଏମିତି କି ହ୍ୟାଣ୍ଡପମ୍ପ ତଳୁ ପୋତା ହୋଇରହିଥିବା ମଦ ଭର୍ତ୍ତି ଡ୍ରମକୁ ବାହାର କରିବା ପାଇଁ ଅବକାରୀ ବିଭାଗକୁ ବୁଲଡୋଜର ବ୍ୟବହାର କରିବାକୁ ପଡିଥିଲା।
ଝାନସୀର ମୋଡ କୋତବାଲୀ ସ୍ଥାନରେ ବେଆଇନ ମଦ କାରବାର ନେଇ ପୋଲିସ ଏବଂ ଅବକାରୀ ବିଭାଗର ମିଳିତ ଚଢାଉ ବେଳେ ଏଭଳି ଅଭିନବ ଭାବେ ମଦ ଲୁଚାଇ ରଖିବା ଘଟଣା ସାମ୍ନାକୁ ଆସିଛି। ଏହି ରେଡ୍ ବେଳେ ସ୍ଥାନୀୟ ଅଞ୍ଚଳରୁ ପୋଲିସ ହଜାର ହଜାର ଲିଟର ମହୁଲି ମଦ ନଷ୍ଟ କରିଛି।
Hh
ଏହା ସହିତ ମଦ ତିଆରି ସାମଗ୍ରୀ ଏବଂ ଉପକରଣ ଜବତ ସହ ୨ ମହିଳା ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଛି ପୋଲିସ। ମଦ ତିଆରି ଆଡ୍ଡାରେ ଚଢଉ ସତ୍ତ୍ୱେ ବେଆଇନ ମଦ କେଉଁଠି ଲୁଚାହୋଇ ରଖାଯାଇଥିଲା ତାହା ଜଣାପଡି ନଥିଲା।
କିନ୍ତୁ ପରେ ଚାଷ ଜମିର ଭୂତଳରେ ମଦ ଭର୍ତ୍ତି ଏକ ବିରାଟ ଡ୍ରମ୍ ଜବତ କରାଯାଇଛି। ତଦନ୍ତ ବେଳେ ଯେତେ ବେଳେ ହ୍ୟାଣ୍ଡପମ୍ପ ଚାଲା ଯାଇଥିଲା, ସେଥିରୁ ପାଣି ବଦଳରେ ମଦର ଧାରା ବୋହିଥିଲା।
ଯାହା ପରେ ମଦ ଲୁଚାଇବାର ଗୁମର ଫିଟିଯାଇଥିଲା। ପୋଲିସ ସୂଚନା ଅନୁଯାୟୀ ମାଟିତଳୁ ପାଖାପାଖି ୫୦୦ ଲିଟରରୁ ଅଧିକ ମଦ ଜବତ କରାଯାଇଛି ଏବଂ ଘଟଣାକୁ ନେଇ ଅଧିକ ତଦନ୍ତ ଜାରିରହିଛି।

Advertisement