ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ତ ବ୍ୟାଙ୍କରେ ଖାତା ଖୋଲିଥିବେ ।
ବ୍ୟାଙ୍କରେ ଲୋକମାନେ ଟଙ୍କା ସାଇତି ରଖିଥାନ୍ତି ଆଉ ତାଙ୍କ ସୁବିଧା ଅସୁବିଧାରେ ସେହି ଟଙ୍କା ଉଠାଇ ଥାଆନ୍ତି । କିନ୍ତୁ ଏବେ ଏହି ବ୍ୟାଙ୍କକୁ ନେଇ କିଛି ଖବର ଆସିଛି । ବ୍ୟାଙ୍କ୍ ପଇସା ଦେଲା ନାହିଁ । ବୃଦ୍ଧ ଜଣକ ଟଙ୍କା ଉଠାଇବାକୁ ବ୍ୟାଙ୍କ୍ ଯାଇଥିଲେ ।
କିନ୍ତୁ ତାଙ୍କୁ ବ୍ୟାଙ୍କ୍ ପଇସା ଦେଲା ନାହିଁ । ଆଉ ଡହଡହ ଖରାରେ ବୃଦ୍ଧ ଜଣକ ନାଚ କରିଲେ । ୭୦ ବର୍ଷର ବୃଦ୍ଧ ଜଣକ ଏହି ଡହଡ଼ହ ଖରାରେ ନାଚ କରୁଥିବାର ଭିଡିଓ ଏବେ ସାମ୍ନାକୁ ଆସିଛି । ଏହି ବୃଦ୍ଧ ଜଣକ ଛାତି ଭିତରେ ଅସୁମାରୀ ଦୁଃଖକୁ ଚାପି ରଖିଛନ୍ତି ।
ଏହି ବୃଦ୍ଧ ଜଣକ ଲଗାତାର ଚାରି ରୁ ପାଞ୍ଚ ଦିନ ହେବ ତାଙ୍କ ବ୍ୟାଙ୍କ୍ ଖାତାରେ ଥିବା ୬୫ ହଜାର ଟଙ୍କା ଉଠାଇବାକୁ ଯାଉଥିଲେ । କିନ୍ତୁ ତାଙ୍କୁ ଏହି ଟଙ୍କା ଦିଆଯାଉ ନାହିଁ ଏବଂ ବ୍ୟାଙ୍କରୁ ତଡ଼ି ଦେଉଛନ୍ତି । ଆଉ ଏବେ ଏହି ବୃଦ୍ଧ ଜଣକ ବ୍ୟାଙ୍କ୍ ଆଗରେ ବସିଛନ୍ତି ।
ପ୍ରଚଣ୍ଡ ଖରା ହେଉଛି ଆଉ ଏହାସହ ପ୍ରାୟ ସବୁ ଜିଲ୍ଲାର ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରହିଛି । ଆଉ ଏହି ଖରାରେ ବୃଦ୍ଧ ଜଣକ ବ୍ୟାଙ୍କ୍ ଆଗରେ ବସିଛନ୍ତି । ଆଉ ନିଜର ଦୁଃଖକୁ ଲୁଚାଇବାକୁ ଯାଇ ବ୍ୟାଙ୍କ୍ ଆଗରେ ଡହଡହ ଖରାରେ ନାଚ କରୁଛନ୍ତି ।
ଏହି ବୃଦ୍ଧ ଜଣକ ଛାତି ତଳର ଦୃଶ୍ୟକୁ ଲୁଚାଇବାକୁ ଗୀତ ସହ ନାଚ କରୁଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାରେ । ବୃଦ୍ଧ ମାନଙ୍କୁ ସବୁବେଳେ ସରକାର ଧ୍ୟାନ ଦେଉଥିବା ବେଳେ ଆଜି ଏଭଳି ଘଟଣା ଘଟିଛି ।
ଏହି ବୃଦ୍ଧ ବୟସ୍କ ଜଣକ ସହିତ ଏଭଳି କରୁଛନ୍ତି ବ୍ୟାଙ୍କ୍ କର୍ମଚାରୀ । ବ୍ୟାଙ୍କ୍ କର୍ମଚାରୀ ଏଭଳି କାମ କରିବା ଠିକ୍ ନୁହେଁ । ଏହି ବ୍ୟକ୍ତି ଜଣକ ଏବେ ବହୁତ ଦୁଃଖରେ ଅଛନ୍ତି । ଏହି ବୃଦ୍ଧ ଜଣକ ୩ ଦିନ ହେବ ଏହି ବ୍ୟାଙ୍କ୍ ସାମ୍ନାରେ ଖରାରେ ବସିଛନ୍ତି । ଏହି ବୃଦ୍ଧ ଜଣକ ହେଉଛନ୍ତି ବିଜୟ ମହାନ୍ତ ।
ଏହି ବ୍ୟାଙ୍କରେ ଟଙ୍କା ରଖିଥିବା ଅନେକ ଲୋକ ହଇରାଣ ହେଉଛନ୍ତି । ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ବୈତରଣୀ ଶାଖା ଗ୍ରାମ୍ୟ ବ୍ୟାଙ୍କରେ ଏଭଳି ଘଟଣା ଘଟିଛି । ଏବେ ବୃଦ୍ଧ ଜଣକ ପାଖରେ ମିଡ଼ିଆ ପହଞ୍ଚିବାରୁ ସେ ତାଙ୍କ ଟଙ୍କା ଫେରି ପାଇଛନ୍ତି ।