Mar 11, 2024, 09:59 IST

ଝିଅ ଘରୁ ଫେରି ଜୀବନ ହାରିଲେ ବାପା - ମା..ହେଲେ କଣ ପାଇଁ ଏତେ ବଡ ନିଷ୍ପତ୍ତି ନେଇଗଲେ ବାପା ମା..

Gg

ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ପୁଅର ବିନା ଅନୁମତିରେ ନବ ବିବାହିତା ଝିଅ ଘର କୁ ଯିବା ମା ବାପା ଙ୍କ ପାଇଁ ସାଜି ଗଲା କାଳ।ଝିଅ ଘରୁ ଫେରି ଜୀବନ ହାରିଲେ ବୃଦ୍ଧ ମା ବାପା।ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ମାଣିଆବନ୍ଧ ଥାନା ଅନ୍ତର୍ଗତ ସୋନିଆ ସାହି ରେ।
ମାଣିଆବନ୍ଧ ସୋନିଆ ସାହି ର ନିତ୍ୟାନନ୍ଦ ମହାପାତ୍ର ଙ୍କ ଝିଅ କିଛି ଦିନ ତଳେ ଅନ୍ୟ ଜାତି ରେ ଭଲ ପାଇ ବିବାହ କରିଥିଲେ।ଯାହାକୁ ସହଜ ରେ ଗ୍ରହଣ କରି ପାରି ନଥିଲେ ପରିବାର ଲୋକେ।ତେବେ ପୁଅର ବିନା ଅନୁମତିରେ ମା ବାପା ଝିଅ ଘର କୁ ବୁଲିବାକୁ ଯାଇଥିଲେ।
Vv
ସେଠାକୁ ଯାଇ ଝିଅର ଭଲ ମନ୍ଦ ବୁଝି ଘର କୁ ଫେରି ଆସିଥିଲେ।ତେବେ ରାତି ରେ ଏନେଇ ପରିବାର ଭିତରେ କଳହ ସୃଷ୍ଟି ହୋଇଥିଲା।ଶେଷରେ ଏଥିରେ ନିତ୍ୟାନନ୍ଦ ମହାପାତ୍ର ଓ ତାଙ୍କ ପତ୍ନୀ ଶାନ୍ତି ଲତା ମହାପାତ୍ର ବିଶ ପିଇ ନିଜ ଜୀବନ ହାରି ଦେଇଛନ୍ତି।
ଖବର ପାଇବା ପରେ ଘଟଣା ସ୍ଥଳରେ ମାଣିଆବନ୍ଧ ଥାନା ପୋଲିସ ପହଞ୍ଚି ମୃ-ତ-ଦେ-ହ କୁ ଜବତ କରି ବଡ଼ମ୍ବା ମେଡ଼ିକାଲ କୁ ପଠାଇଛି ବ୍ୟବଚ୍ଛେଦ କରିବାକୁ। ଏଥି ସହିତ ତଦନ୍ତ ଆରମ୍ଭ କରିଛନ୍ତି।ଏହି ଘଟଣା କୁ ନେଇ ପୁରା ଗ୍ରାମ ରେ କାନ୍ଦ ବୋବାଳି ରେ ଫାଟି ପଡୁଛି।
Bb
ଏନେଇ ଏକ ଅ-ପ-ମୃ-ତ୍ୟୁ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛନ୍ତି।ସେହି ଗ୍ରାମର ଜଣେ ବ୍ୟକ୍ତି କହିଛନ୍ତି ଯେ ରାତି ୧୦ ଟା ସମୟରେ ତାଙ୍କ ଘର କୁ ଯାଇଥିଲେ।
ତାଙ୍କର ସାନ ପୁଅ ଚାକିରି ପାଇଁ ଇଣ୍ଟରଭିୟୁ ଦେବା ପାଇଁ ବାହାର କୁ ଯାଇଥିଲେ।ଆଉ ତାଙ୍କର ବଡ଼ ପୁଅ ବୋହୁ ମଧ୍ୟ ବାହାରେ ଚାକିରି କରନ୍ତି।ଆଉ ଘରେ ତାଙ୍କର କେହି ନାହାନ୍ତି।କିନ୍ତୁ ତାଙ୍କ ପାରିବାରିକ ଭିତରେ ବିଶୃଙ୍ଖଳିତ ଥିଲା।
କିନ୍ତୁ ସକାଳ ୮ ଟା ହୋଇ ଯାଇଥିଲେ ମଧ୍ୟ ତାଙ୍କ ଘର କବାଟ ଖୋଲା ହୋଇ ନଥିଲା ବୋଲି ପଡୋଶୀ ମାନେ ଦେଖି ଥିଲେ।କିନ୍ତୁ ଯେତେବେଳେ କବାଟ ଖୋଲି ଦେଖିଥିଲେ ନିତ୍ୟାନନ୍ଦ ମହାପାତ୍ର ଓ ତାଙ୍କ ସ୍ତ୍ରୀ ଶାନ୍ତି ଲତା ମହାପାତ୍ର ସୋଇ ରହିଥିଲେ।

Advertisement