Apr 11, 2024, 16:03 IST

ବିଲେଇ ସାଜିଲା ଯମ ଦେଖନ୍ତୁ ନେଇଗଲା ୫ ଜଣଙ୍କ ଜୀବନ ଅଚାନକ ଦେଖୁ ଦେଖୁ ହେଇଗଲା ଏମିତି

Bb

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବିଲେଇକୁ ବଞ୍ଚାଇବାକୁ ଯାଇ ଗୋଟିଏ ପରିବାରର ୫ଜଣଙ୍କର ମୃତ୍ୟୁ ହୋଇଛି। ଏଭଳି ଅବଭାନୀୟ ଘଟଣା ଘଟିଛି ମହାରାଷ୍ଟ୍ରର ଅହମ୍ମଦ ନଗର ଜିଲ୍ଲାରେ। ବାୟୋଗ୍ୟାସ୍‌ କୂଅରେ ପଡିଥିବା ଏକ ବିଲେଇର
ଜୀବନ ରକ୍ଷା କରିବାକୁ ଯାଇ ୫ଜଣ ଜୀବନ ହରାଇଛନ୍ତି। ଗତକାଲି ବିଳମ୍ୱିତ ରାତିରେ ବିଲେଇଟି ହଠାତ୍ ବାୟୋଗ୍ୟାସ୍‌ କୂଅରେ ପଡିଯାଇଥିଲା। ଏହା ଦେଖି ପରିବାରର ଜଣେ ବ୍ୟକ୍ତି କୂଅ ଭିତରକୁ ପଶିଥିଲେ। 
Bb
ଅନେକ ସମୟ ବିତିଯିବା ପରେ ବି କୂଅରୁ ନବାହାରିବାରୁ ପରିବାରର ଅନ୍ୟ ସଦସ୍ୟମାନେ କୂଅ ନିକଟରୁ ଯାଇ ଦେଖିଥିଲେ। ତାଙ୍କୁ ବଞ୍ଚାଇବାକୁ ଜଣଙ୍କ ପରେ ଜଣେ କରି ଗୋଟିଏ ପରିବାରର ୬ ଜଣ ବ୍ୟକ୍ତି ସେହି ବାୟୋଗ୍ୟାସ୍‌ ଗର୍ତ୍ତରେ ଫସି ଯାଇଥିଲେ।
ତେବେ ଯେଉଁ କୂଅରେ ବିଲେଇ ପଡିଥିଲା ଉକ୍ତ କୂଅ ବହୁ ଦିନରୁ ବନ୍ଦ ରହିଥିଲା। ଅଳିଆ, ଆବର୍ଜନାରେ ଭର୍ତ୍ତି ହୋଇଥିଲା କୂଅ। ଯେଉଥିପାଇଁ କୂଅରେ ବାୟୋଗ୍ୟାସ ସୃଷ୍ଟି ହୋଇଯାଇଥିଲା। ଯେଉଁଥିପାଇଁ ବିଲେଇକୁ ରେସ୍କ୍ୟୁ କରିବା ପାଇଁ ୫ଜଣଙ୍କ ମୃତ୍ୟୁ ହୋଇଥିଲା।
ଗୋବର ଭର୍ତ୍ତି ବାୟୋଗ୍ୟାସ୍ କୂଅରେ ଅଣନିଃଶ୍ୱାସୀ ହୋଇ ଫସିଯିବା ଯୋଗୁ ସମସ୍ତଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ପୋଲିସର ସୂଚନା ଅନୁଯାୟୀ, ମଙ୍ଗଳବାର ସନ୍ଧ୍ୟାରେ ନେଭାସା ତହସିଲର ୱାକଡି ଗାଁରେ ଏହି ଦୁର୍ଘଟଣା ଘଟିଥିଲା ।
Gh
ଏହି ଘଟଣା ଜଣାପଡିବା ପରେ ଉଦ୍ଧାରକାର୍ଯ୍ୟ ଆରମ୍ଭ କରାଯାଇଥିଲା। ମୃତକ ହେଲେ ଗୋବିନ୍ଦ କାଲେ, ସନ୍ଦିପ ମାଣିକ କାଲେ, ଅନିଲ ବାପୁରାବ କାଲେ, ବିଶାଲ ଅନିଲ କାଲେ ଏବଂ ବାବାସାହେବ ପବାର। 
କେବଳ ଜଣେ ବ୍ୟକ୍ତି ଅଣ୍ଟାରେ ଦଉଡ଼ି ବାନ୍ଧି ଟାଙ୍କିକୁ ଯାଇଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ଡାକ୍ତରକାନାରେ ଚିକିତ୍ସା ଚାଲିଛି ।
୫ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଜଣେ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସମସ୍ତ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ପୋଲିସ ଘଟଣାର ତଦନ୍ତ ଜାରି ରହିଛି।

Advertisement