Aug 29, 2023, 21:59 IST

ଜେଜେଙ୍କୁ ଖୋଜି ଖୋଜି ପାଉ ନାହାନ୍ତି ଲୋକପ୍ରିୟ ହିରୋ ସ୍ଵରାଜ ଦେଖନ୍ତୁ କାନ୍ଦି କାନ୍ଦି କଣ କହିଲେ

Viral

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଓଲିଉଡ, ବଲିଉଡ ଏବଂ ସିନେମା ଜଗତକୁ ନେଇ ଆସୁଥିବା ଖବର ଆପଣମାନେ ଜାଣି ପାରୁଥିବେ ।
ସୋସିଆଲ ମିଡ଼ିଆରେ ଲୋକମାନେ ସବୁ ଅଞ୍ଚଳର ଆଉ ସବୁ ଅଭିନେତା ଆଉ ଅଭିନେତ୍ରୀ ମାନଙ୍କ ବିଷୟରେ ଏବଂ ତାଙ୍କ ପରିବାର ବିଷୟରେ ସବୁ ଖବର ଜାଣି ପାରୁଥିବେ । ଆପଣମାନେ ସମସ୍ତେ ଅଭିନେତା ସ୍ବରାଜଙ୍କୁ ତ ଜାଣିଥିବେ । 
Viral
ଏହି ଅଭିନେତା ଜଣକ ବହୁତ ସୁନ୍ଦର ଅଭିନୟ କରନ୍ତି । ସେ ପିଲା ଦିନରୁ ଓଲିଉଡ ସିନେମା ସହ ଜଡ଼ିତ । ବାଲ୍ୟ କଳାକାର ଭାବରେ ସେ ଓଲିଉଡ ଜଗତରେ ପାଦ ଦେଇଥିଲେ । ଲୋକମାନେ ତାଙ୍କ ଅଭିନୟକୁ ବେଶ୍ ପସନ୍ଦ କରିଥାନ୍ତି ।
ଏବେ ତାଙ୍କ ପରିବାରକୁ ନେଇ କିଛି ଖବର ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି । ଏହି ଅଭିନେତା ଜଣଙ୍କର ଜେଜେବାପା କେଉଁଆଡେ ହଜି ଯାଇଛନ୍ତି । ପ୍ରାୟ ଏକ ବର୍ଷ ହୋଇଗଲାଣି ସେ ଆଉ ତାଙ୍କ ପରିବାରର ସମସ୍ତେ ତାଙ୍କ ଜେଜେବାପାଙ୍କୁ ଖୋଜୁଛନ୍ତି କିନ୍ତୁ ଏପର୍ଯ୍ୟନ୍ତ ପାଇ ନାହାନ୍ତି । 
ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି କିଛି କଥା ଜାଣିପାରିବେ । ଅଗଷ୍ଟ ମାସ ୨୨ ତାରିଖ ୨୦୨୨ ମସିହାରେ ଅଭିନେତା ସ୍ବରାଜ ବାରିକଙ୍କ ଜେଜେବାପା ଧ୍ରୁବଚରଣ ବାରିକ ପାନ ଆଣିବାକୁ ଯାଇଥିଲେ ।
ସେ ଭୁବନେଶ୍ଵରରେ ପାନ ଆଣିବାକୁ ଯାଇ କୁଆଡେ ହଜି ଯାଇଛନ୍ତି । ତାଙ୍କର ବୟସ ୮୨ ବର୍ଷ ହେବ । ଆଜିକୁ ବର୍ଷେ ହେବ ସ୍ବରାଜ ତାଙ୍କ ଜେଜେବାପାଙ୍କୁ ଖୋଜୁଛନ୍ତି ସେ ତାଙ୍କୁ ପାଉ ନାହାଁନ୍ତି । ସେ ତାଙ୍କ ଜେଜେବାପାଙ୍କ ପୋଷ୍ଟର ବି ଲଗାଇଛନ୍ତି । ଆଉ ଏଥିରେ ନମ୍ୱର୍ ଦେଇଛନ୍ତି । 
କିନ୍ତୁ ଏହି ଦୁନିଆରେ ଏଭଳି ଅବିବେକୀ ଲୋକ ଅଛନ୍ତି ଯେଉଁମାନେ ଏହି ନମ୍ବରରେ କଲ୍ କରି ତାଙ୍କ ସହ ମଜା କରୁଛନ୍ତି । ସେ କହିଛନ୍ତି ସେ ତାଙ୍କ ଜେଜେବାପାଙ୍କ ପାଇଁ ପୂଜା କରୁଥିଲେ । ଆଉ ଏହି ପୂଜା ସମୟରେ ଏକ କଲ୍ ଆସିଥିଲା ତାଙ୍କ ବାପାଙ୍କ ପାଖକୁ କି ତାଙ୍କ ଜେଜେବାପା ମିଳି ଯାଇଛନ୍ତି ।
ଆଉ ଏହାପରେ ସେ ସେହି ନମ୍ବରରେ କଲ୍ କରି ପଚାରିଲେ କେଉଁ ଠିକଣା କୁହନ୍ତୁ କିନ୍ତୁ ଏହି ବ୍ୟକ୍ତି ଜଣକ ତାଙ୍କ ସହ ମଜାକ କରୁଥିଲେ । ଏଇଟା କଣ ମଣିଷତ୍ଵ । ଏଭଳି ଅନେକ ଲୋକ କରି ସାରିଲେଣି ତାଙ୍କ ସହିତ । ସେ ଭିଡିଓ କରି ଏହିସବୁ କହିଛନ୍ତି । ଦୟାକରି ଏଭଳି କାମ କରନ୍ତୁ ନାହିଁ ।

Advertisement