Sep 11, 2023, 10:50 IST

ଆମେ ତ ଏବେ ସ୍ଵାମୀ ସ୍ତ୍ରୀ ହୋଇଗଲୁ, ଏବେ ଯିଏ ଯାହା କରୁଚି କରୁ ଆମର କିଛି ବି ଫରକ୍ ପଡ଼ିବନି

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସାରା ରାଜ୍ୟରେ ଏବେ କେବଳ ତାଙ୍କର ହିଁ ଚର୍ଚ୍ଚା। ଆଜ୍ଞା ହଁ ରାଜେନ୍ଦ୍ର ଓ ଦୀପାଞ୍ଜଳୀ ଏବେ ଘରେ ଘରେ ବେଶ ପରିଚିତ ଅଟନ୍ତି। ସମସ୍ତଙ୍କ ମୁହଁରେ ଏବେ ସେହି ଗୋଟିଏ ଆଲୋଚନା ହେବାରେ ଲାଗିଛି।
Special report
ଗଣ ମାଧ୍ୟମରେ ତାଙ୍କର ଦିନେ ଏତେ ମାତ୍ରାରେ ଚର୍ଚ୍ଚା ହେବ ବୋଲି ତାହା ସେମାନେ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲେ। ସାରା ଓଡ଼ିଶାର ଲୋକ ମାନେ ଏବେ ତାଙ୍କୁ ସଂପୂର୍ଣ୍ଣ ଭାବରେ ଚିହ୍ନି ସାରିଲେଣି।
ଯାହା ସେ କେବେ ସ୍ବପ୍ନରେ ସୁଦ୍ଧା ଭାବି ନଥିଲେ ଆଜି କିନ୍ତୁ ତାଙ୍କ ସହ ତାହା ହିଁ ହୋଇଛି। ତାଙ୍କର ପ୍ରେମ ଓ ତାଙ୍କର ବାହାଘର କୁ ନେଇ ଏବେ ଚାରିଆଡ଼େ ତାଙ୍କରି ହିଁ ଆଲୋଚନା ଚାଲିଛି।
କିଏ ତାଙ୍କର ଖୁବ୍ ପ୍ରଶଂସା କରୁଥିବା ବେଳେ ଆଉ କିଏ ମଧ୍ୟ ଏହାର ଖୁବ୍ ସମାଲୋଚନା ମଧ୍ଯ କରୁଛି। ହେଲେ ଏହା କିନ୍ତୁ ସତ ଯେ ସେ ଏବେ ଫେମସ ହେବା ସହ ଘରେ ଘରେ ମଧ୍ଯ ବେଶ ଭଲ ଭାବରେ ପରିଚିତ ଅଟନ୍ତି।
Special report
ଏହି ସବୁ ସେଦିନ ହିଁ ହୋଇଛି ଯେବେ ଶାଶୁ ଘରେ ତାଙ୍କର ବାହାଘର ଚାଲିଥିବା ବେଳେ ବାପ ଘରେ ତାଙ୍କର ଶୁଦ୍ଧିକ୍ରିୟା ଚାଲିଥିଲା। ଝିଅ ବଞ୍ଚି ଥାଉ ଥାଉ ବାପ ଘର ଲୋକ ଝିଅ ପାଇଁ ଶୁଦ୍ଧିକ୍ରିୟା ସାରି ଦେଇଥିଲେ।
ପରିବାର ର ଇଚ୍ଛା ବିରୁଦ୍ଧରେ ଯାଇ ବାହା ହୋଇ ଥିବାରୁ ପରିବାର ଲୋକେ ଝିଅର ପିଣ୍ଡ ପକାଇ ଦେଇଥିଲେ। ଏହି ଖବର ଗଣ ମାଧ୍ୟମରେ ପ୍ରସାରିତ ହେବା ପରେ ଏହା ସମ୍ପର୍କରେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଥିଲା।
ବାପା ଘର ଲୋକେ ତାଙ୍କ ଉପରେ ରାଗ ରଖି ଏଭଳି କାମ କରିବେ ବୋଲି ଦୀପାଞ୍ଜଳୀ ଏହା କେବେ ମଧ୍ଯ ଭାବି ନଥିଲେ। ଆଉ ସେ କହୁଥିଲେ କି ତାଙ୍କ ବାପା ଓ ମାଆ ତାଙ୍କୁ ଖୁବ ଭଲ ପାଆନ୍ତି।
ଯେହେତୁ ତାଙ୍କର ବାପା ଗରୀବ କିଛି ରୋଜଗାର ନାହିଁ ସେଥିପାଇଁ ଦାଦା ଓ ବଡ଼ ବାପା ଘର ଚଳାଇବାରେ ସାହାଯ୍ୟ କରନ୍ତି ଆଉ ସେମାନେ ହିଁ ଚାପ ପକାଇ ଝିଅର ଏଭଳି ଭାବରେ ପିଣ୍ଡ ଦାନ କରିଛନ୍ତି ବୋଲି ଏହା ଦୀପାଞ୍ଜଳୀ କହିଛନ୍ତି।

Advertisement