ନମସ୍କାର ବନ୍ଧୁଗଣ ବନ୍ଧୁ। ବନ୍ଧୁଗଣ ମୁମ୍ବାଇର ଆନ୍ଧେରୀ ସ୍ଥିତ ଏକ ଆପାର୍ଟମେଣ୍ଟରୁ ମିଳିଥିଲା ଜଣେ ୨୫ ବର୍ଷୀୟ ଯୁବତୀଙ୍କ ମୃତଦେହ। ମୃତ ଯୁବତୀ ଜଣଙ୍କ ହେଉଛନ୍ତି ଛତିଶଗଡ଼ର ରୂପାଲ ଓର୍ଗେ।
ସେ ଏୟାର ଇଣ୍ତିଆର ଜଣେ ଟ୍ରେନି ଏୟାର ହୋଷ୍ଟେସ୍ ଭାବେ କାମ କରୁଥିଲେ। ଏଠାରେ ସେ ନିଜ ବୟଫ୍ରେଣ୍ଡଙ୍କ ସହ ରହୁଥିଲେ। କିନ୍ତୁ ସେ ରହିଥିବା ଆପାର୍ଟମେଣ୍ଟରୁ ତାଙ୍କ ମୃତଦେହ ମିଳିଛି। ଏପ୍ରିଲ୍ ମାସରେ ରୂପାଲ ଓର୍ଗେ ଏୟାର ଇଣ୍ତିଆରେ ନିଯୁକ୍ତି ପାଇଥିଲେ।
ଏହାପରେ ସେ ମୁମ୍ବାଇକୁ ଚାଲି ଆସିଥିଲେ। ଏଠାରେ ସେ ତାଙ୍କ ବୟଫ୍ରେଣ୍ତଙ୍କ ସହ ରହୁଥିଲେ। ରୂପାଲଙ୍କ ଭଉଣୀ ମଧ୍ୟ ଏମାନଙ୍କ ସହ ରହୁଥିଲେ। ସମସ୍ତେ ମୁମ୍ବାଇର ଆନ୍ଧେରୀ ସ୍ଥିତ ଗୋଟିଏ ଆପାର୍ଟମେଣ୍ଟରେ ରହୁଥିଲେ।
ତେବେ ଗତ କିଛି ଦିନ ତଳୁ ତାଙ୍କ ବୟଫ୍ରେଣ୍ତ ଓ ରୂପାଲଙ୍କ ଭଉଣୀ ନିଜ ଘରକୁ ଚାଲି ଯାଇଥିଲା। ରୂପାଲ ଏକାକୀ ଆପାର୍ଟମେଣ୍ଟରେ ରହୁଥିଲେ। ସେହି ଦିନ ରବିବାର ଥିଲା ଆଉ ରୂପାଲଙ୍କୁ ତାଙ୍କ ପରିବାର ଲୋକ ବାରମ୍ବାର ଫୋନ କରିଥିଲେ। ହେଲେ ସେ ଏହାର ଉତ୍ତର ଦେଇ ନଥିଲେ।
ପରିବାର ଲୋକ ବ୍ୟସ୍ତ ହୋଇ ମୁମ୍ବାଇରେ ରହୁଥିବା ରୂପାଲଙ୍କ ଜଣେ ବନ୍ଧୁଙ୍କୁ ଫୋନ କରିଥିଲେ। ଏଥିସହ ତାଙ୍କୁ ରୂପାଲଙ୍କ ଆପାର୍ଟମେଣ୍ଟକୁ ଯିବାକୁ କହିଥିଲେ। ସେ ସେଠାରେ ପହଞ୍ଚିଲା ବେଳକୁ ରୂପାଲ ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ି ରହିଥିବା ଦେଖିବାକୁ ପାଇଥିଲେ।
ଖବର ପାଇ ପୁଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ରୂପାଲଙ୍କୁ ହତ୍ୟା କରାଯାଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଏହି ଘଟଣାରେ ଆପାର୍ଟମେଣ୍ଟରେ ସୁଇପର ଭାବେ କମ କରୁଥିବା ଜଣେ ୪୦ ବର୍ଷୀୟ ବ୍ୟକ୍ତିଙ୍କୁ ଗରିଫ କରିଥିଲା ପୁଲିସ।
ଗିରଫ ହୋଇଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ବିକ୍ରମ ଅଠାୱାଲ। ଆପାର୍ଟମେଣ୍ଟରେ ଲାଗିଥିବା ସିସିଟିଭି ଫୁଟେଜକୁ ଆଧାର କରି ପୁଲିସ୍ ସୁଇପରଙ୍କୁ ଗିରଫ କରିଥିଲା। ବିକ୍ରମ କୁ ଗିରଫ କରିବା ପରେ ସତ ବଖାଣି ଥିଲା।
ରୂପେଲ ଏକୁଟିଆ ଥିବା ଦେଖି ସେ ନିଜକୁ ସମ୍ଭାଳି ପାରିନଥିଲେ। ଆଉ ତାଙ୍କ ସହ ଜୋରଜବରଦସ୍ତ କରିବାକୁ ଚେଷ୍ଟା କରିଥିଲେ। ଆଉ ଏତିକି ବେଳେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ଏବଂ ରୁପେଲଙ୍କ ମୃତ୍ୟୁ ହୋଇଥିଲା।