Updated: Aug 27, 2023, 20:32 IST

ମହାକାଶରେ ଯଦି ବୈଜ୍ଞାନିକଙ୍କ ମୃତ୍ୟୁ ହୁଏ ତେବେ କଣ ହୁଏ ତାଙ୍କ ଶରୀର ସହ ଜାଣନ୍ତୁ ଏହି ସତ

Viral

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ମହାକାଶ ଯାତ୍ରା ଆଜିକା ଦିନରେ କିଛି ବଡ କଥା ନୁହେଁ। ବ୍ଲୁ ଓରିଜିନ୍, ଭର୍ଜିନ୍ ଗ୍ୟାଲାକ୍ଟିକ୍ ପରି କମ୍ପାନୀ ପର୍ଯ୍ୟଟକଙ୍କୁ ମହାକାଶ ଯାତ୍ରା କରାଉଛନ୍ତି। ଖୁବ୍ ଶୀଘ୍ର ପୃଥିବୀର ନିମ୍ନ କକ୍ଷ ଅର୍ଥ ୫୦୦ କିଲୋମିଟର ଯାଏଁ ଯାତ୍ରା କରିବା ସାମାନ୍ୟ ଓ ସହଜ ହୋଇଯିବ। ମହାକାଶରେ ଆଜିଯାଏଁ ମାତ୍ର ଥରେ ଏପରି ଦୁ-ର୍ଘ-ଟ-ଣା ଘଟିଛି 
Viral news
୧୯୭୧ ଜୁନ୍ ୩୦ ତାରିଖରେ ସୋୟୁଜ୍-୧୧ ସ୍ପେଶ୍ ଷ୍ଟେସନରୁ ୩ ସପ୍ତାହ ପରେ ଅଲଗା ହୋଇ ପୃଥିବୀକୁ ଫେରିଆସିବାର ଥିଲା। ସ୍ପେଶ୍ ଷ୍ଟେସନରୁ କ୍ୟାପସୁଲ ଅଲଗା ହେଲା । ଏଥିରେ ୩ଜଣ ଋଷୀୟ ମହାକାଶଚାରି ଜିଓର୍ଜି ଡୋବ୍ରୋବେଲୋସ୍କି, ଭିକ୍ଟର ପାତାୟାମେବ୍, ଭ୍ଲାଦିସିଲାମ୍ ବୋଲୋକ ଥିଲେ। 
ଏହି ସମୟରେ କ୍ୟାପସୁଲ କ୍ୟାବିନର ୱେଣ୍ଟ ବଲବ୍ ବାହାରିଗଲା। କ୍ୟାପସୁଲ ଭିତରେ ଥିବା ସବୁ ଅକ୍ସିଜେନ୍ ଶେଷ ହୋଇଗଲା। ଫଳରେ ଏଥିରେ ଥିବା ୩ଜଣ ଯାକ ମହାକାଶ ବିଜ୍ଞାନୀଙ୍କର ମୃ-ତ୍ୟୁ ହୋଇଥିଲା। ମହାକାଶରେ ଏପରି ପ୍ରଥମଥର ପାଇଁ ହୋଇଥିଲା।
ପୃଥିବୀ ପୃଷ୍ଠରେ କାହାରି ମୃ-ତ୍ୟୁ ହେଲେ ଶବକୁ ନଷ୍ଟ କରିବା ପାଇଁ ବିଭିନ୍ନ ଉପାୟ ରହିଛି। ମୃ-ତ ଶରୀରକୁ ଅନ୍ତିମ ସଂସ୍କାର କରିବାକୁ ବିଭିନ୍ନ ଉପାୟ ରହିଛି। ମଣିଷର ମୃ-ତ୍ୟୁ ହେଲେ ଶରୀରରେ ରକ୍ତ ସଞ୍ଚାଳନ ବନ୍ଦ ହୋଇଯାଏ। ଗୁରୁତ୍ୱାକର୍ଷଣ ଯୋଗୁଁ ରକ୍ତ ଗୋଟିଏ ଜାଗାରେ ଜମା ହୋଇଯାଏ। ଏହାକୁ ଲିଭର ମର୍ଟିସ୍ କୁହାଯାଏ। 
Viral news
ଏହାପରେ ଶରୀର ଶୀତଳ ହୋଇଯାଏ। ଯାହାକୁ ଆଲଗୋର ମର୍ଟିସ୍ କୁହାଯାଏ। ଏହାପରେ ମାଂସପେଶୀ ଟାଣ ହେବାକୁ ଲାଗେ। ମୃ-ତ୍ୟୁ ପରେ ଶରୀରରେ ଥିବା କ୍ୟାଲସିୟମ ମାଂସପେଶୀର ତନ୍ତୁ ଗୁଡିକୁ ନିଜ ଆଡକୁ ଆକର୍ଷିତ କରୁଥିବାରୁ ଦେହ ଟାଣ ହୋଇଯାଏ। ଏହାକୁ ରିଗର ମର୍ଟିସ୍ ବୋଲି କୁହାଯାଏ।
ପରେ ଶରୀରରେ ଥିବା ଏନଜାଇମ୍ ଓ ପ୍ରୋଟିନ୍ ଶରୀରର କୋଷିକାରୁ ବାହାରିଯାନ୍ତି। ଏହାସହ ଅନ୍ତରେ ଥିବା ବ୍ୟାକ୍ଟେରିଆ ଗୁଡିକ ବାହାରି ଆସି ପୁରା ଶରୀରରେ ବ୍ୟାପୀ ଯାଆନ୍ତି। ଏମାନେ ଶରୀରର ନରମ ଟିସୁ ଗୁଡିକୁ ଖାଇଯାନ୍ତି। ଫଳରେ ଶରୀର ପଚିଯାଇ ଦୁର୍ଗନ୍ଧ ସୃଷ୍ଟି ହୁଏ। ଓ ଶରୀର ଫୁଲିଯାଏ। 
ମହାକାଶରେ ତାପମାତ୍ରା ଖୁବ କମ୍ ହୋଇଥିବାରୁ ଏଠାରେ ବ୍ୟକ୍ତିର ମୃ-ତ୍ୟୁ ହେଲେ ଶରୀରର ଜଳୀୟ ଅଂଶ ପାଣି ଫାଟିଯାଏ ଶରୀରରୁ ବହାରି ଯାଇ ଏହାର ଚତୁଃପାଶ୍ୱର୍ରେ ଜମାଟ ବାନ୍ଧିଯାଏ। ଫଳରେ ଶରୀର ପଚିନଯାଇ ସତେଜ ରହେ।
ଶରୀର ହଜାର ହଜାର ବର୍ଷ ଯାଏଁ ସେହିପରି ରହିଥାଏ। ବିଭିନ୍ନ ଗ୍ରହ ଉପଗ୍ରହର ମାଧ୍ୟାକର୍ଷଣ ଶକ୍ତି ଭିନ୍ନ ଭିନ୍ନ ହୋଇଥିବାରୁ ବିଭିନ୍ନ ସ୍ଥାନରେ ମୃ-ତ ଶରୀରର ପ୍ରଥମ ସୋପାନ ମାନେ ଲିଭର ମାର୍ଟିନ ପ୍ରଭାବିତ ହୋଇଥାଏ। ହେଲେ ସୌର ମଣ୍ଡଳର ଅନ୍ୟ କୌଣସି ଗ୍ରହରେ ଏପରି ହୁଏ ନାହିଁ। କାରଣ ଏଠାରେ ଶରୀରକୁ ନଷ୍ଟ କରିବାକୁ କୌଣସି ଖାଦକ ନଥାନ୍ତି।

Advertisement