ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ସୀମା ସଚିନ ଙ୍କୁ ପ୍ରେମ କାହାଣୀ କୁ ନେଇ ଏବେ ପୁଣି ଥରେ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି।ଏହି ଚର୍ଚ୍ଚା କମିବାର ନାଁ ଧରୁନି।ସୀମା ଓ ସଚିନ ପବଜି ମାଧ୍ୟମ ରେ ୨୦୨୦ ମସିହା ରେ ପରସ୍ପର ସହିତ ଚାଟିଂ କରିଥିଲେ।
ଏହା ପରେ ସେମାନଙ୍କ ଭିତରେ ଭଲ ବନ୍ଧୁତା ସୃଷ୍ଠି ହୋଇଥିଲା।ବନ୍ଧୁତା ଧୀରେ ଧୀରେ ପ୍ରେମ ର ରୂପ ନେଲା।ଏହା ପୂର୍ବ ରୁ ସୀମା ବିବାହ କରି ସାରିଥିଲେ।ତାଙ୍କର ୪ଟି ସନ୍ତାନ ମଧ୍ୟ ଅଛି।ସଚିନ ଙ୍କ ପ୍ରତି ଥିବା ପ୍ରେମ ପାଇଁ ସେ ପାକିସ୍ଥାନ ରୁ ଭାରତ କୁ ଚାଲି ଆସିଥିଲେ।
ସୂଚନା ଅନୁସାରେ ସଚିନ ଗତ ଜୁନ ମାସ ରେ ଟୁରିଷ୍ଟ ଭିସା ନେଇ ଭାରତ ରୁ ନେପାଳ କୁ ଯାଇ ରହିଥିଲେ।ଏହା ପରେ ସେଠାକୁ ସୀମା ପାକିସ୍ଥାନ ରୁ ଆସି ଉଭୟ ଏକ ହୋଟେଲ ରେ ରହିଥିଲେ।କିଛି ଦିନ ତଳେ ସୀମା ପୁଣି ନିଜ ଦେଶ କୁ ଫେରିଥିଲେ।
ନିଜର ଚାରି ପିଲା ଙ୍କୁ ସାଙ୍ଗ ରେ ନେଇ ସେ ସଚିନ ଙ୍କ ସହିତ ବିନା ଭିସା ରେ ଭାରତ କୁ ଚାଲି ଆସିଥିଲେ।ଏହା ପରେ ତାଙ୍କୁ ନେଇ ଅନେକ କଳ୍ପନା ଜଳ୍ପନା ଚାଲି ଥିଲା।ପୋଲିସ ମାନେ ତାଙ୍କୁ ଜଣେ ପାକିସ୍ଥାନ ଯାସୁସ ବୋଲି କହିଲେ।ସବୁକିଛି ଠିକ୍ ହେବା ପରେ ଏବେ ମଧ୍ୟ ସେମାନଙ୍କ ବିଷୟ ରେ ଚର୍ଚ୍ଚା ଜୋର୍ ଧରିଛି।
ଶୁଣିବାକୁ ମିଳୁଛି ଯେ ସୀମା ମା ହେବାକୁ ଯାଉଛନ୍ତି।ତାଙ୍କ ପେଟ ରେ ଏବେ ଦୁଇଟି ଜାଆଁଳା ସନ୍ତାନ ରହିଛି।ଏ ବିଷୟ ରେ ସୀମା ଓ ସଚିନ ଗଣ ମାଧ୍ୟମ କୁ କୌଣସି ପ୍ରକାର ସୂଚନା ଦେଇ ନାହାନ୍ତି।କିନ୍ତୁ ନିକଟ ରେ ସଚିନ ସୀମା ଙ୍କୁ ନେଇ ମେଡିକାଲ ଯାଉ ଥିବାର ଦେଖିବାକୁ ମିଳି ଥିଲା।
ସେଠାରେ ତାଙ୍କର ମେଡିକାଲ ଟେଷ୍ଟ ହେବା ପରେ ଜଣା ପଡି ଥିଲା ସୀମା ମା ହେବାକୁ ଯାଉଛନ୍ତି।ତାଙ୍କର ଏହା ପୂର୍ବ ରୁ ଚାରିଟି ସନ୍ତାନ ଅଛନ୍ତି।ଏବେ ସମସ୍ତଙ୍କ ମନ ରେ ପ୍ରଶ୍ନ ଉଠୁଚି ସୀମା ଏତେ ଶୀଘ୍ର କିପରି ମା ହେଲେ।ସଚିନ ଏତେ ଶୀଘ୍ର ଖେଳ କରିଦେଲେ।ସୀମା ପେଟ ରେ ବଢୁଥିବା ସେ ପିଲା ଆଉ କାହାର।
ଏହା କୁ ଜାଣିବା ପରେ ଦର୍ଶକ ଙ୍କ ମନ ରେ ଏବେ ଆଗ୍ରହ ସୃଷ୍ଟି ହୋଇଛି।ଏ ପର୍ଯ୍ୟନ୍ତ ସେମାନେ ଦୁହେଁ ଏହା ବିଷୟ ରେ କିଛି ବି କହି ନାହାନ୍ତି।ଏ କଥା କେତେ ଦୂର ସତ କି ମିଛ ତାହା ଆଉ କିଛି ଦିନ ଭିତରେ ଜଣା ପଡ଼ି ଯିବ।