Updated: Mar 10, 2024, 19:29 IST

କାହିଁକି ଅଲଗା ହେଇଗଲେ ଏହି ଲୋକପ୍ରିୟ ଯୋଡ଼ି ଜାଣନ୍ତୁ ସମ୍ପୂର୍ଣ ସତ - Ollywood

Viral news

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟରେ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Sidhanta
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି। ବନ୍ଧୁଗଣ ସିଦ୍ଧାନ୍ତ ରଚନାଙ୍କୁ କିଏ ବା ନ ଜାଣେ।
ଅଭିନେତା ସିଦ୍ଧାନ୍ତ ମହାପାତ୍ର ହେଉଛନ୍ତି ଆମ ଅଲିଉଡ଼ ଇଣ୍ଡଷ୍ଟ୍ରିର ଆଗ ଧାଡ଼ିର ଅଭିନେତା ସେ ତାଙ୍କର ସୁନ୍ଦର ଅଭିନୟ ପାଇଁ ସାରା ଓଡ଼ିଶାରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି। ତାଙ୍କର ଅଭିନୟ ଦେଖିବାକୁ ଅନେକ ଲୋକ ପସନ୍ଦ କରିବା ସହିତ ସେ ଅନେକ ଲୋକଙ୍କ ପ୍ରିୟ ପାତ୍ର ହୋଇ ପାରିଛନ୍ତି। 
ସିଦ୍ଧାନ୍ତ ଏବଂ ରଚନା ଓଲିଉଡ଼ ଇଣ୍ଡଷ୍ଟ୍ରି ପାଇଁ ବହୁତ ସୁପରହିଟ ଚଳଚ୍ଚିତ୍ର ଦେଇଛନ୍ତି। ଏହା ସହିତ ରଚନା 32 ରୁ ଉର୍ଦ୍ଧ ଓଡ଼ିଆ ଫିଲ୍ମରେ ଅଭିନୟ କରି ଓଡ଼ିଶାର ସମସ୍ତ ଦର୍ଶକମାନଙ୍କ ପ୍ରିୟ ହୋଇପାରିଥିଲେ।
ଏହା ସହିତ ସେ 1984 ମସିହାରୁ 1994 ମସିହା ପର୍ଯ୍ୟନ୍ତ ଅନେକ ଚଳଚ୍ଚିତ୍ରରେ ଅଭିନୟ କରି ଓଡ଼ିଶାର ଦର୍ଶକମାନଙ୍କ ମନରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି। ଏହି ଦୁଇ ୯୦ ଦଶକରେ ସିନେମାରେ ଅଭିନୟ କରୁ କରୁ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଆଉ 2003 ମସିହାରେ ସେମାନେ ବିବାହ କରିଥିଲେ। 
Sidhanta
ଏହାର ଏକ ବର୍ଷ ପରେ 2004 ମସିହାରେ ସେମାନେ ପରସ୍ପର ଠାରୁ ଅଲଗା ହୋଇ ଯାଇଥିଲେ। ଏହି ଦୁଇ ଯୋଡ଼ିଙ୍କ ବିବାହ ପରେ ରଚନା ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିବାକୁ ଚାହୁଁଥିଲେ। ଏହା ପରେ ରଚନା ବଙ୍ଗାଳି,ଓଡ଼ିଆ ଏବଂ ଅନ୍ୟ ସମସ୍ତ ଭାଷାରେ ମଧ୍ୟ ଚଳଚ୍ଚିତ୍ର କରିବାକୁ ଚାହୁଁଥିଲେ
କିନ୍ତୁ ସିଦ୍ଧାନ୍ତ ମନା କରି ଦେଇଥିଲେ ଯାହା ଫଳରେ ସେମାନଙ୍କ ମନ ଭିତରେ ଏମିତି କିଛି ମତ ଭେଦ ସୃଷ୍ଟି ହୋଇଥିଲା ଓ ସେମାନେ ପରସ୍ପର ଠାରୁ ଅଲଗା ହୋଇ ଯାଇଥିଲେ। ଉଭୟ ଦୁଇ ଯୋଡ଼ି ଅଧିକ ଚଳଚ୍ଚିତ୍ର ଆମ ଓଡ଼ିଆ ଇଣ୍ଡଷ୍ଟ୍ରିକୁ ଦେଇଛନ୍ତି।

Advertisement