Updated: Jun 18, 2024, 23:40 IST

ସାଇକେଲ ରେ ବିଧାନସଭା ଆସିଲେ ସିଦ୍ଧାନ୍ତ : କହିଲେ ମୁ ସରପଞ୍ଚ ହେଇ ଥାଆନ୍ତି କି.. ଭଲ ହେଇଥାଆନ୍ତା...

Special report

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣି ଥିବେ ଗତ କାଲି ବିଧାନସଭାର ସଭ୍ୟ ମାନଙ୍କ ର ଶପଥ ପାଠ ଉତ୍ସବ ଅନୁଷ୍ଠିତ ହୋଇ ଥିଲା।ଏଥିରେ ଅନେକ ବିଧାୟକ ମାନେ ଅଂଶଗ୍ରହଣ କରି ଥିଲେ।ତେବେ ଏ ନେଇ ବିଭିନ୍ନ ନେତା ମାନେ ଭିନ୍ନ ଭିନ୍ନ ମତ ଦେଇଛନ୍ତି।
Special report
ଆଜି ଆମେ ସେହି ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।ଆପଣ ମାନେ ଜାଣି ଥିବେ ଓଡ଼ିଆ ଅଭିନେତା ସିଦ୍ଧାର୍ଥ ମହାପାତ୍ର ଭାରତୀୟ ଜନତା ପାର୍ଟି ପକ୍ଷ ରୁ ବିଧାୟକ ପଦ ରେ ବିଜୟୀ ହୋଇ ଥିଲେ।ସେ ମଧ୍ୟ ଆଜି ଶପଥ ପାଠ କରାଇ ଥିଲେ।
ସୂଚନା ଅନୁସାରେ ସିଦ୍ଧାର୍ଥ ମହାପାତ୍ର ପୂର୍ବ ରୁ ବିଜୁ ଜନତା ଦଳ ରେ ଥିଲେ।ସାଂସଦ ରୂପେ ସେ ଆଗରୁ ପରିଚିତ ଥିଲେ।କିନ୍ତୁ ୨୦୨୪ ନିର୍ବାଚନ ରେ ସେ ଭାରତୀୟ ଜନତା ପାର୍ଟି ରେ ଯୋଗ ଦେଇ ବିଜୟୀ ହାସଲ କରି ଥିଲେ।
ଆଜି ସେ ଶପଥ ପାଠ ଉତ୍ସବ ରେ ସାମିଲ ହୋଇ ବହୁତ ଖୁସି ଅଛନ୍ତି।ଗଣ ମାଧ୍ୟମ ଆଗରେ ନିଜ ଖୁସି ବ୍ୟକ୍ତ କରିଛନ୍ତି।ସେ କହିଛନ୍ତି କି ଯାହା ହେଉ ଭଗବାନ ମୋତେ ପୁନର୍ବାର ଲୋକ ମାନଙ୍କ ସେବା କରିବା ପାଇଁ ବାଛି ଛନ୍ତି।ଏହାକୁ ମୁଁ କେବେ ଭୁଲି ପାରିବି ନାହିଁ।
Special report
ଆଗରୁ ସାଂସଦ ଥିଲି।ଏବେ ବିଧାୟକ ହେଲି।ତେବେ ଭବିଷ୍ୟତ ରେ ସରପଞ୍ଚ ହେବାକୁ ମୋର ଇଛା ଅଛି।ମୁଁ ଯେପରି ହେଉ ଲୋକ ଙ୍କ ସେବା କରିବି।ନିର୍ବାଚନ ସମୟ ରେ ଯାହା ଯାହା ପ୍ରତିଶ୍ରୁତି ଦେଇଚି ତାହାକୁ ପୂରଣ କରିବି।ଏଥିପାଇଁ ଆପଣ ମାନଙ୍କ ଭଲ ପାଇବା ଦରକାର।
ଆମ ନୂତନ ମୁଖ୍ୟ ମନ୍ତ୍ରୀ ମୋହନ ମାଝୀ ମଧ୍ୟ ପ୍ରଥମେ ସରପଞ୍ଚ ରୁ ଓଡ଼ିଶା ର ମୁଖ୍ୟ ମନ୍ତ୍ରୀ ରୂପେ ପରିଚିତ ହୋଇଛନ୍ତି।ତେବେ ସବୁ କାମ କରିବା ଉଚିତ।ଲୋକ ଙ୍କ ଭଲ ପାଇବା ଓ ସ୍ନେହ ବଳ ରେ ସବୁକିଛି ହୋଇ ପାରିବ ବୋଲି ସେ କହି ଥିଲେ।
ସିଦ୍ଧାର୍ଥ ମହାପାତ୍ର ଏବେ ବହୁତ ଖୁସି ଅଛନ୍ତି।ଲୋକ ମାନେ ତାଙ୍କୁ ଭଲ ପାଆନ୍ତି।ଓ ତାଙ୍କ ପାଇଁ ସେ କାମ କରିବେ।ଏବେ ଦେଖିବାକୁ ବାକି ରହିଲା ସିଦ୍ଧାର୍ଥ ମହାପାତ୍ର ତାଙ୍କ ଅଞ୍ଚଳ ରେ କିଭଳି ଭାବେ ଉନ୍ନତି କରୁଛନ୍ତି।ଯାହାକୁ ନେଇ ଲୋକ ଙ୍କ ମଧ୍ୟରେ ଖୁବ୍ ଚର୍ଚ୍ଚା କରା ଯାଉଛି।

Advertisement