ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଓଡ଼ିଶାରେ ରାଜନୀତିରେ ଏବେ କାମ୍ୟା ଜାନି ଙ୍କୁ ନେଇ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି।5T ସଚିବ ତଥା ନବୀନ ଓଡ଼ିଶା ର ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଙ୍କ ସହ ସେ ନଜର ଆସିବା ପରେ ରାଜନୀତି ଏବେ ଉଠୁଛି ପଡ଼ୁଛି।
ବିବାଦ ଏହା ହେଉଛି କି କାମ୍ୟା ଜାନି କାହିଁକି ମହାପ୍ରସାଦ ସେବନ କରିଛନ୍ତି। ବିରୋଧୀ କହୁଛନ୍ତି କି କାମ୍ୟା ଜାନି ଗୋ ମାଂସ ଖାଇଛନ୍ତି ସେଥିପାଇଁ ସେ ମହାପ୍ରସାଦ ଖାଇବା ଅପରାଧ ଅଟେ।
ସେପଟେ ବିଜେଡ଼ି ଏହି ଅଭିଯୋଗ କୁ ଖାତିର ହିଁ କରି ନାହିଁ। ଏହାରି ମଧ୍ୟରେ ଲୋକମାନଙ୍କ ମଧ୍ୟରେ ଏହି କାମ୍ୟା ଜାନି ଙ୍କୁ ନେଇ ଏବେ ଉତ୍ସୁକତା ବଢ଼ିବାରେ ଲାଗିଛି। ତାଙ୍କୁ ପାଣ୍ଡିଆନ ଶ୍ରୀମନ୍ଦିର ନେଇ ଯାଇଥିଲେ।
କାମ୍ୟା ଜାନି ହେଉଛନ୍ତି ୟୁଟ୍ୟୁବ ଓ ସୋସିଆଲ ମିଡିଆରେ ଜଣେ ବଡ଼ ଇନ୍ଫ୍ଲୁଏନ୍ସର। ତାଙ୍କର ଭିଡିଓ କୁ ଲକ୍ଷ ଲକ୍ଷ ଲୋକମାନେ ଦେଖି ଥାଆନ୍ତି।କାମ୍ୟା ଜାନି ଙ୍କୁ ୟୁଟ୍ୟୁବ ରେ ସସ୍କ୍ରାଇବର୍ ରହିଛନ୍ତି ପ୍ରାୟ ୩୦ ଲକ୍ଷ।
ଏହି ୟୁଟ୍ୟୁବ ଚ୍ୟାନେଲ ର ନାମ ରହିଛି "କର୍ଲି ଟେଲ୍ସ"। କେବଳ ୟୁଟ୍ୟୁବ ନୁହେଁ ସେ ଇନଷ୍ଟାଗ୍ରାମ୍ ରେ ମଧ୍ଯ ଖୁବ୍ ନାମ ଅର୍ଜନ କରିଛନ୍ତି। ଇନଷ୍ଟା ରେ ତାଙ୍କର ୭୫୬ ହଜାର ଫଲୋୟର ଅଛନ୍ତି।
ସେ ପ୍ରଥମେ ସାମ୍ବାଦିକତା ରୁ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ। ଦୀର୍ଘ ଦିନ ସାମ୍ବାଦିକତା ପରେ ସେ ୨୦୧୬ ରେ ୟୁଟ୍ୟୁବ ଦୁନିଆରେ ପାଦ ଦେଇଥିଲେ। ଦେଶ ବିଦେଶର ପର୍ଯ୍ୟଟନ ସ୍ଥଳ ଭ୍ରମଣ କରି ସେ ଭ୍ଲଗ ବନାଇ ଥାଆନ୍ତି।
ତାହା ତାଙ୍କୁ ୟୁଟ୍ୟୁବ ରେ ଖୁବ ସଫଳତା ମଧ୍ଯ ଆଣି ଦେଇଥିଲା। ଆଉ ମାତ୍ର କେଇ ବର୍ଷ ମଧ୍ୟରେ ସେ ସୋସିଆଲ ମିଡ଼ିଆର ବଡ ଇନ୍ଫ୍ଲୁଏନ୍ସର ହୋଇ ଯାଇଛନ୍ତି। ଶ୍ରୀମନ୍ଦିର ମହାପ୍ରସାଦ ସେବନ କରିବାକୁ ନେଇ ଉଠିଥିବା
ଝଡ଼ କୁ ସେ ଶାନ୍ତ କରିବାକୁ ଯାଇ କହିଛନ୍ତି କି ସେ ଗୋ ମାଂସ କେବେ ହେଲେ ଖାଇ ନାହାଁନ୍ତି କି ଖାଇବେ ବି ନାହିଁ। ତେବେ ଏହାକୁ ନେଇ ଆପଣ କଣ କହିବାକୁ ଚାହିଁବେ ତାହା ଆପଣ ଆମକୁ ଜଣାଇବାକୁ ଅନୁରୋଧ।