Oct 2, 2023, 11:23 IST

ଓଡ଼ିଶା ର ସବୁଠୁ ବଡ଼ SCB ମେଡିକାଲ୍, ଅନ୍ଧାର ରେ ହେଉଚି ଚିକିତ୍ସା.. ଚୀର ନିଦ୍ରା ରେ ଶୋଇଚି ପ୍ରଶାସନ ଆଉ ୫ଟି ସରକାର..

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ଏକ ଦୃଶ୍ୟ ଦେଖିବାକୁ ମିଳିଛି କି ମୋବାଇଲ ଲାଇଟ୍ ରେ ଚାଲିଛି ଚିକିତ୍ସା। ଆଉ ସେଠାରେ ମଧ୍ୟ ପୂରା ୱାର୍ଡ ହୋଇଛି ଅନ୍ଧକାରମୟ।
Special report
ଆଉ ସେଠାରେ ଲାଇନ ନଥିବାରୁ ମଧ୍ୟ ଗରମରେ ଛଟପଟ ହେବାରେ ଲାଗିଛନ୍ତି ରୋଗୀ ମାନେ। ଏହା ହେଉଛି ରାଜ୍ୟର ସର୍ବ ବୃହତ୍ ମେଡିକାଲ କଲେଜ୍ SCB ର ଦୃଶ୍ୟ। ଲାଇନ କଟିଯିବା କାରଣରୁ ସବୁ କାମ ଚାଲିଛି ମୋବାଇଲ ଲାଇଟ୍ ରେ।
ଗତକାଲି ସବୁ ବିଭାଗରେ କିଛି ଘଣ୍ଟା ଧରି ଲାଇନ ଚାଲି ଯାଇଥିଲା। ଫଳରେ ରୋଗୀ ଏବଂ ତାଙ୍କ ସାଙ୍ଗରେ ଆସିଥିବା ଲୋକ ମାନଙ୍କୁ ଖୁବ ହନ୍ତସନ୍ତ ହେବା ପାଇଁ ପଡିଥିଲା। ଆଉ ଏହି ବିଜୁଳୀ କାଟିବା କାରଣରୁ ଦଶ ଘଣ୍ଟା ପର୍ଯ୍ୟନ୍ତ ଅନ୍ଧାର ହୋଇ ରହିଲା ଆଞ୍ଚଳିକ ନିଦାନ କେନ୍ଦ୍ର।
ସକାଳ ୫ ଟାରୁ ହିଁ ବିଦ୍ୟୁତ୍ ସରୋବର ବନ୍ଦ୍ ହୋଇ ଯାଇଥିଲା। ଫଳରେ ବନ୍ଦ୍ ହୋଇ ଯାଇଥିଲା ସବୁ ପରୀକ୍ଷା ନିରୀକ୍ଷା। ଏକ୍ସ ରେ, ସିଟି ସ୍କାନ ଓ ରକ୍ତ ପରୀକ୍ଷା କିଛି ହୋଇ ପାରିଲା ନାହିଁ।
Special report
ଫଳରେ ବହୁତ ଗୁରୁତର ରୋଗୀ ମାନଙ୍କ ଚିକିତ୍ସାରେ ମଧ୍ଯ ସମସ୍ୟା ଉପୁଜିଥିବାର ଦେଖିବାକୁ ମିଳିଛି। ଆଉ ଏହାକୁ ନେଇ ମଧ୍ଯ ବିଭିନ୍ନ ମହଲ ରେ ଅଶୋନ୍ତୋଷ ଦେଖିବାକୁ ମିଳିଛି।
ଲୋକମାନେ କହିଛନ୍ତି ଅନେକ ସମୟ ଧରି ବିଦ୍ୟୁତ୍ କାଟ ହେବାରୁ ରିପୋର୍ଟ ଆସି ପାରୁ ନାହିଁ ଯାହା ଦ୍ଵାରା ତାଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବା ପାଇଁ ପଡିଛି। ସେଥିପାଇଁ ଯେହେତୁ ଏହା ଓଡ଼ିଶାର ବିଖ୍ୟାତ ମେଡିକାଲ ଏହା ପ୍ରତି ବିଶେଷ ଦୃଷ୍ଟି ଦେବା ନିହାତି ଆବଶ୍ୟକ।
ସେ କହିଛନ୍ତି ଯଦି ଗୋଟେ ରୋଗୀର ଅପରେସନ ହେଉଥିବା ଆଉ ସେହି ସମୟରେ ଯଦି କରେଣ୍ଟ କଟି ଯାଏ ତେବେ ସେହି ସମୟରେ ମଧ୍ଯ ରୋଗୀ ର ମରିଯିବା ର ମଧ୍ଯ ସମ୍ଭାବନା ଅଛି।ବାରମ୍ବାର ବିଦ୍ୟୁତ୍ ବିଭ୍ରାଟ ଯୋଗୁଁ SCB ରେ ଚିକିତ୍ସା ପ୍ରଭାବିତ ହେଉଛି।
ୱାର୍ଡ ରେ ମଧ୍ୟ ରୋଗୀମାନେ ଖୁବ୍ ହନ୍ତସନ୍ତ ହେଉଛନ୍ତି। ଆଉ ସରକାର ନିଶ୍ଚିତ ଭାବରେ ଓଡ଼ିଶାର ବିଖ୍ୟାତ ମେଡିକାଲ ର ଏହି ବିଦ୍ୟୁତ୍ ବିଭାଗ ପ୍ରତି ଦୃଷ୍ଟି ଦେବା ଆବଶ୍ୟକ।

Advertisement