ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଦେଶ ବିଦେଶରେ ଓଡ଼ିଶୀ ନୃତ୍ୟ ପାଇଁ ସୁନାମ ଅର୍ଜନ କରିବା ସହ ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ବିଶ୍ବସ୍ତରରେ ପହଞ୍ଚାଇ ପାରିଥିବା ଓଡ଼ିଶୀ ନୃତ୍ୟଶିଳ୍ପୀ ତଥା ନୃତ୍ୟଗୁରୁ ଶାଶ୍ଵତ ଯୋଶୀଙ୍କୁ ଆପଣ ମାନେ ନିଶ୍ଚିତ ଜାଣିଥିବେ।
ଶାଶ୍ଵତ ଙ୍କ ଓଡ଼ିଶୀ ନୃତ୍ୟ ପାଇଁ ସେ ରାଜ୍ୟ ତଥା ଦେଶ ବାହାରେ ମଧ୍ୟ ଭଲ ଭାବେ ସୁପରିଚିତ।ସେ ମାତ୍ର ୫ ବର୍ଷ ବୟସରୁ ନୃତ୍ୟ ଶିଖିବା ଆରମ୍ଭ କରିଥିଲେ। ସେତେବେଳେ ତାଙ୍କ ପାଖରେ କେହି ଗୁରୁଜୀ ନଥିଲେ।
ଟିଭିରୁ ବିଭିନ୍ନ କାର୍ଯ୍ୟକ୍ରମ ଦେଖି ସେ ନୃତ୍ୟ କରିବା ଆରମ୍ଭ କରିଥିଲେ। ତେବେ ସେ ୨୦୦୦ ମସିହାରେରେ ଶାଶ୍ୱତ ପଦ୍ମଶ୍ରୀ କୁମକୁମ ମହାନ୍ତିଙ୍କଠାରୁ ତାଙ୍କ ପେଶାଦାର ଓଡ଼ିଶୀ ତାଲିମ ନେଇଥିଲେ।
ସେ ପଦ୍ମ ଭୂଷଣ ଗୁରୁ କେଲୁଚରଣ ମହାପାତ୍ରଙ୍କ ଓଡ଼ିଶୀ ନୃତ୍ୟ ପ୍ରଣାଳୀକୁ ଅନୁସରଣ କରୁଥିଲେ। ଚଣ୍ଡୀଗଡ଼ ବିଶ୍ୱବିଦ୍ୟାଳୟରୁ ସେ ବିଷାରଦ କରିଥିଲେ ଓ ରବୀନ୍ଦ୍ର ଭାରତୀ ବିଶ୍ୱବିଦ୍ୟାଳୟରୁ ସଙ୍ଗୀତ ରତ୍ନ ଆୱାର୍ଡ ପାଇଥିଲେ। ବିଶ୍ୱର ବିଭିନ୍ନ ବିଶ୍ୱବିଦ୍ୟାଳୟମାନଙ୍କରେ ସେ ଓଡ଼ିଶୀ ବିଷୟରେ ବୁଝାଇଥିଲେ।
ତେବେ ଆମେ ଆଜି ଆପଣ ଙ୍କୁ ଶାଶ୍ଵତ ଙ୍କ କିଛି କଥା କହିବାକୁ ଯାଉଛୁ ଯାହା ସେ ନିଜେ ଗୋଟେ ମିଡ଼ିଆ ଇଣ୍ଟରଭିଉ ରେ କହିଛନ୍ତି। ସେଥିରେ ସେ କହିଛନ୍ତି ଯେ ତାଙ୍କୁ କିଛି ବ୍ୟକ୍ତି କିନ୍ନର କହୁଥିବାରୁ ତାଙ୍କୁ ବହୁତ୍ ଦୁଃଖ ଲାଗୁଥିଲା।
ତାଙ୍କୁ ଦୁଃଖ ଲାଗିବାର କାରଣ ସେ କହିଛନ୍ତି ଯେ, ତାଙ୍କର ପରିବାର ଅଛି, ବାପା ମା ସହିତ ତାଙ୍କର ସ୍ତ୍ରୀ ଅଛନ୍ତି, ଛୁଆ ମଧ୍ୟ ଅଛନ୍ତି। ଏହାସହିତ ତାଙ୍କର ଭଉଣୀ ଆଉ ଭଣଜା, ଭାଣେଜି ମଧ୍ୟ ଅଛନ୍ତି।
ସେମାନେ ଯେତେବେଳେ କିନ୍ନର କମେଣ୍ଟକୁ ପଢନ୍ତି ସେମାନଙ୍କୁ ଦୁଃଖ ଲାଗେ। ଯାହାଫଳରେ ସେମାନେ ସମସ୍ତେ ଦୁଃଖ କରୁଥିବାରୁ ଶାଶ୍ଵତ ଯୋଶୀଙ୍କୁ ମଧ୍ୟ ଦୁଃଖ ଲାଗେ।
ଏବଂ ଶାଶ୍ଵତ ଯୋଶୀଙ୍କୁ କିନ୍ନର କମେଣ୍ଟ ଶୁଣିକି କଷ୍ଟ ହେଉନି କାରଣ ଶାଶ୍ଵତ ଯୋଶୀ ସେହି ଲେବଲ୍ କ୍ରସ କରି ଗଲେଣି। ଯଦି ସେହି କଥାରେ ସେ ଦୁଃଖ କରିଥାନ୍ତେ ତେବେ ସେ ସେହିଠାରେ ହିଁ ରହି ଯାଇଥାନ୍ତେ ଆଉ ଏତେ କ୍ରିଏଟିଭ କାମ କରି ପାରିନଥାନ୍ତେ ବୋଲି ଶାଶ୍ଵତ ଯୋଶୀ କହିଛନ୍ତି।