Updated: Sep 7, 2023, 22:07 IST

ଏମିତି ଶାଶୁ ବୋହୂ ଜଗତେ ନାହିଁ ଦେଖନ୍ତୁ ଶାଶୁ ବୋହୂଙ୍କ ଝାଲ ମଟର ଦୋକାନ

Viral

ନମସ୍କାର ପାଠକ ବନ୍ଧୁ।ଶାଶୁ ବୋହୂ ଙ୍କ ସମ୍ପର୍କ ବିଷୟରେ ଆପଣ ମାନେ ସମସ୍ତେ ଜାଣି ଥିବେ।ଝିଅ ଟିଏ ବାହା ହୋଇ ଶାଶୁ ଘର କୁ ଆସିଲା ପରେ ମା ବଦଳ ରେ ଶାଶୁ ଟିଏ ପାଏ।ସେମାନଙ୍କ ଭିତରେ ଏକ ଭଲ ସମ୍ପର୍କ ରହିବା କଥା।କିନ୍ତୁ ଏବେ କେଉଁଠି ବି ଶାଶୁ ବୋହୂ ଙ୍କ ଭିତରେ ଥିବା ପ୍ରେମ ସମ୍ପର୍କ ଦେଖିବାକୁ ମିଳୁ ନାହି।
ବର୍ତ୍ତମାନ ସମୟ ରେ ଶାଶୁ ବୋହୂ ଭିତରେ ଖାଲି କେବଳ କଳି ଝଗଡ଼ା ଦେଖିବାକୁ ମିଳୁଚି।ଏପରି ପରିସ୍ଥିତି ରେ ଏକ ଜ୍ୱଳନ୍ତ ଉଦାହରଣ ସୃଷ୍ଟି କରିଛନ୍ତି ଜଣେ ଶାଶୁ ବୋହୂ।ଉଭୟ ମିଶି ନିଜ ପରିବାର ପାଇଁ କାମ କରୁଛନ୍ତି। ଯାହାକୁ ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇ ଯିବେ।
Viral news
ସୂଚନା ଅନୁସାରେ ସରୋଜିନୀ ଓ ପ୍ରଦୀପ ଙ୍କ ବିବାହ ଗତ ଚାରି ବର୍ଷ ତଳେ ହୋଇ ଥିଲା।ସେବେ ଠାରୁ ସରୋଜିନୀ ତାଙ୍କ ଶାଶୁ ଓ ସ୍ଵାମୀ ଙ୍କ ଯତ୍ନ ଠିକ୍ ଭାବେ ନେଇ ଆସିଛନ୍ତି।ତାଙ୍କ ଶାଶୁ ଏକ ପାର୍କ ନିକଟ ରେ ମଟର ବିକନ୍ତି।
ଏହା ପରେ ବୋହୂ ସେଠାରେ କାମ କରିବା ପାଇଁ ଇଚ୍ଛା କଲେ।କିନ୍ତୁ ପ୍ରଥମେ ପ୍ରଥମେ ଶାଶୁ ତାଙ୍କୁ ମନା କଲେ।କାରଣ ଏ ସମାଜ ତାଙ୍କୁ କଣ କହିବ।ପରେ ବୋହୂ ବୁଝାଇଲେ।ଲୋକ ମାନେ ତ ଅନେକ କଥା କହିବେ।କିନ୍ତୁ ତାଙ୍କ କଥା କୁ ନ ଶୁଣି ଯେ ଆଗକୁ ଯାଏ ସେ ହିଁ ସଫଳ ହୁଏ।ଶେଷ ରେ ସେହି ପାର୍କ ନିକଟ ରେ ଶାଶୁ ବୋହୂ ଉଭୟ ମିଶି କାମ କଲେ।
Viral news
ସେମାନଙ୍କୁ ଆପଣ ମାନେ ଦେଖିଲେ କେବେ ବି କହିବେନି କି ସେମାନେ ଶାଶୁ ବୋହୂ।ଆପଣ ମାନେ ସମସ୍ତେ କେବଳ ଟିଭି ଶାଶୁ ବୋହୂ ଙ୍କ ଭଲ ପାଇବା ଦେଖି ଥିବେ।କିନ୍ତୁ ପ୍ରକୃତ ଜୀବନ ରେ ମଧ୍ୟ ଏଭଳି ଘଟି ଥାଏ ବୋଲି ଆପଣ ମାନେ ଜାଣିଲେ ଚକିତ ହେବେ।ଶାଶୁ ବୋହୂ ପରସ୍ପର କୁ ଖୁବ୍ ଭଲ ପାଆନ୍ତି।
ଓ ଏକାଠି କାମ କରନ୍ତି।ଏ ବିଷୟରେ ଶାଶୁ ଙ୍କୁ ପଚରା ଯାଇଥିଲା।ସେ କହିଥିଲେ କି ତାଙ୍କ ବୋହୂ ବହୁତ ଭଲ।ଯଦି ତାଙ୍କର ଝଗଡ଼ା ହୁଏ ତେବେ ସେ କାହାରି ଆଗରେ କିଛି କୁହନ୍ତି ନାହିଁ।ଘର ଭିତରେ ଉଭୟ ସମାଧାନ କରନ୍ତି।
Viral
ସରୋଜିନୀ ଙ୍କ ଶଶୁର ଦୀର୍ଘ ବର୍ଷ ହେଲାଣି ତାଙ୍କ ଶାଶୁ ଙ୍କୁ ଛାଡି ଚାଲି ଯାଇଛନ୍ତି।ଏହା ପରେ ତାଙ୍କ ଶାଶୁ ଝିଅ ଓ ପୁଅ ଉଭୟ ଙ୍କ ବିବାହ କରାଇ ଥିଲେ।
ଏବେ ସେ ତାଙ୍କ ପରିବାର ସହିତ ହସ ଖୁସି ରେ ବିତାଉ ଛନ୍ତି।ଛୋଟ ନାତି କୁ ସେ ଖୁବ୍ ଭଲ ପାଆନ୍ତି। ଏବଂ ତାଙ୍କୁ ପାଠ ପଢ଼ାଇ ବଡ ମଣିଷ କରିବାକୁ ସେ ଇଚ୍ଛା କରୁଛନ୍ତି।ଏପରି ସମ୍ପର୍କ କୁ ଯେ କେହି ବି ଦେଖୁଚି ଆଶ୍ଚର୍ଯ୍ୟ ହୋଇ ଯାଉଛି।

Advertisement