Feb 1, 2024, 12:38 IST

ସାରଥି ବାବା ଆମ ପ୍ରଭୁ : ମଲା ଯାଏଁ ତାଙ୍କ ସେବା କରିବି ପୂଜା କରିବି ...

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ସାରଥୀ ବାବା ଗତ କିଛି ବର୍ଷ ପୂର୍ବେ ଖୁବ ଚର୍ଚ୍ଚାରେ ଥିଲେ। ତାଙ୍କୁ ନେଇ ଅନେକ ସତ ସାମ୍ନା କୁ ଆସିଥିବା ବେଳେ ଦୀର୍ଘଦିନ ତାଙ୍କୁ ଜେଲ୍ ରେ ମଧ୍ୟ ରଖା ଯାଇଥିଲା।
Special report
ଏହାପରେ ଦୀର୍ଘଦିନର ଅପେକ୍ଷା ପରେ ହିଁ ତାଙ୍କୁ ବେଲ ମିଳିଥିଲା ଆଉ ସେ ଜେଲ ରୁ ବାହାରି ଥିଲେ। ମାତ୍ର ଏବେ ତାଙ୍କର ଭକ୍ତ ମାନେ ପୁଣି ତାଙ୍କ ନିକଟକୁ ଯିବାକୁ ଲାଗି ଲେଣି।
ଏନେଇ ଜଣେ ମହିଳା କହିଛନ୍ତି କି ସାରଥୀ ବାବା ହେଉଛନ୍ତି ସ୍ଵୟଂ ଜଗନ୍ନାଥ। ଯେତେବେଳେ ସେ ଆଶ୍ରମରେ ବସିଥିଲେ ସେତେବେଳେ ତାଙ୍କୁ ହଠାତ୍ ନିଦ ଲାଗିଥିଲା ଆଉ ସେ ଦେଖିଲେ କି ସ୍ଵୟଂ ନାରାୟଣ ଆସି ତାଙ୍କ ସମ୍ମୁଖରେ ଆବିର୍ଭାବ ହୋଇ ଗଲେ।
ହଠାତ୍ ତାଙ୍କର ନିଦ ଭାଙ୍ଗି ଗଲା ଓ ସଙ୍ଗେ ସଙ୍ଗ ସେ ହାତ ଯୋଡ଼ି ନମସ୍କାର କରିଥିଲେ। ଏବେ ମଧ୍ୟ ଅନେକ ଆଡେ଼ ତାଙ୍କର ଖୁବ୍ ପୂଜାର୍ଚ୍ଚନା କରାଯାଉ ଅଛି।
Special report
ବାଲେଶ୍ଵର ଜିଲା, ସିମୁଳିଆ ବ୍ଳକ, ଜାମଝାଡ଼ି ଠାରେ ସାରଥୀ ବାବ ଙ୍କ ନନ୍ଦ ଉତ୍ସବ ପାଳନ କରାଯାଇ ଥିବା ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଆଜକୁ ପ୍ରାୟ ଦଶ ବର୍ଷ ହେବ ତାଙ୍କର ନନ୍ଦ ଉତ୍ସବ ପାଳନ କରାଯାଉଛି।
ସେଠାରେ ଖୁବ୍ ଧୁମ୍ ଧାମରେ ନନ୍ଦ ଉତ୍ସବ ପାଳନ କରାଯାଉଥିବାର ଦେଖିବାକୁ ମିଳିଥିଲା। ଭକ୍ତମାନେ ନିକଟରେ ଥିବା ଏକ ପୋଖରୀ ରୁ କଳସ ଯାତ୍ରା କରି ଆସିଥିଲେ।
ଏହାପରେ ସେଠାରେ ଗୀତା ଯଜ୍ଞ ମଧ୍ୟ ଆରମ୍ଭ ହୋଇଥିଲା। ସାରଥୀ ବାବା ଙ୍କ ୧୦୮ ମନ୍ତ୍ର ନାମ ଯଜ୍ଞ ମଧ୍ୟ ହୋଇଥିଲା। ଏଥି ସହ ସେଠାରେ ଭଜନ କୀର୍ତ୍ତନ ମଧ୍ୟ ହୋଇଥିଲା।
ସେ କହିଥିଲେ କି ତାଙ୍କର ହାରାହାରି ୨୦୦୦ ଜଣ ଭକ୍ତ ଅଛନ୍ତି ବୋଲି ଏହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ତେବେ ଏହି ଘଟଣା ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Advertisement