Updated: Mar 23, 2024, 19:41 IST

ସମୁଦ୍ର ମଧ୍ୟରେ ଦ୍ବାରିକା ନଗରୀ ଦେଖନ୍ତୁ ଆଜି ଅଛି କେମିତି ପରିସ୍ଥିତି - Viral Video

Viral video

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଏବେ ଦ୍ବାରିକା ନଗରୀକୁ ନେଇ କିଛି ଖବର ଆସିଛି । ଦ୍ବାରିକା ନଗରୀ ହେଉଛି ଏକ ପୁରାତନ ନଗରୀ ।
ଦ୍ବାରିକା ହେଉଛି ଏଭଳି ଏକ ପ୍ରାଚୀନ ନଗରୀ ଯାହାକୁ ଭଗବାନ କୃଷ୍ଣ ସ୍ଥାପନ କରିଥିଲେ । ୭ଟି ପ୍ରାଚୀନ ନଗରୀ ଭିତରୁ ଦ୍ବାରିକା ନଗରୀ ଅନ୍ୟତମ ଅଟେ । ଦ୍ବାରିକା ନଗରୀ ଅନେକ ନାମରେ ବିଖ୍ୟାତ ଅଟେ । ଦ୍ୱରାବତୀ, କୁଶସ୍ଥଳୀ, ଅନର୍ତ୍ତିକ, ଓକ୍ଷମଣ୍ଡଳ, ଗୋମତୀ, ଚକ୍ରତୀର୍ଥ, ଅନ୍ତର୍ଦିପ ଏବଂ ବଣୀଦୁର୍ଗ ନାମରେ ବିଖ୍ୟାତ ଅଟେ ।
Viral video
ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ କାହିଁକି ଦ୍ବାରିକା ନଗରୀ ବୁଡି ଗଲା ? ଦ୍ବାରିକା ନଗରୀକୁ କୃଷ୍ଣ ଭଗବାନଙ୍କ କର୍ମଭୂମି କୁହାଯାଏ । ଭଗବାନ କୃଷ୍ଣ ଯେତେବେଳେ କଂସକୁ ବଦ୍ଧ କରିଥିଲେ ।
କଂସ ବଦ୍ଧ ପୂର୍ବରୁ ଅନେକ ଘଟଣା ଘଟିଥିଲା । ଆଉ ଯାଦବମାନଙ୍କ ସୁରକ୍ଷା ପାଇଁ ସେ ମଥୁରା ଯାଇଥିଲେ ଆଉ ଏହାପରେ ସେ ସେଠାରେ ଏକ ସୁନ୍ଦର ଘର ନିର୍ମାଣ କରିଥିଲେ । ଏହି ନଗରୀର ନାମ ଥିଲା ଦ୍ବାରିକା ନଗରୀ । ସେଠାରେ ସମସ୍ତ ଯାଦବ ବଂଶ ସୁଖରେ ବାସ କରିଲେ ।
୩୬ ବର୍ଷ ରାଜୁତି କରିବା ପରେ ଦ୍ବାରିକା ନଗରୀ ଜଳମଗ୍ନ ହୋଇଥିଲା । ଅନେକ କାରଣ ଏବେ ସାମ୍ନାକୁ ଆସୁଛି ଯେଉଁଥିପାଇଁ ଦ୍ବାରିକା ନଗରୀ ଜଳମଗ୍ନ ହୋଇଥିଲା ।
Viral
ପୌରାଣିକ କଥା ଅନୁସାରେ ମହାଭାରତ ଯୁଦ୍ଧରେ ମାତା ଗାନ୍ଧାରୀ ଅଭିଶାପ ଦେଇଥିଲେ ଆଉ ମହାଭାରତ ଯୁଦ୍ଧର ୩୬ ବର୍ଷ ପରେ ଦ୍ୱାରିକାରେ ଅମଙ୍ଗଳ ହେବା ଆରମ୍ଭ ହୋଇଥିଲା । ସେହି ସମୟରେ ଋଷି ଆସି ଦ୍ଵାରିକାରେ ପହଞ୍ଚିଥିଲେ । ଯାଦବ ବଂଶର ନବ ଯୁବକ ଏହି ଋଷିଗଣଙ୍କୁ ଉପହାସ କରିଲେ । 
ଯାଦବ ବଂଶର ନବ ଯୁବକ ଋଷିଙ୍କୁ ଅପମାନ ଦେଇଥିଲେ । ଦ୍ବାରିକାରେ ଭୀଷଣ ଖରାପ ହେଲା ଆଉ ପ୍ରତିଦିନ ଘୂର୍ଣିବାତ୍ୟା ଆସିଲା ଆଉ ଏହାସହ ମୂଷା ମାନଙ୍କ ସଂଖ୍ୟା ବଢ଼ି ଚାଲିଲା । ଭଗବାନ ବଳରାମ ଦେହ ତ୍ୟାଗ କରିବା ପରେ ଭଗବାନ କୃଷ୍ଣ ବଣରେ ବୁଲିବାକୁ ଲାଗିଲେ ।
ଆଉ ସେ ବିଶ୍ରାମ ନେଉଥିବା ବେଳେ ଏକ ଶବର ତାଙ୍କ ଉପରକୁ ତୀର ଚଳାଇ ଦେଇଥିଲେ । ଏହାପରେ ଶବର କ୍ଷମା ମାଗିବାରୁ ସେ ତାଙ୍କୁ କ୍ଷମା କରିଲେ । ପ୍ରଭୁ ଶ୍ରୀକୃଷ୍ଣ ଜାଣି ପାରିଥିଲେ ଦ୍ବାରିକା ନଗରୀ ଜଳମଗ୍ନ ହେବ । ଆଉ ସେଥିପାଇଁ ଦ୍ବାରିକାବାସୀ ସେଠାରୁ ପଳାଇ ଯାଇଥିଲେ । ଏଭଳି ଅନେକ କାରଣ ବିଷୟରେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ ।

Advertisement