ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସଲମାନ ଖାନଙ୍କୁ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠାରୁ ବଡ ଅଭିନେତା ଭାବରେ ବିବେଚନା କରାଯାଏ। ତେବେ ଆପଣ ମାନେ ଜାଣିଥିବେ କି ସଲମାନ ଖାନ ଜଣେ ଏଭଳି ଅଭିନେତା ଯାହାଙ୍କ ସହ ସମସ୍ତେ ଅଭିନୟ କରିବାକୁ ଚାହିଁ ଥାଆନ୍ତି।
ତାଙ୍କୁ ବଲିଉଡ ଜଗତର ବାଦଶାହା ବୋଲି କୁହା ଯାଇଥାଏ। ତେବେ ଆପଣ ମାନେ ଜାଣିଛନ୍ତି କି ବଲିଉଡ ରେ ଏଭଳି କିଛି ଷ୍ଟାର ମାନେ ଅଛନ୍ତି ଯାହାଙ୍କ ସହ ସଲମାନ ଙ୍କ ଆଦୌ ପଡେ ନାହିଁ। ଆମେ ଏବେ ତାଙ୍କ ବିଷୟରେ କହିବାକୁ ଯାଉଛୁ।

ସଲମାନ ଖାନ୍ ଓ ବିବେକ ଓବରୋଇ ଙ୍କ ଆଦୌ ପଡେ ନାହିଁ।ଯେତେବେଳେ ସଲମାନ ଐଶ୍ୱର୍ଯ୍ୟାଙ୍କୁ ଭଲ ପାଉ ଥିଲେ , ସେତେବେଳେ ବିବେକ ଐଶ୍ୱର୍ଯ୍ୟାଙ୍କ ନିକଟତର ହୋଇଥିଲେ ଏବଂ ସଲମାନ ଖାନ ମଧ୍ୟ ଏହି କଥାକୁ ଆଦୌ ପସନ୍ଦ କରୁନଥିଲେ, ଯାହା ପରେ ଦୁହିଁଙ୍କ ମଧ୍ୟରେ ତିକ୍ତତା ଦେଖା ଦେଇଥିଲା ଆଉ ଏହା ଏପର୍ଯ୍ୟନ୍ତ ମଧ୍ୟ ରହିଛି।
ପ୍ରିୟଙ୍କା ଚୋପ୍ରା ଏବଂ ସଲମାନ ଖାନ ପରସ୍ପର ସହ ଅନେକ ଚଳଚ୍ଚିତ୍ରରେ କାମ କରିଛନ୍ତି ହେଲେ ଫିଲ୍ମ ଭାରତ ପାଇଁ ମଧ୍ଯ ଉଭୟଙ୍କ ମଧ୍ୟରେ ବହୁତ ବିବାଦ ଲାଗି ରହିଛି।ପ୍ରିୟଙ୍କା ଚୋପ୍ରା ସଲମାନ ଖାନଙ୍କୁ ଏହି ଚଳଚ୍ଚିତ୍ରରେ କାମ କରିବାକୁ ପ୍ରତିଶୃତି ଦେଇଥିଲେ, କିନ୍ତୁ ଥରେ ସେ ତାଙ୍କ ପ୍ରତିଶ୍ରୁତି ରୁ ବାହାରି ଯାଇଥିଲେ। ଯେଉଁଥିପାଇଁ କ୍ୟାଟ୍ରିନାଙ୍କୁ ଏହି ଫିଲ୍ମରେ ଦେଖିବାକୁ ମିଳିଥିଲା। ସେବେଠାରୁ ଦୁହେଁ କଥା ହେବା ବନ୍ଦ କରି ଦେଇଛନ୍ତି।

ରଣବୀର କପୁର ଏବଂ ସଲମାନ ଖାନଙ୍କ ମଧ୍ୟରେ ଥିବା ସଂପର୍କ ଏହା ସମସ୍ତଙ୍କୁ ଜଣା। ରଣବୀର କପୁର ମଧ୍ୟ ସଲମାନ ଖାନଙ୍କ ସହ ବନ୍ଧୁତା ବାହାନା କରି କ୍ୟାଟ୍ରିନା ପ୍ରେମରେ ପଡ଼ିଯାଇଥିଲେ। ଆଉ ଏହି କଥା ସଲମାନ୍ ଖାନ ଙ୍କୁ ଆଦୌ ପସନ୍ଦ ଆସି ନଥିଲା ଯାହା ପାଇଁ ଦୁହିଁଙ୍କ ମଧ୍ୟରେ ସମ୍ପର୍କରେ ତିକ୍ତତା ଦେଖା ଦେଇଥିଲା।

ସଲମାନ ଖାନ ଏବଂ ଅରିଜିତ ସିଂଙ୍କ ସମ୍ପର୍କ ବିଷୟରେ ସମସ୍ତଙ୍କୁ ଜଣା। ସଲମାନ ଖାନ ଏକ ପୁରସ୍କାର ବିତରଣ ଉତ୍ସବରେ ହୋଷ୍ଟ ଭାବରେ ଥିଲେ ଏବଂ ତାଙ୍କର ସେ ଅନ୍ୟ କଳାକାରମାନଙ୍କୁ ପରିହାସ କରୁଥିଲେ, କିନ୍ତୁ ଏସବୁ ମଧ୍ୟରେ ଅରିଜିତ ସିଂ ଏପରି କିଛି କହିଥିଲେ ଯାହା ସଲମାନ ଖାନଙ୍କୁ ଚୁପ୍ କରିଦେଇଥିଲା। ଏହା ପରେ ସେ ଅରିଜିତ ସିଂଙ୍କ ସମସ୍ତ ଗୀତକୁ ତାଙ୍କ ଚଳଚ୍ଚିତ୍ରରୁ ହଟାଇ ଦେଇଥିଲେ ଏବଂ ସେବେଠାରୁ ଏହି ଦୁଇଜଣଙ୍କ ମଧ୍ୟରେ କଥାବାର୍ତ୍ତା ବନ୍ଦ ଓ ସଲମାନ ଅରିଜିତଙ୍କୁ ତାଙ୍କ ଚଳଚ୍ଚିତ୍ରରେ ଗୀତ ଗାଇବାର ସୁଯୋଗ ଦେଇନଥିଲେ।