ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ୍ ସମୟରେ ଅମିତାଭ ବଚ୍ଚନ ହେଉଛନ୍ତି ବଲିଉଡ ର ଜଣେ ବେଶ ଜଣାଶୁଣା ଓ ବରିଷ୍ଠ କଳାକାର।
ତାଙ୍କୁ ଏବେ ମଧ୍ୟ ଲୋକ ମାନେ ପରଦା ଉପରେ ଦେଖିବା ପାଇଁ ବହୁତ ପଶନ୍ଦ କରନ୍ତି। ଏବଂ ଅମିତାଭ ବଚ୍ଚନ ଙ୍କ ଯାଦୁ ଏବେ ମଧ୍ୟ ପରଦା ଉପରେ ବେଶ ଭଲ ଭାବରେ ଚାଲିଛି। ସେ ତାଙ୍କର ବୟସ କଥା ଚିନ୍ତା କରନ୍ତି ନାହିଁ କାରଣ ସେ କେବଳ ଦର୍ଶକ ମାନଙ୍କ କଥା ଚିନ୍ତା କରନ୍ତି।
ସେଥିପାଇଁ ଏବେ ମଧ୍ୟ ସେ ପରଦା ଉପରେ କମାଲ କରୁଛନ୍ତି ଓ ଦର୍ଶକ ମାନଙ୍କୁ ମନୋରଞ୍ଜନ କରୁଛନ୍ତି। ତେବେ ଆପଣ ମାନେ ଅମିତାଭ ବଚ୍ଚନ ଙ୍କ ପୁଅ ଅଭିଷେକ ବଚ୍ଚନ ଙ୍କ ସମ୍ପର୍କରେ ବେଶ ଭଲ ଭାବରେ ଜାଣିଥିବେ।
କାରଣ ସେ ମଧ୍ୟ ଅନେକ ଫିଲ୍ମ୍ ରେ ଅଭିନୟ କରିଛନ୍ତି। ମାତ୍ର ସେ ତାଙ୍କର ବାପା ଙ୍କ ଭଳି ନାମ ଓ ଖ୍ୟାତି ଅର୍ଜନ କରି ପାରି ନାହାଁନ୍ତି। ହେଲେ ବର୍ତ୍ତମାନ ସମୟରେ ତାଙ୍କ ସମ୍ପର୍କରେ ଖୁବ ଚର୍ଚ୍ଚା ମଧ୍ୟ ହେବାରେ ଲାଗିଛି।
ଅଭିଷେକ ବଚ୍ଚନ ହେଉଛନ୍ତି ଜଣେ ମଣିଷ ହିସାବରେ ଖୁବ ଭଲ ମଣିଷ। ନିକଟରେ ଅଭିଷେକ ତାଙ୍କର ବାପା କେଉଁ ପରିସ୍ଥିତି ଦେଇ ଗତି କରିଛନ୍ତି ଏବଂ ତାଙ୍କର ସଙ୍ଘର୍ଷ ର କାହାଣୀ ସମସ୍ତଙ୍କ ସାମ୍ନାରେ କହିଛନ୍ତି।
ଆମେ ଏବେ ଆପଣଙ୍କୁ ସେହି ସମ୍ପର୍କରେ କହିବାକୁ ଯାଉଛୁ। ତେବେ ଅଭିଷେକ କହିଥିଲେ କି ଯେତେବେଳେ ସେ ବିଦେଶରେ ରହି ପାଠ ପଢ଼ୁଥିଲେ ସେତେବେଳେ ଅମିତାଭ ଙ୍କ ନିକଟରେ ଟଙ୍କା ଟିଏ ମଧ୍ଯ ନଥିଲା। ଆର୍ଥିକ ସ୍ଥିତି ଖରାପ୍ ଥିଲା।
ହେଲେ ସେ ଧାର କରଜ କରି ଅଭିଷେକ ଙ୍କୁ ପାଠ ପଢ଼ାଇ ଥିଲେ। ଋଣ ଯୋଗୁଁ ବ୍ୟାଙ୍କ୍ କର୍ମଚାରୀ ଯଦି ଘରକୁ ଆସୁଥିଲେ ତେବେ ସେ ତାଙ୍କର ଗୋଡ ଧରି ପକାଉ ଥିଲେ।ଅମିତାଭ ବଚ୍ଚନ ତାଙ୍କର ଏବିସିଏଲ୍ ପ୍ରାଇଭେଟ ଲିମିଟେଡ୍ କମ୍ପାନୀ ଖୋଲିଥିଲେ।
କିନ୍ତୁ ଏହି କମ୍ପାନୀ ଖୋଲିବା ତାଙ୍କ ପାଇଁ ମହଙ୍ଗା ପଡିଥିଲା ଏବଂ ସେ ଅନେକ କ୍ଷତି ସହିଥିଲେ। ଏହି କାରଣରୁ ଅମିତାଭ ଙ୍କ ନିକଟରେ ଘୋର ଅର୍ଥର ଅଭାବ ଦେଖିବାକୁ ମିଳିଥିଲା।