Updated: Aug 14, 2023, 14:54 IST

ଏତେ ଦୁଃଖ ପରେ ଟିକିଏ ସୁଖ ପାଇଥିଲି, ଭଗବାନ୍ ତାକୁ ବି ନେଇ ଗଲେ

Viral news

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ସହିଦ ଯବାନ ସୁଶାନ୍ତ ଙ୍କୁ ନେଇ ଏବେ ଚାରିଆଡ଼େ ଶୋକ ର ବାତାବରଣ ଖେଳି ଯାଇଛି। ତାଙ୍କୁ ନେଇ ଏବେ ପୂରା ରାଜ୍ୟ ଦୁଃଖିତ।
ତେବେ ଆପଣ ଥରେ ଭାବନ୍ତୁ କି ସୁଶାନ୍ତ ଙ୍କ ପରିବାର ଲୋକଙ୍କ ଅବସ୍ଥା ଏବେ କଣ ହେଉଥିବ। କାରଣ ସେ ଏବେ ନିଜ ସ୍ଵାମୀ ଙ୍କୁ ହରାଇ ଛାତି ଫଟାଇ କାନ୍ଦୁ ଛନ୍ତି। ସୁଶାନ୍ତ ଙ୍କ ପତ୍ନୀ ଙ୍କ ନାମ ହେଉଛି ପୂର୍ଣ୍ଣିମା।
Susant
ଆଉ ପୂର୍ଣ୍ଣିମା ଙ୍କ ମାଆ ତାଙ୍କର ପିଲାଟି ବେଳରୁ ହିଁ ପାଗଳ ହୋଇ ଯାଇଥିଲେ। ଯାହା ଫଳରେ କି ତାଙ୍କ ଘର ର ସମସ୍ତ ଭାର ଚାଲି ଆସିଥିଲା ପୂର୍ଣ୍ଣିମା ଙ୍କ ଉପରକୁ।
ଏହାପରେ ସେ ବିବାହ ବନ୍ଧନରେ ବାନ୍ଧି ହୋଇ ନିଜ ସ୍ୱାମୀ ଙ୍କ ସହ ସୁଖରେ ଜୀବନ ଯାପନ କରିବେ ବୋଲି ଅନେକ ସ୍ବପ୍ନ ମଧ୍ୟ ଦେଖିଥିଲେ। ହେଲେ ସବୁ ସ୍ବପ୍ନ ତାଙ୍କର ଧୂଳିସାତ ହୋଈ ଯାଇଥିଲା। ତାଙ୍କର ସବୁ ସ୍ବପ୍ନ ଉପରେ ମାଡି ଆସିଥିଲା ଦୁଃଖର କଳା ବାଦଲ।
ତାଙ୍କ ପ୍ରତି ଏତେ ବଡ ଅନ୍ୟାୟ କାହିଁକି ହେଲା ବୋଲି ଏବେ ପୂର୍ଣ୍ଣିମା ଭଗବାନ ଙ୍କୁ ପ୍ରଶ୍ନ କରୁଛନ୍ତି। ତାଙ୍କର ବିବାହକୁ ମାତ୍ର ଦୁଇ ମାସ ପୁରିଥିଲା ହେଲେ ମାଓବାଦୀ ଙ୍କ ସହ ଘମାଘୋଟ ଲଢେଇରେ ଏବେ ସହିଦ ହୋଇ ଯାଇଛନ୍ତି ପୂର୍ଣ୍ଣିମା ଙ୍କ ସ୍ଵାମୀ ସୁଶାନ୍ତ।
ସେ ପିଲାଟି ଦିନରୁ ମାଆ ର ସୁଖ କଣ ତାହା ଟିକେ ବି ପାଇ ନଥିଲେ। ସବୁ ଦୁଃଖ କୁ ନିଜ ଭିତରେ ଚାପି ଆଗକୁ ବଢ଼ି ଚାଲିଥିଲେ ଆଉ ଭାବିଥିଲେ କି ତାଙ୍କର ବାପ ଘରେ ନ ହେଉ ପଛେ ଶାଶୁ ଘରେ ସବୁ ସୁଖ ମିଳିବ।
ଆଜି ଭଗବାନ ପୂର୍ଣ୍ଣିମା ଙ୍କ ପାଖରୁ ସୁଶାନ୍ତ ଙ୍କୁ ଛଡାଇ ନେଇ ସେ ପୂର୍ଣ୍ଣିମା ଙ୍କୁ ବିଧବା ସଜାଇ ଦେଇଛନ୍ତି। କାନ୍ଥରେ ତାଙ୍କର ଏବେ ମଧ୍ୟ ସେହି ବାହାଘରର ଝୋଟି ଚିତା ଚମକୁଛି।
Viral
ହେଲେ ପୂର୍ଣ୍ଣିମା ଙ୍କ ମଥା ରୁ ଲିଭି ଯାଇଛି ସିନ୍ଦୂର। କାରଣ ଏହି ଦୁନିଆ ଛାଡ଼ି ସାରା ଦିନ ପାଇଁ ଅଫେରା ରାଇଜ କୁ ଚାଲି ଯାଇଛନ୍ତି ସୁଶାନ୍ତ। ଆଉ ନିଜର ସାତ ଜନ୍ମ ର ସାଥୀ କୁ ହରାଇ ପୂର୍ଣ୍ଣିମା କଣ କରିବେ ତାହା ସେ କିଛି ଜାଣି ପାରୁ ନାହାଁନ୍ତି।

Advertisement