Oct 3, 2023, 12:05 IST

ଏପଟେ ସଡ଼କ ଦୁର୍ଘଟଣା ରେ ମେଡିକାଲ୍ ରେ ପଡ଼ି ରୋଗୀ ହେଉଛି ଛଟପଟ, ସେପଟେ ସିଙ୍ଗଡ଼ା ର ମଜା ଉଠାଉଛନ୍ତି ଡ୍ୟୁଟି ରେ ଥିବା ଡ଼ାକ୍ତର..

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ସୋସିଆଲ ମିଡ଼ିଆ ରେ ପ୍ରତ୍ୟେକ ଦିନ ଅନେକ ଭିଡିଓ ଭାଇରାଲ୍ ହେଉ ଥିବାର ଦେଖୁ ଥିବେ। ସେହି ଭିଡିଓ ଗୁଡିକ ମଧ୍ୟରୁ ଆପଣଙ୍କୁ ଅନେକ ଗୁଡ଼ିଏ ଭିଡିଓ ମଧ୍ୟ ଖୁବ ପଶନ୍ଦ ଆସୁଥିବା ବେଳେ ଆଉ କିଛି ଭିଡିଓ ଦେଖି
Special report
 ଆପଣ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଉଥିବେ ଆମେ ଏବେ ଆପଣଙ୍କୁ ସେଭଳି ଏକ ଦୃଶ୍ୟ ଦେଖାଇବାକୁ ଯାଉଛୁ। ଆଜ୍ଞା ହଁ ଏହି ଭିଡିଓ ରେ ଦେଖିବାକୁ ମିଳିଛି କି ଷ୍ଟେଚର୍ ରେ ଛଟପଟ ହେଉଛନ୍ତି ରୋଗୀ ହେଲେ ଡାକ୍ତର ସିଙ୍ଗଡ଼ା ଖାଉଛନ୍ତି।
ଗୋଟେ ପଟେ ରୋଗୀ ମୃ-ତ୍ୟୁ ସହ ଲଢେ଼ଇ କରୁଛନ୍ତି ଅନ୍ୟପଟେ ଡ଼ାକ୍ତର ବାବୁ ସିଙ୍ଗଡ଼ା ର ସ୍ଵାଦ ଉପଭୋଗ କରୁଛନ୍ତି। ଦୁର୍ଘଟଣାର ଶୀକାର ହୋଇଥିବା ଯୁବକଙ୍କ ହାତରୁ ବାହାରିବା ରେ ଲାଗିଛି ଧାର ଧାର ରକ୍ତ।
ହେଲେ ଡ଼ାକ୍ତର ଜଣକ କିଛି ଖାତିର ନକରି ସିଙ୍ଗଡ଼ା ର ସ୍ଵାଦ ଉପଭୋଗ କରିବାରେ ଲାଗି ପଡିଛନ୍ତି। ଆଉ ତାହା ପୁଣି AC ରୁମ୍ ରେ ବସି ଡ଼ାକ୍ତର ଜଣକ ସିଙ୍ଗଡ଼ା ଖାଉଛନ୍ତି ଆଉ ଏକ ବେଡ ଉପରେ ମଧ୍ଯ ମହାନ୍ଦନରେ ସୋଇଛନ୍ତି।
Special report
ଏହା ହେଉଛି ଯାଜପୁର ମୁଖ୍ୟ ଚିକିତ୍ସାଳୟର ଦୃଶ୍ୟ। ସରକାର ଯାଜପୁର ରେ ମେଡିକାଲ କଲେଜ କରି ପ୍ରତିଟି ମୂଲ୍ୟବାନ ଜୀବନକୁ ସୁରକ୍ଷା ଦେବା ପାଇଁ ଚେଷ୍ଟା କରୁଥିବା ବେଳେ ଏପଟେ ଡ଼ାକ୍ତର ଜଣକ ରୋଗୀ ପ୍ରତି ଏତେ ଅବହେଳା କରୁଛନ୍ତି।
ଆଉ ସେ ମଧ୍ଯ କହୁଛନ୍ତି କି ସେ ଆଗ ଖାଇ ସାରନ୍ତୁ ତାହା ପରେ ଯାଇ ଯାହା ହବ। ରୋଗୀ ଟି ଷ୍ଟେଚର୍ ଉପରେ ପଡି ଛଟପଟ ହେଉଥିବା ଦୃଶ୍ୟ ଡ଼ାକ୍ତର ଜଣକ ଆଖିକୁ ଆଦୌ ଦେଖା ଯାଉ ନାହିଁ।
ଯାହା ଫଳରେ କି ଡ଼ାକ୍ତର ଜଣକ ଆରାମ ରେ AC ରୁମ୍ ରେ ସୋଇ ସୀଙ୍ଗଡାର ମଜା ନେବାରେ ବ୍ୟସ୍ଥ। ଏହି ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।
ଏହାକୁ ଦେଖିବା ପରେ ଅନେକ ଲୋକ ମଧ୍ଯ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ରଖି ଛନ୍ତି। ହେଲେ ଏହି ଭିଡିଓ ଦେଖିବା ପରେ ଡ଼ାକ୍ତର ଜଣକ ପ୍ରତି ଆପଣ କଣ ପ୍ରତିକ୍ରିୟା ଦେବାକୁ ଚାହିଁବେ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Advertisement