ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ଏବେ ଭାରତ ରେ ସୀମା ଓ ସଚିନ ଙ୍କ ପ୍ରେମ କାହାଣୀ କୁ ନେଇ ଚର୍ଚ୍ଚା ହେଉଛି।ଜଣେ ପାକିସ୍ଥାନୀ ମହିଳା ଙ୍କ ପ୍ରେମ ରେ ପଡିଲେ ଭାରତ ପୁଅ।ସେଥିପାଇଁ ବିନା ପରିଚୟ ପତ୍ର ରେ ସୀମା ନିଜ ଚାରି ପିଲା ଙ୍କ ସହିତ ନେପାଳ ରାସ୍ତା ଦେଇ ଭାରତ ରେ ପ୍ରବେଶ କରିଛି।

ନୋଏଡା ସ୍ଥିତ ସଚିନ ଙ୍କ ଘରେ ସେ ଏବେ ରହୁଛନ୍ତି।ସମସ୍ତେ କହିଲେ ସେ ଜଣେ ପାକିସ୍ଥାନୀ ଜାଶୁସ।ପୋଲିସ ସେମାନଙ୍କୁ ଅନେକ ପଚରା ଉଚରା କରିଛି।ହେଲେ କୌଣସି ତଥ୍ୟ ସେ ସୀମା ଙ୍କ ଠାରୁ ପାଇପାରି ନାହାନ୍ତି।
ଦିନ କୁ ଦିନ ସୀମା ସଚିନ ଙ୍କ ବିଷୟ ରେ ସୋସିଆଲ ମିଡିଆରେ ଚର୍ଚ୍ଚା ବଢି ବାରେ ଲାଗିଛି।ଏବେ ସଚିନ ଓ ସୀମା ବାହାରକୁ ବାହାରୁ ନାହାଁନ୍ତି।ସଚିନ ମଧ୍ୟ ବାହାରକୁ କୁଆଡ଼େ କାମ କରିବାକୁ ଯାଉ ନାହାଁନ୍ତି।ଯେଉଁଥିପାଇଁ ସେମାନେ ଆର୍ଥିକ କ୍ଷେତ୍ର ରେ ଦୁର୍ବଳ ହୋଇ ଯାଇଛନ୍ତି।

ଚାରି ପିଲା ଙ୍କୁ ନେଇ ସେମାନେ କିପରି ରହିବେ।ଏବେ ଏହା ସମସ୍ତଙ୍କ ପାଇଁ ଚିନ୍ତା ର ବିଷୟ ହୋଇଛି।ଏବେ କିଛି ବଲିଉଡ ପ୍ରଯୋଜକ ମାନେ ତାଙ୍କୁ ତାଙ୍କ ଫିଲ୍ମ ରେ ସୁଯୋଗ ଦେବା ପାଇଁ ଇଚ୍ଛା କରିଛନ୍ତି।
ସେମାନେ ସୀମା ଓ ସଚିନ ଙ୍କୁ ଆର୍ଥିକ କ୍ଷେତ୍ର ରେ କିଛି ସାହାର୍ଯ୍ୟ କରିବା ପାଇଁ ଚାହୁଁଛନ୍ତି।ସାରା ଜୀବନ ସଂଘର୍ଷ କଲେ ମଧ୍ୟ ବଲିଉଡ ରେ ସୁଯୋଗ ମିଳେ ନାହିଁ।ହେଲେ ଏବେ ଚର୍ଚ୍ଚା ହେଉଛି କି ସୀମା ଏପରି କି ଯାଦୁ କଲେ ଯେ ତାଙ୍କୁ ବଲିଉଡ ରେ ଅଭିନୟ କରିବା ପାଇଁ ସୁଯୋଗ ମିଳିଲା।

ଅନେକ ଙ୍କ ଭାଗ୍ୟ ରେ ହିରୋଇନ୍ ହେବା ନ ଥାଏ।ସୀମା ଙ୍କ ଠାରେ ଏମିତି କି ଟ୍ୟାଲେଣ୍ଟ ଅଛି ଯେ ସେ ହେବେ ଫିଲ୍ମ ର ହିରୋଇନ୍।ସୂଚନା ଅନୁସାରେ ବଲିଉଡ ଫିଲ୍ମ ନିର୍ମାତା ଅମିତ ସୀମା ଙ୍କ ଆର୍ଥିକ ଅବସ୍ଥା କୁ ଦେଖି ତାଙ୍କୁ ଏକ ଫିଲ୍ମ ରେ ଅଭିନୟ କରିବା ପାଇଁ ସୁଯୋଗ ଦେଇଛନ୍ତି।
ତାଙ୍କ ପ୍ରଡକ୍ସନ ହାଉସ ରେ ଖୁବ୍ ଶୀଘ୍ର ଏକ ଫିଲ୍ମ ହେବାକୁ ଯାଉଛି।ଉଦୟପୁର ରେ ହୋଇଥିବା କହ୍ନେଇ ଲାଲ ଙ୍କ ହତ୍ୟା ଉପରେ ଏହି ଫିଲ୍ମ ଟି ନିର୍ମାଣ କରା ଯିବ।ଏହି ଫିଲ୍ମ ର ଟାଇଟଲ ହେଉଛି ଦି ଟ୍ରେଲର ମର୍ଡର ଷ୍ଟୋରି।ଏହି ଫିଲ୍ମ ରେ କାମ କରିବାକୁ ଅମିତ ସୀମା ଙ୍କୁ ଅଫର ଦେଇଛନ୍ତି।ହେଲେ ସୀମା ଙ୍କ ତରଫ ରୁ କୌଣସି ସୂଚନା ମିଳି ପାରି ନାହିଁ।