ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଆପଣମାନେ ଏବେ ତ ବନ୍ୟା ପରିସ୍ଥିତିକୁ ନେଇ ଆସୁଥିବା ଖବର ବିଷୟରେ ସୂଚନା ପାଇ ପାରୁଥିବେ । ଏବେ ରାଜ୍ୟର ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ଉପୁଜିଛି । ଲୋକମାନେ ଅନେକ ହଇରାଣ ହେଉଛନ୍ତି । ଏହି ବନ୍ୟା ଯୋଗୁଁ ଲୋକମାନଙ୍କର କ୍ଷୟକ୍ଷତି ହେଉଛି । ଅନେକ ଚାଷୀ ଏହି ବନ୍ୟାର ସାମ୍ନା କରୁଛନ୍ତି ।
ବନ୍ୟା ଯୋଗୁଁ ଲୋକମାନେ ଭୟଭୀତ ହୋଇ ଯାଉଛନ୍ତି । ଏଭଳି କିଛି ଖବର ଏବେ ଆପଣମାନେ ପାଇପାରିବେ ଯାହା ଶୁଣିଲେ ଆପଣଙ୍କ ମନରେ କିଛି ଏଭଳି କଥା ଆସିବ ଯାହା ଆପଣଙ୍କ ମନରେ ଭୟ ସହିତ ଅନେକ ଭାବନା ସୃଷ୍ଟି କରିବ
ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବହୁତ ପରିମାଣରେ ଚର୍ଚ୍ଚା ହେଉଛି । ଏବେ ଏହି ଖବର ବିଷୟରେ ଆପଣ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ଗୋଟିଏ ଗାଁରେ ଏଭଳି କିଛି ଘଟଣା ଘଟିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବା ସହ ଭୟଭୀତ ହୋଇଯିବେ । ଗୋଟିଏ ଗାଁରେ ପରିବାର ସମସ୍ତେ ଶାନ୍ତିରେ ଶୋଇଥିଲେ ।
ହଠାତ୍ ମାଡ଼ି ଆସିଲା ବନ୍ୟା ଜଳ ଆଉ ଘଟିଲା ଏଭଳି କିଛି । ପରିବାର ଲୋକେ ହଠାତ୍ ପାଣି ଦେଖିଲେ ଆଉ ଏହି ପାଣିରେ ତାଙ୍କ ଜିନିଷ ପତ୍ର ସବୁ ଏବଂ ଘରର ଆସବାବ ପତ୍ର ଆଦି ପାଣିରେ ଭସାଇ ନେଲା । ସେମାନେ ତାଙ୍କର କିଛି ଜିନିଷ ବଞ୍ଚାଇ ପାରିଲେ ନାହିଁ ।
ଏହି ପରିବାରର ବ୍ୟକ୍ତି ଜଣକ ଏହିସବୁ ଦେଖି ଆଶ୍ଚର୍ଯ୍ୟ ହେବା ସହ ତାଙ୍କ ଘର ବୁଡି ଯାଇଛି ବୋଲି ଜାଣିବା ପରେ ମନ ଦୁଃଖ ହେଲା । ଏହି ବ୍ୟକ୍ତି ଜଣଙ୍କର ରହିବା ପାଇଁ ଆଉ ଜାଗା ନାହିଁ । କେବଳ ତାଙ୍କର ଏହି ଚାଳ ମାଟି ଘରଟି ଥିଲା ଆଉ ଏବେ ଏହା ମାଟିରେ ମିଶି ଗଲା ।
ଏହି ଘରେ ତାଙ୍କ ପୁଅର ସାର୍ଟିଫିକେଟ ଥିଲା ଆଉ ଏହା ବି ଭାସି ଗଲା ଏବେ ପୁଅଟିର ଭବିଷ୍ୟତ କଣ ହେବ ଏହାକୁ ନେଇ ଚିନ୍ତାରେ ବାପା ମାଆ । ଏହି ଘଟଣା ଘଟିଛି ବନ୍ତ ବ୍ଲକ୍ ରାମଚନ୍ଦ୍ରପୁର ଗାଁରେ । ଏହି ବ୍ୟକ୍ତି ଜଣକ ହେଉଛନ୍ତି ସୁବାଷ ଜେନା ।
କପାଳି ନଦୀର ଜଳ ସଙ୍ଗେ ସଙ୍ଗେ ମାଡ଼ି ଆସିଲା ଆଉ ତାଙ୍କର ସବୁଦିନ ପାଇଁ ତାଙ୍କର ସ୍ୱପ୍ନର ଘର ପାଣିରେ ଭାସି ଗଲା । ଆଉ ଏବେ ସେମାନେ ଚିନ୍ତାରେ ଅଛନ୍ତି କଣ କରିବେ କିଭଳି ଆଉ କେଉଁଠି ରହିବେ । ତାଙ୍କ ପୁଅର ଭବିଷ୍ୟତ ଏବେ କଣ ହେବ । ଆଉ ଏବେ ଦେଖିବାକୁ ବାକି ରହିଲା ସରକାର ତାଙ୍କୁ କଣ ସହାୟତା କରୁଛନ୍ତି ।