Updated: Nov 14, 2023, 18:10 IST

ରାତି ଅଧରେ ମହିଳାଙ୍କ ସହ କ୍ରିକେଟର କଲେ ଏମିତି କାମ ସୋସିଆଲ ମିଡିଆରେ ଘୁରି ବୁଲୁଛି ଏହି ଦୃଶ୍ୟ ଦେଖନ୍ତୁ ଏହି Viral Video

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଭାରତକୁ କ୍ରିକେଟ ଖେଳିବାକୁ ଆସିଥିବା ଆଫଗାନିସ୍ଥାନ ସେମି ଫାଇନାଲ ରାଉଣ୍ଡରୁ ବାଦ ପଢ଼ିଥିଲେ ମଧ୍ୟ ନିଜର ପ୍ରଦର୍ଶନ ଜରିଆରେ ଚର୍ଚ୍ଚାକୁ ଆସିଥିଲା। ଗ୍ରୁପ ପର୍ଯ୍ୟାୟରେ ୯ଟିରୁ ୪ଟି ପର୍ଯ୍ୟାୟରେ ବିଜୟ ହୋଇ ଅନେକ ପ୍ରଶଂସା ସାଉଁଟିଥିଲା ଏହି ଦଳ।
Special report
ଏପରିକି ଡିଫେଣ୍ଟିଂ ଚମ୍ପିୟନ ଇଂଲଣ୍ଡକୁ ହରାଇ ବିଶ୍ୱପକରେ ବିପର୍ଯ୍ୟୟ ସୃଷ୍ଟି କରିବା ସହ ପାକିସ୍ଥାନ ଏବଂ ଶ୍ରୀଲଙ୍କା ଭଳି ଦଳକୁ ମଧ୍ୟ ପରାସ୍ତ କରିଥିଲା। ଖାଲି ସେତିକି ନୁହେଁ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ଭଳି ଶକ୍ତିଶାଳୀ ଦଳଙ୍କୁ ବି କଡ଼ା ଟକର ଦେଇଥିଲା ଆଫଗାନିସ୍ଥାନ। 
ଏହି ଦୁଇଦଳ ବିପକ୍ଷରେ ଜିତୁ ଜିତୁ ହାରି ଯାଇଥିଲା। ଆଉ ଦକ୍ଷିଣ ଆଫ୍ରିକା ଠାରୁ ମ୍ୟାଚ ହାରି ପରାଜୟ ସହ ବିଶ୍ୱକପ ଅଭିଯାନ ଶେଷ କରି ସ୍ବଦେଶ ଫେରି ଯାଇଥିଲା ଦଳ। ହେଲେ ନିଜ ଦେଶକୁ ଫେରି ଯିବା ପୂର୍ବରୁ ଭାରତର ଆଫଗାନିସ୍ଥାନର ଜଣେ କ୍ରିକେଟର ଭାରତରେ କିଛି ଏମିତି କାମ କରିଛନ୍ତି ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି।
Special report
ଚଳିତ ବିଶ୍ଵକପରେ ଗତ ୧୦ ତାରିଖ ଶୁକ୍ରବାର ଅହମଦାବାଦ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆଫଗାନିସ୍ଥା ଖେଳି ଥିଲା ତା'ର ଶେଷ ମ୍ୟାଚ। ଆଉ ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଠାରୁ ୫ ୱିକେଟରେ ହାରିଯାଇଥିଲା ଦଳ। 
ଆଉ ଏହାପରେ ନିଜ ଦେଶକୁ ଫେରି ଯିବା ପାଇଁ ଦଳ ପ୍ରସ୍ତୁତ ହୋଇଥିଲା। ହେଲେ ଆଫଗାନିସ୍ଥାର ଟିମ୍ ଖେଳାଳି ରେହେମାନ୍ ବିଳମ୍ୱିତ ରାତିରେ ନିଜ ହୋଟେଲ ରୁମରୁ ବାହାରକୁ ବାହାରିଥିଲେ। ରାତି ତିନିଟାରେ ସେ ଚୁପଚାପ୍ ଅହମଦାବାଦର ଫୁତଫାତରେ ଶୋଇଥିବା କିଛି ଲୋକଙ୍କ ପାଖକୁ ଯାଇଥିଲେ।
Special report
ଦୀପାବଳି ପୂର୍ବରୁ ଶୂନଶାନ ରାତିରେ ରାସ୍ତା କଡ଼ରେ ଶୋଇଥିବା ବାସହୀନ ଲୋକଙ୍କ ପାଖରେ ପହଞ୍ଚିଥିଲେ ଗୁର୍ବାଜ୍। ଆଉ ପ୍ରଥମେ ସେଠାରେ ଜଣେ ଶୋଇଥିବା ମହିଳାଙ୍କୁ ନିଦରୁ ଉଠାଇଥିଲେ ତା'ପରେ ସେଇ ମହିଳାକୁ ନେଇ ସେ ଯାହା କିଛି କରିଥିଲେ ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। 
Special report
ମହିଳା ଜଣଙ୍କୁ ସାଙ୍ଗରେ ଧରି ସେହି ଫୁତଫାତରେ ଶୋଇଥିବା ଲୋକ ମାନଙ୍କ ପାଖରେ ଗୋଟିଏ ଲେଖାଏଁ ପାଞ୍ଚଶହ ନୋଟ ରଖିଦେଇଥିଲେ ଗୁର୍ବାଜ୍। ଦୀପାବଳିରେ ସବୁଠି ସେଲିବ୍ରେସନର ଚାଲିଥିବା ବେଳେ ଦୁଃଖୀ ରଙ୍କିଙ୍କ କଥା ବୁଝିଥିଲେ ଏହି ଆଫଗାନିସ୍ଥାନ ଖେଳାଳି।
ସବୁଠାରୁ ବଡ଼ କଥା ହେଉଛି ଏହି ଗୁର୍ବାଜ୍ ଦିନର ଆଲୁଅରେ ସମସ୍ତଙ୍କ ସାମ୍ନାରେ କିମ୍ୱା ଯାହାକୁ ଗୁର୍ବାଜ୍ ଦାନ କରୁଛନ୍ତି ସେମାନଙ୍କୁ ନଜଣାଇ ଏହି କାମ କରିଛନ୍ତି। ଫୁତଫାତର ରାସ୍ତା କଡ଼ରେ ନିଦରେ ଶୋଇ ପଡ଼ିଥିବା ଏହି ଗରୀବ ଲୋକଙ୍କୁ ବିଳମ୍ବିତ ରାତିରେ ଚୁପଚାପ୍ ଅର୍ଥ ଦାନ କରିଛନ୍ତି ଗୁର୍ବାଜ୍। ଆଉ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସମସ୍ତଙ୍କ ମନ କିଣି ନେଇଛନ୍ତି ଏହି ଆଫଗାନୀ ଖେଳାଳି।

Advertisement