Dec 31, 2023, 20:40 IST

ରାମଙ୍କ ଚରିତ୍ରରେ ମଜା ଉଡେଇ ନାମ ନେଲେ ଦେଖନ୍ତୁ ଭିଡିଓ ହେଲା VIRAl ଶେଷରେ ନାମ ନେଲେ ଏମିତି

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ ଏକ ଭିଡିଓରେ ଦେଖିବାକୁ ମିଳୁଛି ଏକ କଲେଜରେ ଆନୁଆଲ ପ୍ରୋଗ୍ରାମ ଚାଲୁଛି। ଷ୍ଟେଜ ଉପରେ ଚଢ଼ି କିଛି ଛାତ୍ର ଛାତ୍ରୀ ଡାନ୍ସ କରୁଥିବା ବେଳେ ଆଉ କିଛି ଛାତ୍ର ଛାତ୍ରୀ ଏବଂ କଲେଜ କତୃପକ୍ଷ ତଳେ ରହି ଏହାର ମଜା ଉଠାଉଥିଲେ।
Special Report
ବନ୍ଧୁଗଣ ଆସନ୍ତା ଜାନୁଆରୀ ମାସରେ ଅଯୋଧ୍ୟାରେ ପ୍ରଭୁ ରାମଙ୍କର ମନ୍ଦିର ପ୍ରତିଷ୍ଠା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଚାଲିଥାଏ। କିନ୍ତୁ ଏବେ ଦେଖିବାକୁ ମିଳୁଛି ଏକ କଲେଜ ପ୍ରୋଗ୍ରାମରେ ଭିନ୍ନରୂପ ଦେଖିବାକୁ ମିଳୁଛି। 
ତେବେ ବନ୍ଧୁଗଣ ଏହି କଲେଜ ପ୍ରୋଗ୍ରାମରେ ମନୋରଞ୍ଜନ ନାମରେ ରାମାୟଣକୁ ନେଇ ମଜା ସଜାଇଛନ୍ତି। ମଞ୍ଚ ଉପରେ ରାମ ସୀତାଙ୍କ ବେଶ ହୋଇ ଆଧୁନିକ ଗୀତରେ ଡାନ୍ସ କରୁଛନ୍ତି।
ସୂଚନା ଅନୁଯାୟୀ, ଭଦ୍ରକ ଆଗରପୋଡ଼ା ମହାବିଦ୍ୟାଳୟରେ ଯୁବ ଓଡ଼ିଶା ନବୀନ ଓଡ଼ିଶାର ସାଂସ୍କୃତିକ ଉତ୍ସବ ଚାଲିଥିଲା। ଏହି ଉତ୍ସବରେ ରାମାୟଣ ଓ ପ୍ରଭୁ ଶ୍ରୀ ରାମଙ୍କ ଚରିତ୍ର ଆଉ ଆଦର୍ଶକୁ ନେଇ ମଜା ଉଡ଼ାଇଥିବା ଦେଖିବାକୁ ମିଳୁଛି। 
Special Report
ସାରା ବିଶ୍ବ ଶ୍ରୀ ରାମଙ୍କ ବନ୍ଦନା କରୁଥିବା ବେଳେ ଏହି କଲେଜ ର ଛାତ୍ର ଛାତ୍ରୀମାନେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ କରିଥିବା ଏଭଳି ଅପମାନକୁ ସବୁଆଡେ ନିନ୍ଦା କରାଯାଉଥିବା ଦେଖିବାକୁ ମିଳିଛି।
ଏପଟେ କଲେଜ କତୃପକ୍ଷ ଏହାକୁ ପଦର୍ଷଣ ନିମନ୍ତେ କିଭଳି ଅନୁମତି ଦେଲେ ତାହା ସ୍ଥାନୀୟବାସିନ୍ଦା ଆଉ ସାମାଜିକ ଗଣମାଧ୍ୟମ ଆଗରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ବନ୍ଧୁଗଣ ଏହାର ଭିଡିଓ ବର୍ତ୍ତମାନ ସାମାଜିକ ଗଣମାଧ୍ୟମ ଆଗରେ ଘୂରି ବୁଲୁଥିବାର ଦେଖିବାକୁ ମିଳୁଛି। 
ଏହାକୁ ନେଇ ଧର୍ମରକ୍ଷା କମିଟି ପକ୍ଷରୁ ଭାଗବତ କଲ୍ୟାଣ ମଣ୍ଡପରେ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ଏବଂ ଜିଲ୍ଲା ଆରୋକ୍ଷ ଅଧକ୍ଷଙ୍କ ନିକଟରେ ଅଭିଯୋଗ ପତ୍ର ଦାଖଲ କରିଛନ୍ତି ଭଦ୍ରକ ଜିଲ୍ଲାର କାର୍ଯ୍ୟକର୍ତ୍ତା।
ତେବେ ବନ୍ଧୁଗଣ ଯଦି ଏହି କଲେଜ କତୃପକ୍ଷଙ୍କ ବିରୋଧରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି ତେବେ ଆନ୍ଦୋଳନ କରିବା ପାଇଁ ଭଦ୍ରକ ଜିଲ୍ଲାର କାର୍ଯ୍ୟକର୍ତ୍ତା ଚେତାବନୀ ଦେଇଛନ୍ତି।

Advertisement