Oct 31, 2023, 10:55 IST

ଯେତେବେଳେ ରାମ୍ କୁ ବିରୋଧ କରିବା ଆରମ୍ଭ କଲେ ଲୋକେ ସାମ୍ନା କୁ ଆସିଗଲେ ଅରିନ୍ଦମ : ମନୋଜ ଭାଇ ଯାହା ହେଲା ହେଲା ଆସ ସମାଧାନ କରିବା

Special report

ନମସ୍କାର ପାଠକ ବନ୍ଧୁ।ଏବେ ସାରା ଓଡ଼ିଶା ରେ ଏବେ ଓଲିଉଡ କୁ ନେଇ ଚର୍ଚ୍ଚା ଲାଗି ରହିଛି।ଟୁଟୁ ନାୟକ ଓ ମନୋଜ ମିଶ୍ର ଙ୍କ କଳି କୁ ନେଇ ଏବେ ପ୍ରତିଦିନ ନୂଆ ନୂଆ ଭିଡିଓ ଆସୁ ଥିବାର ଦେଖିଥିବେ।ଏହି କଳି ଥମିବାର ନାଁ ନେଉ ନାହିଁ।ଦିନ କୁ ଦିନ ଏହା ବଢିବାରେ ଲାଗିଛି।
Special report
ଅରିନ୍ଦମ ରାୟ କହିଛନ୍ତି କି ତାଙ୍କ ରାମ ସିନେମା ଟି କେବଳ ମନୋଜ ମିଶ୍ର ଙ୍କ ପାଇଁ କିଛି ହଲ ରେ ଚାଲି ପାରି ନାହି।ମନୋଜ ମିଶ୍ର ଙ୍କ ଲୋକ ମାନେ ତାଙ୍କ ମାଇଣ୍ଡଗେମ ଫିଲ୍ମ କୁ ପ୍ରଚାର କରିବା ପାଇଁ ରାମ କୁ ସେଠାରେ ଚାଲିବାକୁ ଦେଇ ନାହାନ୍ତି।
ଏହି କଥା କୁ ନେଇ ଏବେ ସାରା ଓଲିଉଡ ରେ ଅନେକ ଭାଇରାଲ ଭିଡିଓ ଆସୁ ଥିବାର ଦେଖା ଯାଉଛି।ଅରିନ୍ଦମ ରାୟ ଏହି ଝଗଡ଼ା କୁ ସମାପ୍ତ କରିବା ପାଇଁ ଚାହୁଁଛନ୍ତି।ସେଥିପାଇଁ ସେ ଏକ ଭିଡିଓ ରେ କହିଥିଲେ କି
ମନୋଜ ମିଶ୍ର ଙ୍କ ସହିତ ବସି ମୁ ଏହାର କିଛି ସମାଧାନ କରିବା ପାଇଁ ଚାହୁଁଚି।ମୋର ତାଙ୍କ ସହିତ କିଛି ବି ବ୍ୟକ୍ତିଗତ ଝଗଡ଼ା ନାହିଁ।କିନ୍ତୁ ଏହାର ଉତ୍ତର ରେ ମନୋଜ ମିଶ୍ର ଆଜି ଏକ ଭିଡିଓ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ରେ ପୋଷ୍ଟ କରିଛନ୍ତି।
Special report
ସେଥିରେ ସେ କହିଛନ୍ତି କି ଅରିନ୍ଦମ ରାୟ ତାଙ୍କୁ ଅନେକ ଥର ଫୋନ୍ କରିଛନ୍ତି।ହେଲେ ସେ ତାଙ୍କ ସହିତ କଥା ହୋଇ ନାହାନ୍ତି।ସେ ଏପରି କଣ ସମାଧାନ କରିବା ପାଇଁ ଚାହୁଁଛନ୍ତି ମୁ ଜାଣି ନାହିଁ।ମୁ ତାଙ୍କ ରାମ ଫିଲ୍ମ କୁ ବନ୍ଦ କରି ନାହିଁ।ମୋର ସେପରି କିଛି ବି ଉଦ୍ଦେଶ୍ୟ ନାହିଁ।
ମୋତେ ବ୍ୟାନ କରିବା ଫଳ ରେ ମୋର ମାଇଣ୍ଡ ଗେମ୍ ଫିଲ୍ମ ଟି ଆଉ ଚାଲି ପାରି ନାହିଁ।ମୋର ବହୁତ କ୍ଷତି ହୋଇଛି।ଏହି କ୍ଷତି ର ସମାଧାନ କିଏ କରିବ।ଆଗେ ମୋ କଥା ର ସମାଧାନ କର।ଏହା ପରେ ମୁଁ ତମ ନିକଟ ରେ ବସି କିଛି କଥା ହେବି।
ମୋ କ୍ଷତି ପୂରଣ ଆଗେ ମୋତେ ଦିଆ ଯାଉ ବୋଲି ମନୋଜ ମିଶ୍ର କହିଛନ୍ତି।ଅନେକ ସିନେ ଅଭିନେତା ମାନେ କହିଛନ୍ତି କି ମନୋଜ ମିଶ୍ର ଙ୍କୁ ଏପରି ଵ୍ୟାନ କରିବା ଠିକ୍ ହେଲା ନାହିଁ।ଏ କଥା ଏକାଠି ବସି କଥା ହୋଇ ପାରି ଥାଆନ୍ତୁ।ହେଲେ ସେପରି ନ ହୋଇ ଝଗଡ଼ା ବଢ଼ାଇବାରେ ଚେଷ୍ଟା କରା ଯାଉଛି।

Advertisement