ନମସ୍କାର ପାଠକ ବନ୍ଧୁ।ଆଗକୁ ନିର୍ବାଚନ ରହିଛି।ସବୁଦଳ ଏବେ ନିଜ ନିଜ ଦଳ କୁ ନେଇ ପ୍ରଚାର କରିବା ଆରମ୍ଭ କଲେଣି।କିଛି ଦିନ ହେବ ରାହୁଲ ଗାନ୍ଧୀ ବିଭିନ୍ନ ସ୍ଥାନ କୁ ଗ୍ରସ୍ତ କରୁଛନ୍ତି।ସେ କେତେବେଳେ କୁଲି ସାଜି ଜିନିଷ ପତ୍ର ନେବା ଆଣିବା କରୁଛନ୍ତି ତ କେତେବେଳେ ଯାତ୍ରୀ ମାନଙ୍କ ସହିତ ଟ୍ରେନ ରେ ଯାତ୍ରା କରି ସେମାନଙ୍କ ସୁଖ ସୁବିଧା ବୁଝୁଛନ୍ତି।
ଏମିତି ଅନେକ କାମ କରି ସେ ଏବେ ଚର୍ଚ୍ଚା ରେ ଅଛନ୍ତି।ଏବେ ଆଉ ଏକ କାମ ସେ କରିଛନ୍ତି ଯାହାକୁ ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ।ନିକଟ ରେ ସେ ସ୍ଵର୍ଣ୍ଣ ମନ୍ଦିର ବୁଲିବାକୁ ଯାଇ ଥିଲେ।
ସେଠାରେ ସେ ଅନ୍ୟ ଭକ୍ତ ମାନଙ୍କ ସହିତ ମିଶି ସେ କାମ କରୁଥିବାର ନଜର ଆସି ଛନ୍ତି।ସେ ମନ୍ଦିର ବାହାରେ ଥିବା ଚପଲ ଗୁଡ଼ିକ ସଜାଡି ଥିଲେ।ଓ ମନ୍ଦିର ର ପ୍ରସାଦ ପାଇଁ ଅନ୍ୟ ମହିଳା ଙ୍କ ସହିତ ମିଶି ପରିବା କାଟି ଥିଲେ।
ତାଙ୍କ ସହିତ ମିଶି ଅନେକ ସମୟ ଆଳାପ ଆଲୋଚନା କରିଥିଲେ।ସେମାନଙ୍କ ଅସୁବିଧା ସମ୍ପର୍କ ରେ ପଚାରି ବୁଝି ଥିଲେ।ଲୋକ ଙ୍କ ସହିତ ସେ ବହୁତ ମିଶି ଯାଇଥିଲେ।ଏହା ପରେ ସେ ସେଠାରୁ ଯାଇ ଲୋକ ଙ୍କୁ ପ୍ରସାଦ ବଣ୍ଟନ କରିଥିଲେ।
ସୂଚନା ଅନୁସାରେ ଗତ କାଲି ରାହୁଲ ଗାନ୍ଧୀ ପଞ୍ଜାବ ରାଜ୍ୟ ର ଅମୃତସର ସହର କୁ ବୁଲିବାକୁ ଯାଇଥିଲେ।ସେଠାରେ ଥିବା ପ୍ରସିଦ୍ଧ ସ୍ଵର୍ଣ୍ଣ ମନ୍ଦିର ର ରେ କିଛି ସମୟ ପାଇଁ ପ୍ରବେଶ କରିଥିଲେ।
ଓ ସେଠା କାର ଲୋକ ଙ୍କ ସହିତ ଆଳାପ ଆଲୋଚନା କରିଥିଲେ।ଓ ତାଙ୍କୁ ନିଜ ହାତ ରେ ଖାଦ୍ୟ ପରଷି ଥିଲେ।ଏହା ଦେଖି ସେଠାକାର ଲୋକ ମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।ସେମାନେ ଏହାକୁ ନ କରିବା ପାଇଁ ତାଙ୍କୁ କହିଥିଲେ।
ଏହା ପରେ ସେଠାରେ ଥିବା ଜୋତା ଗୁଡ଼ିକ ସେ ସଜାଡି ରଖି ଥିଲେ।ଲୋକ ଙ୍କ ସହିତ ପରିବା କାଟି ଥିଲେ।ଓ ତାଙ୍କୁ ଖାଦ୍ୟ ପରଷି ଥିଲେ।ଓ ତାଙ୍କ ବାସନ ମଧ୍ୟ ସେ ସଫା କରିଥିଲେ।ଏହା ପରେ ସେ ଭଗବାନ ଙ୍କୁ ଦର୍ଶନ କରି ସେ ଫେରି ଆସିଥିଲେ।