Mar 11, 2024, 18:11 IST

ରାଜନୀତିରେ ପାଦ ଦେଲେ ଲୋକପ୍ରିୟ ଅଭିନେତ୍ରୀ Rachana Banarjee ଦେଖନ୍ତୁ ଚିନ୍ତାରେ ପ୍ରଧାନମନ୍ତ୍ରୀ

Modi

ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଲୋକପ୍ରିୟ ଅଭିନେତ୍ରୀ ରଚନା ବାନାର୍ଜୀ ଆଗାମୀ ନିର୍ବାଚନରେ ପାର୍ଥି ହେବେ ଓଡ଼ିଆ ଏବଂ ବଙ୍ଗଳା ଚଳଚ୍ଚିତ୍ରରେ ବିଗତ ଦିନରେ ଲୋକପ୍ରିୟତା ହାସଲ କରିଥିବା ରଚନା ଲୋକସଭା ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲେଇବାକୁ ଯାଉଛନ୍ତି।
ଉଭୟ ଓଡ଼ିଆ ଓ ବଙ୍ଗଳା ଫିଲ୍ମରେ ନାୟିକା ଭାବେ ବେଶ ଖ୍ୟାତି ଅର୍ଜନ କରିଥିବା ରଚନା ହିନ୍ଦୀ ଚଳଚିତ୍ର "ସୂର୍ଯ୍ୟବଂଶମରେ" ଅଲିଓଡ଼ର ମହାନାୟିକା ଅମିତା ବଚ୍ଚନଙ୍କ ସହିତ ମଧ୍ୟ ଅଭିନୟ କରିଛନ୍ତି। ଅମିତାଙ୍କ ବିପେକ୍ଷରେ "ଗୌରୀ" ଚରିତ୍ରରେ ନଜର ଆସିବା ପରେ ରଚନାଙ୍କ ଲୋକପ୍ରିୟତା ବଢ଼ି ଯାଇଥିଲା। ଅନେକ ସୁପରହିଟ ଚଳଚ୍ଚିତ୍ରର ନାୟିକା ସାଜିଥିବା ରଚନା ଓଡିଶା ଦର୍ଶକଙ୍କ ମନରେ ଦୀର୍ଘଦିନ ଧରି ରାଜ କରିଛନ୍ତି। 
Modi
ତେବେ ବନ୍ଧୁଗଣ ହୁଗୁଳିରୁ ନିର୍ବାଚନ ଲଢ଼ିବେ ଭିନେତ୍ରୀ ରଚନା ବାନାର୍ଜୀ। ଏଥର ଲୋକସଭା ନିର୍ବାଚନରେ ପାଦ ଦେବାକୁ ଯାଉଛନ୍ତି ଅଭିନେତ୍ରୀ ରଚନା। ମିଳିଛି ନିର୍ବାଚନରେ ଟିକେଟ। ତୃଣମୂଳ କଂଗ୍ରେସର ଟିକେଟରେ ସେ ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି ଅଭିନେତ୍ରୀ ରଚନା ବାନାର୍ଜୀ।
Rachana
ବିମେସି ଅଭିନେତ୍ରୀ ରଚନା ବାନାର୍ଜୀଙ୍କୁ ପଶ୍ଚିମବଙ୍ଗର ହୁଗୁଳୀରୁ ପାର୍ଥୀ ଭାବରେ ଚୟନ କରିଛନ୍ତି। ଏବେ କଡା ଟକ୍କର ଦେବାକୁ ଆସୁଛନ୍ତି ରଚନା ବାନାର୍ଜୀ। ନିଜ ଅଭିନୟରେ ମନ ଜିତିଥିବା ଅଭିନେତ୍ରୀ ରାଜନୀତିରେ ମନ ଜିତିପାରୁଛନ୍ତି କି ନାହିଁ ଦେଖିବା ଅଛି ବାକି।  
ଅଭିନେତ୍ରୀ ରଚନାଙ୍କ କଲିକତାରେ ଅଧିକ ପ୍ରଶଂସକ ଥିବାରୁ ତାଙ୍କୁ ଏଠାରେ ପାର୍ଥୀ କରିବା ପାଇଁ ଚୟନ କରାଯାଇଛି। ବିମେସି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ଉପରେ ଏବେ ଭରସା ରଖି ତାଙ୍କୁ ଏଥର ଚୟନ କରିଛନ୍ତି। ଅଭିନେତ୍ରୀ ରଚନା ବାନାର୍ଜୀ ବହୁ ବେଶ ପରିଚିତ। ଅଭିନେତ୍ରୀ ପଶ୍ଚିମବଙ୍ଗର ହୋଇଥିଲେ ମଧ୍ୟ ସେ ଓଡ଼ିଆ ଫିଲ୍ମ ମଧ୍ୟ କରିଛନ୍ତି।
ଓଡ଼ିଆ ଇଣ୍ଡଷ୍ଟ୍ରିରେ ସେ ବହୁ ଜଣାଶୁଣା ଅଭିନେତ୍ରୀ। ତାଙ୍କ କାର୍ଯ୍ୟ ବିଷୟରେ କହିବାକୁ ଗଲେ ସେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଖାପାଖି ୨୦ରୁ ୩୦ଟି ମୁଖ୍ୟ ଭୂମିକା ଭାବରେ ଅଭିନୟ କରିସାରିଲେଣି। ସେତିକି ନୁହେଁ ସେ ବଙ୍ଗୀୟ ଫିଲ୍ମ ଇଣ୍ଡଷ୍ଟ୍ରିର ମଧ୍ୟ ବହୁ ଜଣାଶୁଣା ଅଭିନେତ୍ରୀ। 
ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଆଜି ପଶ୍ଚିମବଙ୍ଗର ସମସ୍ତ ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛନ୍ତି ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀ। ଟିଏମ୍‌ସି ଘୋଷଣା କରିଥିବା ଏହି ୪୨ ଜଣିଆ ତାଲିକାରେ ଦୁଇ ୱାର୍ଲ୍ଡ ଚାମ୍ପିଅନ ୟୁସୁଫ୍‌ ପଠାନ୍‌ ଓ କୀର୍ତ୍ତି ଆଜାଦଙ୍କ ନାଁ ମଧ୍ୟ ରହିଛି।
ବହରାମପୁରରୁ ସାଂସଦ ପ୍ରାର୍ଥୀ ହୋଇଛନ୍ତି ୟୁସୁଫ୍‌ ପଠାନ। ସେହିପରି କ୍ରିଷ୍ଣାନଗରରୁ ପୁଣି ମହୁଆ ମୈତ୍ରଙ୍କୁ ମିଳିଛି ଟିକେଟ୍। ଆସାନସୋଲରୁ ଶତୃଘ୍ନ ସିହ୍ନା ପ୍ରାର୍ଥୀ ହୋଇଛନ୍ତି। ଆଜି କୋଲକାତାରେ ବିଶାଳ ସମାବେଶ କରି ଟିଏମସି ପଶ୍ଚିମବଙ୍ଗର ସମସ୍ତ ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇସାରିଛି । ଏହି ଅବସରରେ ସମସ୍ତ ପ୍ରାର୍ଥୀମାନେ ମମତାଙ୍କ ସହ କରିଛନ୍ତି ରାଲି ।

Advertisement